ଏଏମ୍/ଏନ୍ଏସ୍ ଇଣ୍ଡିଆ ଚତୁର୍ଥ ନ୍ୟାସନାଲ୍ ପାୱାର-ଜେନ୍ ଲିଡରସିପ୍ ଆୱାର୍ଡସ୍ ୨୦୨୬ରେ ପ୍ରତିଷ୍ଠିତ
‘ସଷ୍ଟେନେବଲ୍ ପରଫର୍ମାନ୍ସ ଆୱାର୍ଡ’ରେ ସମ୍ମାନିତ
ପାରାଦ୍ବୀପ, : ନୂଆଦିଲ୍ଲୀସ୍ଥିତ କାଉନସିଲ୍ ଅଫ୍ ଏନଭିରୋ ଏକ୍ସେଲେନ୍ସ ପକ୍ଷରୁ ଆୟୋଜିତ ଚତୁର୍ଥ ନ୍ୟାସନାଲ୍ ପାୱାର-ଜେନ୍ ଲିଡରସିପ୍ ଆୱାର୍ଡସ୍ ୨୦୨୬ରେ ‘ ୫୦ ମେଗାୱାଟ୍ରୁ କମ୍ ସିପିପି କୋଇଲା ୟୁନିଟ୍’ ବର୍ଗରେ ଉତ୍କର୍ଷତା ପାଇଁ ଆର୍ସଲରମିତ୍ତଲ ନିପ୍ପନ୍ ଷ୍ଟିଲ୍ ଇଣ୍ଡିଆ ( ଏଏମ୍ /ଏନ୍ଏସ୍ ଇଣ୍ଡିଆ)ର ପାରାଦ୍ବୀପସ୍ଥିତ କ୍ୟାପ୍ଟିଭ୍ ପାୱାର ପ୍ଲାଣ୍ଟ (ସିପିପି)କୁ ‘ ସଷ୍ଟେନେବଲ୍ ପରଫର୍ମାନ୍ସ ଆୱାର୍ଡ’ରେ ସମ୍ମାନିତ କରାଯାଇଛି।ଏହି ପୁରସ୍କାର କେନ୍ଦ୍ରୀୟ ବିଦ୍ୟୁତ ନିୟାମକ କମିଶନ (ସିଇଆରସି)ର ଇଞ୍ଜିନିୟରିଂ ବିଭାଗ ଜଏଣ୍ଟ ଚିଫ୍ ଶ୍ରୀ ଅନ୍ନାମଲାଇ ଆର୍ ଏବଂ ସିଇଇର ଆଡଭାଇଜରି ବୋର୍ଡ ସଦସ୍ୟ ତଥା ଇ ଆଣ୍ଡ ୱାଇ ଏଆଇ ଏବଂ ଡିଜିଟାଲ୍ ଟ୍ରାନ୍ସଫର୍ମେସନ୍ର ଆଡଭାଇଜର୍ ଡଃ ହିମାଦ୍ରି ବାନାର୍ଜୀଙ୍କ ଦ୍ୱାରା ପ୍ରଦାନ କରାଯାଇଥିଲା। କମ୍ପାନୀ ପକ୍ଷରୁ ଏଏମ୍ /ଏନ୍ଏସ୍ ଇଣ୍ଡିଆ କ୍ୟାପ୍ଟିଭ ପାୱାର ପ୍ଲାଣ୍ଟ ଅପରେସନ୍ସ ବିଭାଗର ସିନିୟର୍ ମ୍ୟାନେଜର୍, ଶ୍ରୀ ବିଜୟ କୁମାର ମହାନ୍ତ ଏହି ପୁରସ୍କାର ଗ୍ରହଣ କରିଥିଲେ।ସମ୍ପୂର୍ଣ୍ଣ ଭାବେ ଘରୋଇ କୋଲ ଦ୍ୱାରା ପରିଚାଳିତ ପାରାଦ୍ୱୀପସ୍ଥିତ ସିପିପି ପରିଚାଳନାଗତ କ୍ଷମତା, ପରିବେଶ ସୁରକ୍ଷା ଏବଂ ଦୀର୍ଘସ୍ଥାୟୀ ଉର୍ଜା ପ୍ରୟୋଗ କ୍ଷେତ୍ରରେ ନିରନ୍ତର ଭାବେ ଉତ୍କୃଷ୍ଟ ମାନଦଣ୍ଡ ସ୍ଥାପନ କରିଆସିଛି।ଏହି ସମ୍ମାନ ପାରାଦ୍ୱୀପ କ୍ୟାପ୍ଟିଭ୍ ପାୱାର ପ୍ଲାଣ୍ଟ ଟିମ୍ର ଉତ୍ସର୍ଗୀକତା ଓ ଉତ୍କର୍ଷ ପ୍ରତି ଅଙ୍ଗୀକାରବଦ୍ଧତାର ପ୍ରତିଫଳନ। କ୍ୟାପ୍ଟିଭ୍ ପାୱାର ଉତ୍ପାଦନ କ୍ଷେତ୍ରରେ ଉତ୍କର୍ଷ ହାସଲ କରିବା ସହିତ ଏଏମ୍ /ଏନ୍ଏସ୍ ଇଣ୍ଡିଆ ପରିବେଶ-ଉପଯୋଗୀ ପଦକ୍ଷେପ ପ୍ରତି ଏହାର ପ୍ରତିବଦ୍ଧତାକୁ ଆହୁରି ସୁଦୃଢ଼ କରିଛି।
prasanta dash nka report
