ବୌଦ୍ଧ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ରେ ନମାମି ଭାରତମ୍ କାର୍ଯ୍ୟକ୍ରମ ଅନୁଷ୍ଠିତ
ସୁବର୍ଣ୍ଣପୁର — ବୌଦ୍ଧ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ଠାରେ ନମାମି ଭାରତମ୍ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବୌଦ୍ଧଗଡ ପୌର ପରିଷଦ ଅଧ୍ୟକ୍ଷ ମୃତ୍ୟୁଞ୍ଜୟ ମିଶ୍ର ,ସମ୍ମାନିତ ବକ୍ତା ଭାବେ ସଂଘର ବିଭାଗ ବୌଦ୍ଧିକ ପ୍ରମୁଖ ଦେବବ୍ରତ ପାଣିଗ୍ରାହୀ ,ଅନ୍ୟତମ ଅତିଥିଭାବେ ବୌଦ୍ଧ ଜିଲ୍ଲା ସଂଘ ଚାଳକ ସୂର୍ଯ୍ୟକାନ୍ତ ଦଳବେହେରା ପ୍ରମୁଖ ଯୋଗଦେଇ ଥିଲେ ।ରାଷ୍ଟ୍ରୀୟ ଗାନ ବନ୍ଦେ ମାତରମ ର ୧୫୦ ବର୍ଷ ପୂର୍ତ୍ତି ଅବସରରେ ବିଦ୍ୟାଭାରତୀ ସାରା ଦେଶରେ ଏକ ସମୟରେ ସାମୂହିକ ଗାନ କରିବାର ଲକ୍ଷ୍ୟ ଉଦ୍ଦେଶ୍ୟରେ ବିଦ୍ୟାଳୟରେ ସାମୂହିକ ବନ୍ଦେ ମାତରମ ଗାନ କରାଯାଇଥିଲା । ମଞ୍ଚରେ ବିଦ୍ୟାଳୟର ପରିଚାଳନା କମିଟିର ସଭାପତି ଟଙ୍କଧର ସାହୁ, ବିଦ୍ୟଳୟର ପ୍ରଧାନ ଆଚାର୍ଯ୍ୟ ଶ୍ରୀବତ୍ସ ମିଶ୍ର ଉପସ୍ଥିତ ଥିଲେ।ବିଦ୍ୟାଳୟର ବରିଷ୍ଠ ଆଚାର୍ଯ୍ୟ ନରେନ୍ଦ୍ର ମହାକୁଳ ଅତିଥି ପରିଚୟ ପ୍ରଦାନ କରିଥିଲେ। ମୁଖ୍ୟ ବକ୍ତା ଦେବବ୍ରତ ପାଣିଗ୍ରାହୀ ବନ୍ଦେ ମାତରମର ଭାବାର୍ଥକୁ ବ୍ୟାଖ୍ୟା କରିବା ସହ ଏହି ରାଷ୍ଟ୍ରୀୟ ଗାନର ଇତିହାସ ବର୍ଣ୍ଣନା କରିଥିଲେ । ମୁଖ୍ୟ ଅତିଥି ମୃତ୍ୟୁଞ୍ଜୟ ମିଶ୍ର ବନ୍ଦେ ମାତରମ୍ ର ଗୁଣଗାନ କରିଥିଲେ । ଏହି ଅବସରରେ ବିଦ୍ୟାଳୟର ସ୍କାଉଟ ଓ ଗାଇଡର ଶିଶୁ ଭାଇ ଭଉଣୀଙ୍କ ଦ୍ଵାରା ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଶେଷରେ ବିଦ୍ୟାଳୟର ବରିଷ୍ଠ ଆଚାର୍ଯ୍ୟ ଅଶୋକ କୁମାର ପୁରୋହିତ ଧନ୍ୟବାଦ ଜ୍ଞାପନ କରିଥିଲେ l
ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ…
