September 21, 2026
Home » ବଉଳାଝୋଳିରେ ‘କ୍ରିଷ୍ଣା କାମାକ୍ଷୀ ସୋଲାର ପାର୍କ’ ଉଦ୍‌ଘାଟିତ

ବଉଳାଝୋଳିରେ ‘କ୍ରିଷ୍ଣା କାମାକ୍ଷୀ ସୋଲାର ପାର୍କ’ ଉଦ୍‌ଘାଟିତ

0
WhatsApp Image 2026-09-20 at 1.58.58 PM

 

ଛତ୍ରପୁର, : ଗଞ୍ଜାମ ଜିଲ୍ଲାର କୁକୁଡ଼ାଖଣ୍ଡି ବ୍ଲକ୍ ଅନ୍ତର୍ଗତ ବଉଳାଝୋଳି ଠାରେ ‘କ୍ରିଷ୍ଣା କାମାକ୍ଷୀ ସୋଲାର ପାର୍କ’ର ଉଦ୍‌ଘାଟନ ହୋଇଯାଇଛି। ପ୍ରଧାନମନ୍ତ୍ରୀ କୁସୁମ ଯୋଜନା ଅଧୀନରେ ପ୍ରତିଷ୍ଠିତ ଏହି ୨ ମେଗାୱାଟ୍ କ୍ଷମତା ବିଶିଷ୍ଟ ଗ୍ରିଡ୍ ସଂଯୋଗିତ ସୌର ବିଦ୍ୟୁତ୍ ପ୍ରକଳ୍ପ ଗଞ୍ଜାମରେ ସ୍ୱଚ୍ଛ ଓ ନବୀକରଣଯୋଗ୍ୟ ଶକ୍ତିର ପ୍ରସାର ସହିତ ଗ୍ରାମୀଣ ଅର୍ଥନୀତିକୁ ସୁଦୃଢ଼ କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ।“ସୌର ଶକ୍ତି ହେଉଛି ଏକ ସ୍ୱଚ୍ଛ, ଅକ୍ଷୟ ଓ ସ୍ଥାୟୀ ଶକ୍ତିର ଉତ୍ସ।

ଗଞ୍ଜାମ ଭଳି କୃଷିପ୍ରଧାନ ଜିଲ୍ଲାରେ ପିଏମ୍ କୁସୁମ ଯୋଜନା ଅଧୀନରେ ଏଭଳି ସୌର ପ୍ରକଳ୍ପର ନିର୍ମାଣ ଦ୍ୱାରା ନବୀକରଣଯୋଗ୍ୟ ଶକ୍ତିର ବ୍ୟବହାର ବୃଦ୍ଧି ସହ ପରିବେଶ ସୁରକ୍ଷା ଓ ଗ୍ରାମୀଣ ଅର୍ଥନୀତିର ସୁଦୃଢ଼ୀକରଣ ସମ୍ଭବ ହେବ। ଆଗାମୀ ଦିନରେ ଜିଲ୍ଲାରେ ଏଭଳି ଅଧିକ ପ୍ରକଳ୍ପ ବିକଶିତ କରିବା ପାଇଁ ପରିକଳ୍ପନା କରାଯାଉଛି,” ବୋଲି ଜିଲ୍ଲାପାଳ ଭି. କୀର୍ତ୍ତି ଭାସନ ପ୍ରକାଶ କରିଛନ୍ତି।ଏହି ଅବସରରେ ଗଞ୍ଜାମ ଜିଲ୍ଲାପାଳ, ବ୍ରହ୍ମପୁର ଉପଜିଲ୍ଲାପାଳ ଅବିନାଶ କୁମାରଙ୍କ ସମେତ ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *