October 2, 2026
Home » ସେବା ସଂକଳ୍ପ ଅଭିଯାନ ୨୦୨୬ ଅବସରରେ ୧୧୨ ୟୁନିଟ ରକ୍ତ ସଂଗ୍ରହ କଲା ଯୁବମୋର୍ଚ୍ଚା ଗେଟ୍ ବଜ଼ାର ଓ ଗାନ୍ଧୀ ନଗର ମଣ୍ଡଳ

ସେବା ସଂକଳ୍ପ ଅଭିଯାନ ୨୦୨୬ ଅବସରରେ ୧୧୨ ୟୁନିଟ ରକ୍ତ ସଂଗ୍ରହ କଲା ଯୁବମୋର୍ଚ୍ଚା ଗେଟ୍ ବଜ଼ାର ଓ ଗାନ୍ଧୀ ନଗର ମଣ୍ଡଳ

0
WhatsApp Image 2026-10-01 at 2.53.46 PM

 

ବ୍ରହ୍ମପୁର, : ଭାରତର ଯଶସ୍ବୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୨୫ ବର୍ଷର ସୁଶାସନ ଓ ନିରନ୍ତର ଭାବେ ଦେଶ ସେବା କରିବା ସହ ଭାରତ ବର୍ଷକୁ ଯଶସ୍ବୀ କରିବାର ସ୍ୱପ୍ନକୁ ନେଇ ଭାତୀୟ ଜନତା ପାର୍ଟି ଦ୍ୱାରା ସେପ୍ଟେମ୍ବର ୧୭ ରୁ ଅକ୍ଟୋବର ୧୭ ପର୍ଯ୍ୟନ୍ତ ପାଳିତ ହେଉଥିବା “ସେବା ସଂକଳ୍ପ ଅଭିଯାନ ୨୦୨୬” ଅବସରରେ ଆଜି ସେବା ଭାରତୀ, ବିଜେପି ଯୁବମୋର୍ଚ୍ଚା ଗେଟ୍ ବଜାର ମଣ୍ଡଳ ଏବଂ ଗାନ୍ଧୀ ନଗର ମଣ୍ଡଳ ପକ୍ଷରୁ ଜିଲ୍ଲା ଯୁବମୋର୍ଚ୍ଚା ଉପସଭାପତି ବି ରବି ରାଓଙ୍କ ନେତୃତ୍ୱରେ ଏକ “ରକ୍ତଦାନ ଶିବିର” ଓ “ଚକ୍ଷୁ ପରୀକ୍ଷା ଶିବିର” ଗେଟ୍ ବଜାର ଛକ ସ୍ଥିତ ମାଁ କୁଠାରୀ ଦେବୀ ମନ୍ଦିର କଲ୍ୟାଣ ମଣ୍ଡପରେ ଠାରେ ଆୟୋଜିତ ହୋଇଥିଲା । ଏହି ଶିବିରରେ ମୋଟ ୧୧୨ ୟୁନିଟ୍ ରକ୍ତ ସଂଗ୍ରହ ହୋଇଥିବା ବେଳେ ୨୦୦ ରୁ ଉର୍ଦ୍ଧ ଲୋକଙ୍କ ଚକ୍ଷୁ ପରୀକ୍ଷା କରାଯାଇଥିଲା । ବଡ଼ ମେଡିକାଲ ରକ୍ତ ଭଣ୍ଡାର କର୍ମଚାରୀ ଏବଂ ଏଲ୍ ଭି ପ୍ରଶାଦ ଚକ୍ଷୁ ଚିକିତ୍ସାଳୟ କର୍ମଚାରୀ ଉପସ୍ଥିତ ରହି ସହଯୋଗ କରିଥିଲେ ।

ଏହି ଅବସରରେ ବିଜେପି ଗଞ୍ଜାମ ଜିଲ୍ଲା ସଭାପତି ସରୋଜ ସାବତ,ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ କାହ୍ନୁ ଚରଣ ପତି,ମହନ୍ତ ଚିନ୍ମୟନନ୍ଦ ଦାସ,ଗଞ୍ଜାମ ଜିଲ୍ଲା ସଂଘ ଚାଳକ ଭଗବାନ ତ୍ରିପାଠୀ,ରାଜ୍ୟ ଯୁବମୋର୍ଚ୍ଚା ଉପସଭାପତି ତୁତୁନ୍ ପାତ୍ର,ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ବି ସମୋନଥ ପାତ୍ର,ବିଜେପିର ବରିଷ୍ଠ ନେତା ସୁନିଲ କୁମାର ସାହୁ,ସାଂସଦ ପ୍ରତିନିଧି ବାଳକୃଷ୍ଣ ସାମନ୍ତରା,ବିଜେପି ଜିଲ୍ଲା ଉପସଭାପତି ପ୍ରଭାତ କିରଣ ଷଡ଼ଙ୍ଗୀ,ବିଜେପି ଜିଲ୍ଲା ସାଧାରଣ ସମ୍ପାଦକ ସିଦ୍ଧାନ୍ତ ଗଙ୍ଗଦେବ,ଗଞ୍ଜାମ ଜିଲ୍ଲା ଯୁବମୋର୍ଚ୍ଚା ସାଧାରଣ ସମ୍ପାଦକ ଗୋପୀନାଥ ମହାରଣା ଓ କୃଷ୍ଣଚନ୍ଦ୍ର ପୋଲାଈ,ଜିଲ୍ଲା ଯୁବମୋର୍ଚ୍ଚା ସମ୍ପାଦକ ଅମର ସାହୁ,ସୁମନ ରାଉଳ,ଜିଲ୍ଲା ଯୁବମୋର୍ଚ୍ଚା କାର୍ଯ୍ୟକାରିଣୀ ସଦସ୍ୟ ଶୀତଲ ଜେନା,ସିରିଡି ବିକ୍ରମ,ରାହୁଲ ସାହୁ,ଲିଙ୍ଗରାଜ ସାହୁ,କମଲ୍ ପାତ୍ର,ମଣ୍ଡଳ ସଭାପତି ରଜତ ପାତ୍ର,ରୋହନ ପାତ୍ର,ପୂର୍ବତନ ବିଜେପି ମଣ୍ଡଳ ସଭାପତି ଧର୍ମରାଜ ପାଣିଗ୍ରାହୀ,ଏସ୍.ଶ୍ରୀନିବାସ,ସରୋଜ ପାତ୍ର,ବରିଷ୍ଠ ମହିଳା ନେତ୍ରୀ ଏସ.ରାଣୀ,ପ୍ରଦୀପ ସାହୁ,ଚିନୁ ଡାକୁଆ,ଶଙ୍କର ମହାପାତ୍ର,ଗଜେନ୍ଦ୍ର ଚୈାଧୁରୀ,ସନ୍ତୋଷ ପଟ୍ଟନାୟକ,ତ୍ରିନାଥ ମହାପାତ୍ର ପ୍ରମୁଖଙ୍କ ସହ ବହୁ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *