September 30, 2026
Home » ଦୟା ସରାବନି ଯୋଗ ଟ୍ରଷ୍ଟର ପଞ୍ଜୀକରଣ ସମ୍ପନ୍ନ

ଦୟା ସରାବନି ଯୋଗ ଟ୍ରଷ୍ଟର ପଞ୍ଜୀକରଣ ସମ୍ପନ୍ନ

0
WhatsApp Image 2026-09-26 at 4.24.36 PM

ଯୋଗ, ପରିବେଶ ସୁରକ୍ଷା ଓ ସାମାଜିକ ସେବାକୁ ଗୁରୁତ୍ୱ,ସୁସ୍ଥ ସମାଜ ଗଠନ ପାଇଁ ନୂଆ ସଂକଳ୍ପ l

ସୁବର୍ଣ୍ଣପୁର —ଯୋଗ, ପରିବେଶ ସୁରକ୍ଷା, ପ୍ରାକୃତିକ ଚିକିତ୍ସା (ନାଚୁରୋପାଥି) ଓ ସାମାଜିକ ସେବାକୁ ମୁଖ୍ୟ ଲକ୍ଷ୍ୟ କରି ଗଠିତ ‘ଦୟା ସରାବନି ଯୋଗ ଟ୍ରଷ୍ଟ’ର ପଞ୍ଜୀକରଣ ସଫଳତାର ସହ ସମ୍ପନ୍ନ ହୋଇଛି। ୨୦୨୬ ମସିହାରେ ପଞ୍ଜୀକୃତ ଏହି ଟ୍ରଷ୍ଟର ପଞ୍ଜୀକରଣ ନମ୍ବର ୪୨୨୩୨୬୦୦୬୧୦।ପଞ୍ଜୀକରଣ ପରେ ଟ୍ରଷ୍ଟର ସଦସ୍ୟ, ଶୁଭେଚ୍ଛୁ ଓ ସେବାପ୍ରେମୀଙ୍କ ମଧ୍ୟରେ ଆନନ୍ଦ ଓ ଉତ୍ସାହ ପ୍ରକାଶ ପାଇଛି। ଏହି ପଞ୍ଜୀକରଣକୁ ସମାଜସେବା, ପ୍ରକୃତି ସୁରକ୍ଷା ଓ ସୁସ୍ଥ ଜୀବନଶୈଳୀର ପ୍ରଚାର-ପ୍ରସାର କ୍ଷେତ୍ରରେ ଏକ ନୂଆ ଅଧ୍ୟାୟର ଶୁଭାରମ୍ଭ ବୋଲି ଟ୍ରଷ୍ଟର ସଦସ୍ୟମାନେ ପ୍ରକାଶ କରିଛନ୍ତି।
ଟ୍ରଷ୍ଟର ସାଂଗଠନିକ ଦାୟିତ୍ୱରେ ସଭାପତି ଭାବେ ଡ. ଯୁଧିଷ୍ଠିର ଖମାରୀ, ଉପସଭାପତି ଭାବେ କାଲିଆ ମୁଦୁଲି, ପ୍ରତିଷ୍ଠାତା ତଥା ସମ୍ପାଦକ ଭାବେ ଡ. ହୃଷୀକେଶ ଦେହେରୀ ଏବଂ କୋଷାଧ୍ୟକ୍ଷ ଭାବେ ଦଧିବାବନ ଦନ୍ତା ରହିଛନ୍ତି।ଉପଦେଷ୍ଟା ମଣ୍ଡଳୀରେ ସମାଜସେବୀ ଧର୍ମ ନିରଞ୍ଜନ ପଣ୍ଡା, ଲାଇସେନ୍ସପ୍ରାପ୍ତ ଜିଲ୍ଲା ଦଲିଲ ଲେଖକ କାହ୍ନୁ ଚରଣ ଆଚାର୍ଯ୍ୟ, ଶିକ୍ଷକ ନରେନ୍ଦ୍ର କୁମାର ଦେହୁରୀ, ଶିକ୍ଷକ ଡ. ଅନିରୁଦ୍ଧ କୁରୁକୁରିଆ ଏବଂ ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ଡ. ରବିଚନ୍ଦ୍ର ପଶାୟତ ସ୍ଥାନ ପାଇଛନ୍ତି।ଟ୍ରଷ୍ଟର ସକ୍ରିୟ ସଦସ୍ୟ ଭାବେ ଶମ୍ଭୁରାଜ କର୍ଣ୍ଣ, ଗୋପାଳ ବାଘ, ବିକ୍ରମ କୁମାର ନନ୍ଦ, ଜୟପ୍ରକାଶ ଗୌନ୍ତିଆ, ଦିନେଶ କୁମାର ବିଶ୍ୱାଳ, ଜପିଲ ମହାନନ୍ଦିଆ, ହରେକୃଷ୍ଣ ପଧାନ, ରାକେଶ କୁମାର ବାରିକ, ଉମାକାନ୍ତ ପଧାନ, ଗୋବିନ୍ଦ ପଧାନ, କରୁଣାକର ଭାଟ୍ଟି, ଆଶୁତୋଷ ପଣ୍ଡା ଓ ଚୂଡ଼ାମଣି ପାଢ଼ୀ ପ୍ରମୁଖ ରହିଛନ୍ତି।ଯୋଗ ଓ ନାଚୁରୋପାଥି ମାଧ୍ୟମରେ ସୁସ୍ଥ ଜୀବନର ବାର୍ତ୍ତା
