September 26, 2026
Home » ସେପ୍ଟେମ୍ବର 27ରୁ ଅକ୍ଟୋବର 9 ତିଥିରେ ଆରମ୍ଭ ହେଉଛି ପିତୃପକ୍ଷ

ସେପ୍ଟେମ୍ବର 27ରୁ ଅକ୍ଟୋବର 9 ତିଥିରେ ଆରମ୍ଭ ହେଉଛି ପିତୃପକ୍ଷ

0
WhatsApp Image 2026-09-26 at 10.19.47 AM

ସେପ୍ଟେମ୍ବର 27ରୁ ଅକ୍ଟୋବର 9 ତିଥିରେ ଆରମ୍ଭ ହେଉଛି ପିତୃପକ୍ଷ।ପିତୃପକ୍ଷ ତିଥିରେ ସମସ୍ତ ସନାତନ ଧର୍ମାବଲମ୍ବୀ ମାନଙ୍କ ବାସଭବନରେ ପିତୃଦେବ ମାନେ ସୁକ୍ଷ୍ମ ରୁପରେ ବିରାଜମାନ କରି ସେମାନଙ୍କ ସନ୍ତାନ ମାନଙ୍କ ଠାରୁ ଶ୍ରାଦ୍ଧ ତର୍ପଣ ଗ୍ରହଣ କରି ସନ୍ତାନ ମାନଙ୍କୁ ସୁଖ, ସମୃଦ୍ଧି ଓ ଧନବାନ ପ୍ରାପ୍ତି ପାଇଁ ଆଶୀର୍ବାଦ କରନ୍ତି ବୋଲି ସଦ୍ ଗୁରୁ ଦେବ ମାନେ ଗଣମାଧ୍ୟମରେ ପ୍ରଚାର କରିବା ଦେଖିବାକୁ ମିଳିଛି।
ବିଶ୍ଵ ସନାତନ ଧର୍ମର ରକ୍ଷକ ବିଶ୍ବ ବଚନ ସିଦ୍ଧ 1008 ସଦ୍ ଗୁରୁଦେବ ଡଃ ବସନ୍ତ ବିଜୟାନନ୍ଦ ଗିରି ମହାରାଜ, ପଦ୍ମଶ୍ରୀ ପୂଜ୍ୟପୂଜକ ପରମହଂସ ଶ୍ରୀମଦ୍ ବାବା ବଳିଆ ସମସ୍ତ ସନାତନ ଧର୍ମାବଲମ୍ବୀ ମାନଙ୍କୁ ପିତୂପକ୍ଷ ଦିବସରେ ପିତୃପୁରୁଷ ମାନେ ପ୍ରତ୍ୟେକ ପରିବାରରେ ସୁକ୍ଷ ରୁପେ ବିରାଜମାନ କରିଥିବାରୁ ଉକ୍ତ ଦିବସରେ ପ୍ରତ୍ୟେକ ପରିବାର ସଦସ୍ୟ ମାନେ ପାଞ୍ଚଟି ବିଶେଷ କାର୍ଯ୍ୟ ପ୍ରତି ଧ୍ୟାନ ଦେବା ଉଚିତ। ନତୁବା ସେହି ପରିବାରର ବ୍ୟାପକ କ୍ଷତିଗ୍ରସ୍ତ ହେଉଥିବା ଦେଖିବାକୁ ମିଳୁଛି ବୋଲି ସଦ୍ ଗୁରୁ ଦେବ ମାନେ ଚେତାବନୀ ଦେଇଛନ୍ତି।
ସେହି କାର୍ଯ୍ୟଟି ହେଲା,1- ପରିବାର ପରସ୍ପର ମଧ୍ୟରେ ଝଗଡ଼ା କରୁବା ନିମ୍ନ ଭାଷା ପ୍ରୟୋଗ କରି କ୍ଳେଶ ସୃଷ୍ଟି କରିବା।2- ଉକ୍ତ ଦିବସରେ ଘରକୁ ଆସିଥିବା ଅତିଥି ମାନଙ୍କୁ ସମ୍ମାନେ ସତ୍କାର ନକରିବା ।3- ପ୍ରାପ୍ତ ସମୟରେ କାଉ ମାନଙ୍କୁ ଗରମ ଭୋଜନ ପ୍ରସ୍ତୁତ କରି ସୁଦ୍ଧ ସ୍ଥାନରେ କଦଳୀ ପତ୍ରରେ ଖାଦ୍ୟ ପ୍ରଦାନ କରିବା ସହ ଗୃହପାଳିତ ଗୋରୁ ଗାଈମାନଙ୍କୁ ଘାସ ଦେବା ଓ ଭିକାରୀ, ବ୍ରାହ୍ମଣ ମାନଙ୍କୁ ଦାନ ଦକ୍ଷିଣା ଦେବା।4- ମଦ, ମାଂସ ଭକ୍ଷଣ ଓ ଦାନରୁ ନିଜକୁ ଦୁରେଇ ରଖିବା ।5- କାଉକୁ ଭୋଜନ ଦିଆଯିବା ସ୍ଥାନଟି ପବିତ୍ର ଜଳରେ ପରିଷ୍କାର କରି ପବିତ୍ର ପାତ୍ରରେ ଖାଦ୍ୟ ପରିବେଷଣ କରି ପିତୃପୁରୁଷଙ୍କୁ ଶ୍ରାଦ୍ଧ ତର୍ପଣ ପିଣ୍ଡଦାନ କଲେ ପିତୃଦେବ ମାନଙ୍କ ଆଶ୍ରିବାଦ ପ୍ରାପ୍ତି ହୋଇଥାଏ। ଏହାକୁ କାର୍ଯ୍ୟକାରୀ କରିବାରେ ବିଫଳ ହେଲେ ପିତୃଦେବ ମାନଙ୍କ କ୍ରୋଧ ରେ ପରିବାର କ୍ଷତିଗ୍ରସ୍ତ ହେଉଥିବା ଆଜି ସମାଜରେ ଦେଖିବାକୁ ମିଳିଛି।
ସଂଗ୍ରହ:-ବିରଞ୍ଚି ନାରାୟଣ ପତ୍ରୀ। ସାମ୍ବାଦିକ

Leave a Reply

Your email address will not be published. Required fields are marked *