September 21, 2026
Home » ଘୋଡ଼ାହାଡ଼ ଓ ବାଘଲାଟି ଡ୍ୟାମ୍‌ର ସାମଗ୍ରିକ ବିକାଶ ନେଇ ଆଲୋଚନା

ଘୋଡ଼ାହାଡ଼ ଓ ବାଘଲାଟି ଡ୍ୟାମ୍‌ର ସାମଗ୍ରିକ ବିକାଶ ନେଇ ଆଲୋଚନା

0
WhatsApp Image 2026-09-20 at 1.59.03 PM (1)

ପ୍ରାକୃତିକ ଓ ଶିକ୍ଷା ପର୍ଯ୍ୟଟନ ସହ ଜଳସେଚନ ବ୍ୟବସ୍ଥାର ବିକାଶ ଉପରେ ଗୁରୁତ୍ୱ

ବ୍ରହ୍ମପୁର, : ଗଞ୍ଜାମ ଜିଲ୍ଲାର ପର୍ଯ୍ୟଟନ କ୍ଷେତ୍ରକୁ ଅଧିକ ସମୃଦ୍ଧ ଓ ଆକର୍ଷଣୀୟ କରିବା ଲକ୍ଷ୍ୟରେ ଜିଲ୍ଲା ପର୍ଯ୍ୟଟନ କମିଟିର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି। ବୈଠକରେ ଦିଗପହଣ୍ଡି ଓ ଚିକିଟି ନିର୍ବାଚନମଣ୍ଡଳୀ ଅଧୀନରେ ଥିବା ପ୍ରସିଦ୍ଧ ଘୋଡ଼ାହାଡ଼ ଓ ବାଘଲାଟି ଡ୍ୟାମ୍‌ର ପରିପାର୍ଶ୍ୱିକ ବିକାଶ ସହ ଆବଶ୍ୟକ ଭିତ୍ତିଭୂମି ନିର୍ମାଣ ଓ ସୌନ୍ଦର୍ଯ୍ୟକରଣ ନେଇ ବିସ୍ତୃତ ଆଲୋଚନା ହୋଇଛି।

ଏହି ଦୁଇ ପର୍ଯ୍ୟଟନସ୍ଥଳୀରେ ପ୍ରାକୃତିକ ପର୍ଯ୍ୟଟନ ସହ ଶିକ୍ଷା ପର୍ଯ୍ୟଟନର ବିକାଶ ଏବଂ ଜଳସେଚନ ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବା ଦିଗରେ ସମନ୍ୱିତ ପଦକ୍ଷେପ ନେବା ଉପରେ ଗୁରୁତ୍ୱ ଦିଆଯାଇଥିଲା। ସୌନ୍ଦର୍ଯ୍ୟକରଣ ଓ ଭିତ୍ତିଭୂମି ବିକାଶ ପାଇଁ ପ୍ରସ୍ତୁତ ଯୋଜନା ଓ ଡିପିଆର୍‌ ଉପରେ ମଧ୍ୟ ବିସ୍ତୃତ ଆଲୋଚନା ହୋଇଥିଲା। ପ୍ରାକୃତିକ ପରିବେଶ ଓ ସୌନ୍ଦର୍ଯ୍ୟକୁ ଅକ୍ଷୁଣ୍ଣ ରଖି ଏହି ଦୁଇ ସ୍ଥାନକୁ ଆକର୍ଷଣୀୟ ପର୍ଯ୍ୟଟନସ୍ଥଳୀ ଭାବେ ବିକଶିତ କରିବା ଉପରେ ମତ ପ୍ରକାଶ ପାଇଥିଲା।ବୈଠକରେ ଦିଗପହଣ୍ଡି ବିଧାୟକ ସିଦ୍ଧାନ୍ତ ମହାପାତ୍ର, ଗଞ୍ଜାମ ଜିଲ୍ଲାପାଳ ଭି. କୀର୍ତ୍ତି ଭାସନ, ବ୍ରହ୍ମପୁର ଉପଜିଲ୍ଲାପାଳ ଅବିନାଶ କୁମାର, ଜିଲ୍ଲା ଶିକ୍ଷା ଅଧିକାରୀ ଅଜୟ କୁମାର ପାତ୍ର, ଜିଲ୍ଲା ପର୍ଯ୍ୟଟନ ଅଧିକାରୀ ଜନକ ତରାଇ, ପୂର୍ତ୍ତ ଓ ଜଳସେଚନ ବିଭାଗର ଅଧିକ୍ଷଣ ଯନ୍ତ୍ରୀ, ନିର୍ବାହୀ ଯନ୍ତ୍ରୀ ଅବିନାଶ ମିଶ୍ରଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀ ଯୋଗଦେଇଥିଲେ।

Leave a Reply

Your email address will not be published. Required fields are marked *