ଆଧୁନିକ ଜୀବନଶୈଳୀରେ ଶାରୀରିକ ସୁସ୍ଥତା, ମାନସିକ ଶାନ୍ତି ଓ ସୁସ୍ଥ ଜୀବନର ଗୁରୁତ୍ୱକୁ ଦୃଷ୍ଟିରେ ରଖି ଟ୍ରଷ୍ଟ ପକ୍ଷରୁ ଯୋଗ, ପ୍ରାଣାୟାମ ଓ ଧ୍ୟାନର ପ୍ରଚାର-ପ୍ରସାର କରାଯିବ।ଏଥିସହ ପ୍ରାକୃତିକ ଚିକିତ୍ସା, ସୁସ୍ଥ ଜୀବନଶୈଳୀ ଓ ଯୋଗଭିତ୍ତିକ ସ୍ୱାସ୍ଥ୍ୟ ସଚେତନତା ନେଇ ବିଭିନ୍ନ କାର୍ଯ୍ୟକ୍ରମ କରାଯିବ।ବୃକ୍ଷରୋପଣ ଓ ଜଳ ସଂରକ୍ଷଣକୁ ଗୁରୁତ୍ୱ
ପରିବେଶ ସୁରକ୍ଷାକୁ ଟ୍ରଷ୍ଟର ପ୍ରମୁଖ କାର୍ଯ୍ୟକ୍ଷେତ୍ର ଭାବେ ଗ୍ରହଣ କରାଯାଇଛି।ବୃକ୍ଷରୋପଣ ଓ ବୃକ୍ଷ ସୁରକ୍ଷା, ଜଳ ସଂରକ୍ଷଣ, ପ୍ଲାଷ୍ଟିକ୍‌ମୁକ୍ତ ପରିବେଶ, ସବୁଜିମା ବୃଦ୍ଧି ଓ ପରିବେଶ ସଚେତନତା ପାଇଁ ବିଭିନ୍ନ ଜନହିତକର କାର୍ଯ୍ୟକ୍ରମ ହାତକୁ ନିଆଯିବ।ନିଶାମୁକ୍ତ ସମାଜ ଓ ସାମାଜିକ ସେବା।
ଯୁବପିଢ଼ିଙ୍କୁ ନିଶାଠାରୁ ଦୂରେଇ ରଖିବା, ନିଶାମୁକ୍ତ ସମାଜ ଗଠନ ପାଇଁ ସଚେତନତା ସୃଷ୍ଟି ଏବଂ ବିଭିନ୍ନ ସେବାମୂଳକ କାର୍ଯ୍ୟ ମାଧ୍ୟମରେ ସାମାଜିକ ଦାୟିତ୍ୱବୋଧକୁ ସୁଦୃଢ଼ କରିବା ଉପରେ ଟ୍ରଷ୍ଟ ଗୁରୁତ୍ୱ ଦେବ।
ସେବା ଓ ସମର୍ପଣରେ ସୁସ୍ଥ ସମାଜ ଗଠନର ଲକ୍ଷ୍ୟ
ଯୋଗ, ପରିବେଶ ସୁରକ୍ଷା, ନାଚୁରୋପାଥି ଓ ସାମାଜିକ ସେବାକୁ ଏକାଠି କରି ସୁସ୍ଥ ସମାଜ ଓ ସବୁଜ ପରିବେଶ ଗଠନ ଦିଗରେ ‘ଦୟା ସରାବନି ଯୋଗ ଟ୍ରଷ୍ଟ’ ନିରନ୍ତର କାର୍ଯ୍ୟ କରିବାକୁ ସଂକଳ୍ପବଦ୍ଧ।ଯୋଗରେ ସୁସ୍ଥ ଜୀବନ, ପ୍ରକୃତି ସୁରକ୍ଷାରେ ସବୁଜ ଭବିଷ୍ୟତ, ସେବାରେ ସୁସ୍ଥ ସମାଜ।ଏହି ମୂଳମନ୍ତ୍ରକୁ ନେଇ ଦୟା ସରାବନି ଯୋଗ ଟ୍ରଷ୍ଟ ଆଗକୁ ବଢ଼ିବ।ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ…

Leave a Reply

Your email address will not be published. Required fields are marked *