October 13, 2026
Home » ପ୍ରକାଶ ପାଇଲା ଚୂଡାନ୍ତ ଭୋଟ ତାଲିକା,

ପ୍ରକାଶ ପାଇଲା ଚୂଡାନ୍ତ ଭୋଟ ତାଲିକା,

0
WhatsApp Image 2026-09-21 at 12.56.54 PM

ନୂଆପଡ଼ା ଜିଲ୍ଲାପାଳ ସମ୍ମିଳନୀ କକ୍ଷ ଠାରେ ସ୍ୱତନ୍ତ୍ର ସଘନ କାର୍ଯ୍ୟକ୍ରମ, ପ୍ରକାଶ ପାଇଲା ଚୂଡାନ୍ତ ଭୋଟ ତାଲିକା, ସମୁଦାୟ ଭୋଟର ସଂଖ୍ୟା ୪ ଲକ୍ଷ ୯୦ ହଜାର ୩୪୪ ଜନ ଭୋଟର ତାଲିକା ଭୁକ୍ତ ତା:୨୨.୦୯. ନୂଆପଡ଼ା ଜିଲ୍ଲା ରେ ଚୂଡ଼ାନ୍ତ ଭୋଟ ତାଲିକା ପ୍ରକାଶିତ ହୋଇଅଛି। ଆଜି ଜିଲ୍ଲାପାଳ ସମ୍ମିଳନୀ କକ୍ଷ ଠାରେ ସ୍ୱତନ୍ତ୍ର ସଘନ କାର୍ଯ୍ୟକ୍ରମ ମୁତାବକ ପ୍ରକାଶ ପାଇଲା ଚୂଡାନ୍ତ ଭୋଟ ତାଲିକା। ଦୁଇ ଗୋଟି ବିଧାନସଭା ନିର୍ବାଚନ ମଣ୍ଡଳୀକୁ ମିଶାଇ ସମୁଦାୟ ଜିଲ୍ଲାର ଭୋଟର ସଂଖ୍ୟା ୪ ଲକ୍ଷ ୯୦ ହଜାର ୩୪୪ ଜନ ଭୋଟର ତାଲିକା ଭୁକ୍ତ ହୋଇଛନ୍ତି। ସେଥିମଧ୍ୟରୁ ୨ ଲକ୍ଷ ୪୪ ହଜାର ୪୯୪ ଜନ ପୁରୁଷ ଭୋଟର ରହିଥିବା ବେଳେ ୨ଲକ୍ଷ ୪୫ ହଜାର୮୧୭ ଜଣ ମହିଳା ଭୋଟର ରହିଛନ୍ତି। ସେଥିମଧ୍ୟରୁ ୮୫ ବର୍ଷ ରୁ ଉର୍ଦ୍ଧ ବୟଷ୍କ ଭୋଟର ସଂଖ୍ୟା ୩ ହଜାର ୭୦୮ ଜନ ରହିଥିବା ବେଳେ ଯୁବ ଭୋଟର ସଂଖ୍ୟା ୭୦୯୩ ଜଣ ଭୋଟର ରହିଛନ୍ତି। ୩୩ ଜଣ ତୃତୀୟ ଲିଙ୍ଗ ଭୋଟର ରହିଛନ୍ତି। ୮୧୪୦ ଜନ ଦିବ୍ୟାଙ୍ଗ ଭୋଟର ରହିଛନ୍ତି। ୩୪୩ ଜନ ବିଭିନ୍ନ ବିଭାଗୀୟ କର୍ମଚାରୀ ଭୋଟର ତାଲିକା ଭୁକ୍ତ ହୋଇଅଛି। ପ୍ରତି ହଜାର ରେ ମହିଳା ସଂଖ୍ୟା ୧୦୦୫ ରହିଥିବା ଆଜି ଜିଲ୍ଲାପାଳ ମଧୁସୂଦନ ଦାସ ଏକ ସାମ୍ବାଦିକ ସମ୍ମିଳନୀ ରେ ପ୍ରକାଶ କରିଛନ୍ତି। ଭୁଡ଼ାନ୍ତ ଭୋଟ ତାଲିକା ପ୍ରକାଶନ ବେଳେ ଅତିରିକ୍ତ ଜିଲ୍ଲାପାଳ ସୁବାଷ ଚନ୍ଦ୍ର ରଇତ, ଉପ ଜିଲ୍ଲାପାଳ ସୂର୍ମି ସୋରେନ, ନିର୍ବାଚନ ଅଧିକାରୀ ମହମ୍ମଦ ନସିମ ଦଳୀୟ ପ୍ରତିନିଧି ଭାବରେ ବିଜେପି ରୁ ସୁଶାନ୍ତ ପତି, ଜିଲ୍ଲା କଂଗ୍ରେସ ରୁ ଦେବଦତ୍ତ ଦୀକ୍ଷିତ, ବହୁଜନ ସମାଜ ପାର୍ଟି ରୁ କୁନ୍ତୀ ସାହୁ, ରାଜନୀତି ଦଳ ପ୍ରତିନିଧି ମାନେ ସାମିଲ ହୋଇଥିଲେ। ଜିଲ୍ଲାପାଳ ସାମ୍ବାଦିକ ସମ୍ମିଳନୀ ରେ ସୂଚନା ଦେଇଛନ୍ତି।

Leave a Reply

Your email address will not be published. Required fields are marked *