ଶିକ୍ଷକ ଅଭାବ,ସ୍କୁଲରେ ତାଲା ପକାଇ ଗ୍ରାମବାସୀଙ୍କ ବିକ୍ଷୋଭ ପ୍ରଦର୍ଶନ
l
ସୁବର୍ଣ୍ଣପୁର — ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ ଅନ୍ତର୍ଗତ ଜୁଲୁଣ୍ଡା ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକ ଅଭାବ ଯୋଗୁଁ ଅଧ୍ୟୟନରତ ଛାତ୍ରଛାତ୍ରୀମାନଙ୍କ ଶିକ୍ଷାଦାନରେ ବ୍ୟାପକ ଅବ୍ୟବସ୍ଥା ଦେଖାଦେଇଛି। ଠିକ ସମୟରେ ପାଠ ପଢା ସରୁ ନଥିବାରୁ ପରୀକ୍ଷା ରେ ଛାତ୍ରଛାତ୍ରୀ ମାନେ ଭଲ ନମ୍ବର ରଖିବାରୁ ବଞ୍ଚିତ ହେଉଛନ୍ତି।୫ଟି ଶ୍ରେଣୀକୁ ମାତ୍ର ୨ଜଣ ଶିକ୍ଷକ ରହିଛନ୍ତି। ସ୍କୁଲରେ ଆବଶ୍ୟକୀୟ ଶିକ୍ଷକ ନିଯୁକ୍ତି ନେଇ ସ୍କୁଲ ପରିଚାଳନା କମିଟି ଓ ଗ୍ରାମବାସୀଙ୍କ ତରଫରୁ ବାରମ୍ବାର ଗୋଷ୍ଠୀ ଶିକ୍ଷା ଅଧିକାରୀ,ଜିଲ୍ଲା ଶିକ୍ଷା ଅଧିକାରୀ ଏବଂ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ଶିବିରରେ ଆପତ୍ତି ଅଭିଯୋଗ କରି ଆସୁଥିଲେ ମଧ୍ୟ କେହି କର୍ଣ୍ଣପାତ କରୁନାହାନ୍ତି।ଯାହା ଫଳରେ ଅଧ୍ୟୟନରତ ଛାତ୍ରଛାତ୍ରୀମାନଙ୍କ ଭବିଷ୍ୟତ ଅନ୍ଧାର ଆଡ଼କୁ ଅଗ୍ରସର ହେଉଛି।ତେଣୁ ବାଧ୍ୟ ହୋଇ ଗ୍ରାମବାସୀ ସ୍କୁଲ ସମ୍ମୁଖ ଗେଟ ରେ ତାଲା ପକାଇ ବିକ୍ଷୋଭ ପ୍ରଦର୍ଶନ କରିଥିବା ଜଣାପଡ଼ିଛି।ଗ୍ରାମବାସୀ କହିଛନ୍ତି ଯେ ସ୍କୁଲରେ ଆବଶ୍ୟକୀୟ ଶିକ୍ଷକ ଯୋଗାଇ ନଦେବା ପର୍ଯ୍ୟନ୍ତ ସ୍କୁଲ ରେ ତାଲା ପକାଇ ବିକ୍ଷୋଭ ଜାରି ରହିବ ବୋଲି ଚେତାବନୀ ଦେଇଛନ୍ତି।
ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ…
