October 1, 2026
Home » ପଞ୍ଚାୟତ କୁ ଶିଶୁ ଶ୍ରମିକ ମୁକ୍ତ ପାଇଁ ରାଜ୍ୟ ସରକାର ଙ୍କ ନିଷ୍ପତ୍ତି

ପଞ୍ଚାୟତ କୁ ଶିଶୁ ଶ୍ରମିକ ମୁକ୍ତ ପାଇଁ ରାଜ୍ୟ ସରକାର ଙ୍କ ନିଷ୍ପତ୍ତି

0
WhatsApp Image 2026-10-01 at 2.23.28 PM

ସୁବର୍ଣ୍ଣପୁର — ପଞ୍ଚାୟତ କୁ ଶିଶୁ ଶ୍ରମିକ ମୁକ୍ତ କରିବା ପାଇଁ ରାଜ୍ୟ ସରକାର ଉଦ୍ୟମ ଆରମ୍ଭ କରିଛନ୍ତି l ପଞ୍ଚାୟତକୁ ଶିଶୁ ଶ୍ରମିକ ମୁକ୍ତ କରିବାକୁ ରାଜ୍ୟ ସରକାରଙ୍କ ରୋଡ୍‌ମ୍ୟାପ୍ ପ୍ରସ୍ତୁତ ହୋଇଥିବା ଜଣାପଡିଛି l2029 ସୁଦ୍ଧା ସବୁ ପଞ୍ଚାୟତକୁ ଶିଶୁ ଶ୍ରମିକ ମୁକ୍ତ କରିବାକୁ ଯୋଜନା ରହିଛି ବୋଲି ଶ୍ରମ ବିଭାଗ ର ନିର୍ଦ୍ଦେଶନାମା ରୁ ଜଣାପଡିଛି lଆସନ୍ତାକାଲି ଅର୍ଥାତ ଗାନ୍ଧି ଜୟନ୍ତୀରୁ ( ଅକ୍ଟୋବର 2 ) ଆରମ୍ଭ ହେବ 44 ଦିନିଆ ରାଜ୍ୟସ୍ତରୀୟ ଅଭିଯାନ lଗାନ୍ଧି ଜୟନ୍ତୀରୁ ନଭେମ୍ବର 14 ତାରିଖ ଶିଶୁ ଦିବସ ପର୍ଯ୍ୟନ୍ତ ଚାଲିବ ଏହି ଅଭିଯାନ l
ପ୍ରତ୍ୟେକ ଗ୍ରାମ ପଞ୍ଚାୟତରେ ସ୍ୱତନ୍ତ୍ର ଗ୍ରାମସଭା ଓ ପଲ୍ଲୀସଭା ଅନୁଷ୍ଠିତ ହେବ l ଏ ନେଇ ରାଜ୍ୟ ଶ୍ରମ କମିଶନର ଙ୍କ ପତ୍ର ସଂଖ୍ୟା 8208/30/09/2026 ରେ ଯୁଗ୍ମ ଶ୍ରମ କମିଶନର, ଖଣ୍ଡିୟ ଶ୍ରମ କମିଶନର, ଜିଲ୍ଲା ଶ୍ରମ ଅଧିକାରୀ( Enforcement )ଓ ସହକାରୀ ଶ୍ରମ ଅଧିକାରୀ ଙ୍କ ନିକଟକୁ ଅବଗତି ନିମନ୍ତେ ଚିଠି ପଠାଯାଇଛି l ଏହି ସଭାରେ SHG, ଅଙ୍ଗନବାଡ଼ି କର୍ମୀ, ଆଶାକର୍ମୀ ଶିଶୁ ଶ୍ରମିକ ମୁକ୍ତ କରିବାକୁ ସଂକଳ୍ପ ନେବେ ବୋଲି ଉଲ୍ଲେଖ ରହିଛି lଲିଖିତ ସଂକଳ୍ପ ପାରିତ ସହ ଜନସଚେତନତା ପଦଯାତ୍ରା ମଧ୍ୟ ହେବା ନେଇ ଉଲ୍ଲେଖ କରାଯାଇଛି ଚିଠି ରେ lଏହି ଅଭିଯାନରେ ସ୍କୁଲ ଓ ଗଣଶିକ୍ଷା ବିଭାଗର ଭୂମିକାକୁ ଅଧିକ ଗୁରୁତ୍ୱ ଦିଆଯାଇଛି lଅଧାରୁ ପାଠ ଛାଡ଼ିଥିବା, ତଥା ପ୍ରବାସୀ ଶ୍ରମିକଙ୍କ ପିଲାମାନଙ୍କୁ ଚିହ୍ନଟ କରାଯିବ ଏହି ଅଭିଯାନ ମାଧ୍ୟମରେ l ସମ୍ପୃକ୍ତ ପରିବାରଗୁଡ଼ିକୁ ଭେଟି ପିଲାଙ୍କ ପୁନଃ ନାମଲେଖା ସୁନିଶ୍ଚିତ କରିବେ ଶିକ୍ଷକ l ଶିଶୁ ଶ୍ରମରେ ନିୟୋଜିତ ଥିବାର ପ୍ରମାଣ ମିଳିଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଚିଠି ରେ ଉଲ୍ଲେଖ ରହିଛି l

ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ..

Leave a Reply

Your email address will not be published. Required fields are marked *