October 15, 2026
Home » ସୁବର୍ଣ୍ଣପୁର ଜିଲ୍ଲା ସ୍ତରୀୟ ବିଜ୍ଞାନ ସେମିନାର ଅନୁଷ୍ଠିତ

ସୁବର୍ଣ୍ଣପୁର ଜିଲ୍ଲା ସ୍ତରୀୟ ବିଜ୍ଞାନ ସେମିନାର ଅନୁଷ୍ଠିତ

0
WhatsApp Image 2026-09-18 at 5.55.01 PM

 

ସୁବର୍ଣ୍ଣପୁର :ସୁବର୍ଣ୍ଣପୁର ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟଙ୍କ ଆନୁକୂଲ୍ୟରେ ଛାତ୍ରୀଛାତ୍ରମାନଙ୍କ ପାଇଁ ଜିଲ୍ଲାସ୍ତରୀୟ ବିଜ୍ଞାନ ସେମିନାର ଶୁକ୍ରବାର ରେ ସରକାରୀ ବାଲିକା ଉଚ୍ଚ ବିଦ୍ୟାଳୟ,ସୋନପୁର ଠାରେ ଅନୁଷ୍ଠିତ ହୋଇଯାଇଛି ।ଏହି କାର୍ଯକ୍ରମ ର ଉଦଘାଟନ ଉତ୍ସବ ରେ ଚଢେଇପଙ୍କ ଉଚ୍ଚ ବିଦ୍ଯାଳୟ ର ପ୍ରଧାନ ଶିକ୍ଷକ ସୁରଥ ବାରିକ,ଜିଲ୍ଲା ବିଜ୍ଞାନ ନିରୀକ୍ଷକ ଅମ୍ଲାନ ପାଣ୍ଡିଆ,ମହାରାଜା ଉଚ୍ଚ ବିଦ୍ଯାଳୟ ର ପ୍ରଧାନ ଶିକ୍ଷକ ଅନୁଲିତା ମିଶ୍ର ଓ ଜିଲ୍ଲା ଶାରୀରିକ ଶିକ୍ଷା ଅଧିକାରୀ ବାଲୀଜୀ ବିଶ୍ବନାଥ ଉପସ୍ଥିତ ଥିଲେ । ପ୍ରତ୍ୟେକ ବ୍ଲକ ରୁ ଆସିଥିବା ପ୍ରତିଯୋଗୀ ମାନେ ନିଜର ଗବେଷଣାଧର୍ମୀ ବିଷୟବସ୍ତୁ ଉପସ୍ଥାପନା କରିଥିଲେ l ବିଜ୍ଞାନ ମେଳା ରେ ବିଚାରକ ଭାବେ ସୁଜିତ ମିଶ୍ର,ପ୍ରଗତି ପୁରୋହିତ ଓ ସୁରଥ ବାରିକ ଥିଲେ ଓ ଛାତ୍ରୀଛାତ୍ରମାନଙ୍କ ପାଇଁ ଜିଲ୍ଲାସ୍ତରୀୟ ମୂଲ୍ୟାଙ୍କନ କରିଥିଲେ।

‘ଭାରତୀୟ ଶକ୍ତି ଭଣ୍ଡାର ୨୦୪୭: ସମ୍ଭାବନା ଓ ଆହ୍ୱାନ’ ଶୀର୍ଷକ ବିଷୟବସ୍ତୁକୁ ନେଇ ଉଦଯାପନୀ ଉତ୍ସବରେ ଅତିରିକ୍ତ ଜିଲ୍ଲାପାଳ ( ସାଧାରଣ ) ଆଞ୍ଜେଲିନା ପଧାନ,ଜିଲ୍ଲା ଶିକ୍ଷା ଅଧିକାରୀ ଘନଶ୍ୟାମ ମେହେର,ବିନିକା ବିଇଓ ଲକ୍ଷ୍ମଣ ମିଶ୍ର ଯୋଗଦାନ କରିଥିଲେ l ବିନିକା ବିଇଓ ଲକ୍ଷ୍ମଣ ମିଶ୍ର,ଜିଲ୍ଲା ବିଜ୍ଞାନ ନିରୀକ୍ଷକ ଅମ୍ଲାନ ପାଣ୍ଡିଆ,ଜିଲ୍ଲା ଶାରୀରିକ ଶିକ୍ଷା ଅଧିକାରୀ ବାଲୀଜୀ ବିଶ୍ବନାଥ,ଧର୍ମଶାଳା ଉଚ୍ଚ ବିଦ୍ଯାଳୟ ର ପ୍ରଧାନ ଶିକ୍ଷକ ପର୍ଶୁରାମ ମେହେର,ପ୍ରଜ୍ଞା ପରମିତା ଦାସ ଆଦି ମଞ୍ଚାସୀନ ଥିଲେ ।୨୦୪୭ ସୁଦ୍ଧା ଭାରତର ଶକ୍ତି ସୁରକ୍ଷା, ଅକ୍ଷୟ ଶକ୍ତିର ବ୍ୟବହାର, ସ୍ଥାୟୀ ବିକାଶ ଏବଂ ବୈଜ୍ଞାନିକ ଚିନ୍ତାଧାରାର ଗୁରୁତ୍ୱ ସମ୍ପର୍କରେ ଛାତ୍ରୀଛାତ୍ରଙ୍କୁ ବିଜ୍ଞାନ ନିରୀକ୍ଷକ କହିଥିଲେ। ବ୍ଲକ୍‌ସ୍ତରରେ ବିଜୟୀ ହୋଇଥିବା ୬ ଜଣ ପ୍ରତିଯୋଗୀ ଏହି ସେମିନାରରେ ଅଂଶଗ୍ରହଣ କରିଥିଲେ।
ପ୍ରଥମ ସ୍ଥାନ ହୋଇଥିବା ଅଖିଲେଶ ଭୋଇ ଓଏଭି ଡୁଙ୍ଗରିରିପାଲି , ଦ୍ୱିତୀୟ ସ୍ଥାନ ସିମ୍ରନ ମେହେର ଓଏଭି ଝାରବୀହାଲି ଏବଂ ତୃତୀୟ ସ୍ଥାନ ନିକି ମୁଦୁଲି ବାଉଁଶୁଣୀ ଉଚ୍ଚ ବିଦ୍ୟାଳୟ ଅଧିକାର କରିଥିଲେ। ପ୍ରଥମ ହୋଇଥିବା ଅଖିଲେଶ ଭୋଇ ରାଜ୍ୟସ୍ତରକୁ ମନୋନୀତ ହୋଇଛନ୍ତି।
ସମସ୍ତ ପ୍ରତିଯୋଗୀମାନଙ୍କୁ ଅଂଶଗ୍ରହଣ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା। ପ୍ରଜ୍ଞା ପରମିତା ଦାସ ଧନ୍ୟବାଦ ଅର୍ପଣ କରିଥିଲେ l

ରିପୋର୍ଟ — ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ…

Leave a Reply

Your email address will not be published. Required fields are marked *