ଭକ୍ତ ଙ୍କ ପାଇଁ ଖୋଲିଲା ଶ୍ରୀଗୁଣ୍ଡିଚା ମନ୍ଦିର
ଦୀର୍ଘ ୬ ବର୍ଷ ପରେ ଭକ୍ତ ଙ୍କ ପାଇଁ ଖୋଲିଲା ଶ୍ରୀଗୁଣ୍ଡିଚା ମନ୍ଦିର । କୋଭିଡ ମହାମାରୀ ପାଇଁ ୨୦୨୦ ମାର୍ଚ୍ଚ ରୁ ଭକ୍ତ ଙ୍କ ପାଇଁ ବନ୍ଦ ରହିଥିଲା ଶ୍ରୀଗୁଣ୍ଡିଚା ମନ୍ଦିର। ପରବର୍ତ୍ତୀ ସମୟରେ ଶ୍ରୀଗୁଣ୍ଡିଚା ମନ୍ଦିର ର ମରାମତି ପାଇଁ ବନ୍ଦ ରହିଥିଲା ମନ୍ଦିର। ଶ୍ରୀଗୁଣ୍ଡିଚା ମନ୍ଦିର କୁ ପ୍ରବେଶ ଶୁଳ୍କ ୧୦ ଟଙ୍କା। ୮୦ ବର୍ଷରୁ ଅଧିକ ବରିଷ୍ଠ ନାଗରିକ, ଛୋଟ ଶିଶୁ, ଦିବ୍ୟଙ୍ଗ ମାନଙ୍କ ପାଇଁ ଲାଗିବନି ପ୍ରବେଶ ଶୁକ୍ଲ। ଆଜି ଠାରୁ ତିନି ଦିନ ମାଗଣାରେ ଭକ୍ତ ମାନଙ୍କୁ ପ୍ରବେଶ ଅନୁମତି ଦିଆଯିବ। ଜୋତା, ମୋବାଇଲ ରଖିବା ପାଇଁ ସମ୍ପୂର୍ଣ ନିଶୁଳ୍କ ଜୋତା, ମୋବାଇଲ ଷ୍ଟାଣ୍ଡ ବ୍ୟବସ୍ଥା କରିଛି ଶ୍ରୀମନ୍ଦିର ପ୍ରଶାସନ।
