ନୂଆଖାଇ ଭେଟ୍ଘାଟ୍ ଓ ସାଇବର୍ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ l
ସୁବର୍ଣ୍ଣପୁର ଜିଲ୍ଲା ସୋନପୁର ବ୍ଲକ୍ ଅନ୍ତର୍ଗତ ନାରାୟଣୀ ସାଂସ୍କୃତିକ ପରିଷଦ,ଲକର୍ମା ପକ୍ଷରୁ ନୂଆଖାଇ ଭେଟ୍ଘାଟ୍ ଓ ସାଇବର୍ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ସାଂସ୍କୃତିକ ପରିଷଦର ସାଧାରଣ ସମ୍ପାଦକ ଶ୍ରୀ ବିଶିକେଷନ ବାଘଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ହରଡ଼ଖୋଲ ସରପଞ୍ଚ ମୋହନ କର୍ମୀ ମୁଖ୍ୟଅତିଥି ଭାବେ ଯୋଗଦେଇ ସମସ୍ତଙ୍କୁ ନୂଆଖାଇର ଶୁଭେଚ୍ଛା ଜଣାଇବା ସହ ସାଇବର୍ ସୁରକ୍ଷା ଉପରେ ସଚେତନତା ବାର୍ତ୍ତା ପ୍ରଦାନ କରିଥିଲେ। ମୁଖ୍ୟବକ୍ତା ଭାବେ ଜୁନିୟର୍ ରେଡ୍କ୍ରସ୍ର ପରାମର୍ଶଦାତା ଶିକ୍ଷକ ଶ୍ରୀ ବିକ୍ରମ କୁମାର ନନ୍ଦ କୋଶ୍ଲି କବିତା ମାଧ୍ୟମରେ ନୂଆଖାଇର ମହତ୍ୱ ପ୍ରତିପାଦିତ କରିବା ସହ ସମସ୍ତଙ୍କୁ ନୂଆଖାଇର ଶୁଭେଚ୍ଛା ଜଣାଇଥିଲେ ଏବଂ ସାଇବର୍ ସୁରକ୍ଷା ସଚେତନତାର ଆବଶ୍ୟକତା କହିବା ସହ ଉଦାହରଣ ମାଧ୍ୟମରେ ଲୋକମାନଙ୍କୁ ସାଇବର୍ ସୁରକ୍ଷା ସଚେତନତା ବାର୍ତ୍ତା ପ୍ରଦାନ କରିଥିଲେ। ସମ୍ମାନିତ ଅତିଥି ଭାବେ ସୋନପୁର ମହାବିଦ୍ୟାଳୟ ଆଇ.ଟି. ଅଧ୍ୟାପକ ତଥା ଏନ୍.ସି.ସି. ଅଫିସର୍ ଶ୍ରୀ ଆଶିଷ କୁମାର ଅଗ୍ରୱାଲ ସମସ୍ତଙ୍କୁ ନୂଆଖାଇର ଶୁଭେଚ୍ଛା ଜଣାଇବା ସହ ବିଭିନ୍ନ ଉଦାହରଣ ମାଧ୍ୟମରେ ସାଇବର୍ ଫ୍ରଡ୍ ଓ ତହିଁରୁ ସୁରକ୍ଷା ପାଇବାର ଉପାୟ ଓ ସାବଧାନତା ଉପରେ ବିଷଦ ଆଲୋଚନା କରିଥିଲେ। ଅନ୍ୟତମ ସମ୍ମାନିତ ଅତିଥି ଭାବେ ହରଡ଼ଖୋଲର ସମିତି ସଭ୍ୟ ମନୁରାଜ କର୍ମୀ ଓ ପୂର୍ବତନ ସରପଞ୍ଚ ଦେବାର୍ଚ୍ଚନ ଚାଉଲିଆ ଯୋଗଦେଇ ସମସ୍ତଙ୍କୁ ନୂଆଖାଇର ଶୁଭେଚ୍ଛା ଜଣାଇ ସାଇବର୍ ସୁରକ୍ଷା ଉପରେ ସଚେତନତା ବାର୍ତ୍ତା ବାଣ୍ଟିଥିଲେ। ଏହି ଅବସରରେ ସାଂସ୍କୃତିକ ପରିଷଦର କୁନିକୁନି କଳାକାରମାନଙ୍କ ଦ୍ବାରା ‘ସୀତା ନିର୍ବାସନ ‘ନୃତ୍ୟ ନାଟିକା ପ୍ରଦର୍ଶିତ ହୋଇଥିଲା l ଏଥିରେ ବିଶିଷ୍ଟ ଅର୍ଗାନ୍ ବାଦ୍ୟକାର ବିଜୟ କୁମାର ବଘାର ବାଦ୍ୟ ଯନ୍ତ୍ରରେ ସହଯୋଗ କରିଥିଲେ।ଏହାସହ ପରିଷଦ ତରଫରୁ ଗ୍ରାମର ବୟୋଜ୍ୟୈଷ୍ଠଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା l କାର୍ଯ୍ୟକ୍ରମକୁ ସାଧାରଣ ସମ୍ପାଦକ ବିଶିକେଷନ ବାଘ ପରିଚାଳନା କରିଥିବାବେଳେ ମକରନ୍ଦ ଶଙ୍ଖୁଆ, ମନୋଜ ରଣା,ଗଣନାଥ ରଣା,ସନ୍ତୋସିନୀ ରଣା,ମହେନ୍ଦ୍ର ହାତୀ,ଯଶୋବନ୍ତୀ ବାଘ,ଚୁମୁକୀ ବଗର୍ତ୍ତି,ଝଗୁଡୁ ବଗର୍ତ୍ତି,ଡୋଲାମଣି ବଗର୍ତ୍ତି ପ୍ରମୁଖ ପରିଷଦର ସଦସ୍ୟବୃନ୍ଦ ସହଯୋଗ କରିଥିଲେ। ନୂଆଖାଇ ଅବସରରେ ଏହିଭଳି କାର୍ଯ୍ୟକ୍ରମ ଆୟୋଜନ କରିଥିବାରୁ ଗ୍ରାମବାସୀ ନାରାୟଣୀ ସାଂସ୍କୃତିକ ପରିଷଦ କୁ ଧନ୍ୟବାଦ ଅର୍ପଣ କରିଛନ୍ତି l
ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ….
