October 15, 2026
Home » ତରଭା ରେ ପୂର୍ବତନ ମନ୍ତ୍ରୀ ନିରଞ୍ଜନ ପୂଜାରୀ ଙ୍କୁ ଅଣ୍ଡା ମାଡ଼

ତରଭା ରେ ପୂର୍ବତନ ମନ୍ତ୍ରୀ ନିରଞ୍ଜନ ପୂଜାରୀ ଙ୍କୁ ଅଣ୍ଡା ମାଡ଼

0
WhatsApp Image 2026-09-19 at 2.20.03 PM

 

ସୁବର୍ଣ୍ଣପୁର — ସୁବର୍ଣ୍ଣପୁର ଜିଲ୍ଲା ତରଭା ରେ ଶୁକ୍ରବାର ଦିନ ପୂର୍ବତନ ମନ୍ତ୍ରୀ, ପୂର୍ବତନ ବାଚସ୍ପତି ତଥା ବର୍ତ୍ତମାନ ର ସୋନପୁର ବିଧାୟକ ନିରଞ୍ଜନ ପୂଜାରୀ ଙ୍କୁ ଅଣ୍ଡା ମାଡ଼ ହୋଇଥିବା ଖବର ହସ୍ତଗତ ହୋଇଛି l ବିଜେଡି ଗଡ କୁହାଯାଉଥିବା ତରଭା ରେ ଅଣ୍ଡା ମାଡ ହୋଇଛି ନିରଞ୍ଜନ ପୂଜାରୀ ଙ୍କୁ l ଅଣ୍ଡା ମାଡ଼ ରେ ଘାଇଲା ସୋନପୁର ବିଧାୟକ ନିରଞ୍ଜନ ପୂଝାରୀ। ସୁବର୍ଣ୍ଣପୁର ଜିଲ୍ଲା ସୋନପୁର ବିଜେଡି ବିଧାୟକ ଶ୍ରୀ ନିରଞ୍ଜନ ପୂଝାରୀ ଙ୍କ ଗାଡ଼ି ଙ୍କୁ ଅଣ୍ଡା ମାଡ ହୋଇଛି l

 

ଦୀର୍ଘ ୨୫ ବର୍ଷ ର ବିଧାୟକ ଙ୍କୁ ତିରସ୍କାର ତଥା ଅସନ୍ତୋଷ ଜାହିର କରି ଅଣ୍ଡା ମାଡ ହୋଇଥିବା ଅନୁମାନ କରାଯାଉଛି l ଏକଦା ନିରଞ୍ଜନ ପୂଝାରୀ ଙ୍କ ଗଡ କୁହାଯାଉଥିବା ତରଭା ସହର ଭିତରେ ହୋଇଛି ଅଣ୍ଡାମାଡ। ବିଜେଡି ତରଭା ଅଞ୍ଚଳ ରେ ଦୁର୍ବଳ ଓ ନେତା ଶୂନ୍ୟ ହୋଇଯାଇଥିବାରୁ ଏପରି ଘଟିଥିବା ଜନ ସାଧାରଣ ରେ ଆଲୋଚନା ହେଉଛି । ଏପରି ସ୍ଥଳେ ଆଗକୁ ପଞ୍ଚାୟତ ନିର୍ବାଚନ ଓ ପୌର ନିର୍ବାଚନ ରେ କିପରି ରଣନୀତି ପ୍ରସ୍ତୁତ କରିବେ ଓ ଲୋକଙ୍କ ଆକ୍ରୋଶ ର ଶିକାର ରୁ କିପରି ବଞ୍ଚିବେ ପୂର୍ବତନ ସରକାର ର ଟାଣୁଆ ମନ୍ତ୍ରୀ ତଥା ବର୍ତ୍ତମାନ ର ସୋନପୁର ବିଧାୟକ ନିରଞ୍ଜନ ପୂଝାରୀ l

ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ…

Leave a Reply

Your email address will not be published. Required fields are marked *