ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ୧୫୮ ତମ ଗାନ୍ଧୀ ଜୟନ୍ତୀ ପାଳିତ
ଗାନ୍ଧିଜୀ ଙ୍କ ଅନ୍ତର୍ଦୃଷ୍ଟି ମାନବ ଜାତିର ସମୃଦ୍ଧିର ସୂତ୍ର। ପ୍ରତ୍ୟେକ ନାଗରିକ ଗାନ୍ଧୀଜୀଙ୍କ ନୀତି ଓ ଆଦର୍ଶକୁ ସ୍ମରଣ କରି ନିଜକୁ ବିଶ୍ଳେଷଣ କଲେ ରାଷ୍ଟ୍ରର ବିକାଶ ସମ୍ଭବ ବୋଲି ମୂଖ୍ୟ ଅତିଥି ସତ୍ୟ ପଟ୍ଟନାୟକ ପ୍ରକାଶ କରିଛନ୍ତି।ଧର୍ମଗଡ ସର୍ବୋଦୟ ସମିତି ପରିସର ଶକ୍ତି ସଦନ ଠାରେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ୧୫୮ ତମ ଗାନ୍ଧୀ ଜୟନ୍ତୀ ଆଜି ପାଳିତ ହୋଇ ଯାଇଛି। ଏହି ଅବସରରେ ସର୍ବୋଦୟ ସମିତି ପରିଚାଳନା ସମିତିର ସଭାପତି ଆଇନଜୀବୀ ତୁଷାର ରଞ୍ଜନ ପଟ୍ଟଯୋଷିଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥି ଭାବେ ପଞ୍ଚାୟତ ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ସତ୍ୟ ପଟ୍ଟନାୟକ ଯୋଗଦେଇ ଥିବା ବେଳେ ବରିଷ୍ଠ ସାମ୍ବାଦିକ ବିଦ୍ୟାଧର ସାହୁ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ଅଵସର ପ୍ରାପ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶିକ୍ଷାବିତ୍ ଲୋକନାଥ ବେହେରା କାର୍ଯ୍ୟକ୍ରମ ପରିଚାଳନା କରିଥବା ବେଳେ ଶକ୍ତି ସଦନର ପରିଚାଳିକା ସସ୍ମିତା ପାତ୍ର ଧନ୍ୟବାଦ ପ୍ରଦାନ କରିଥିଲେ।


କାର୍ଯ୍ୟକ୍ରମ ଆରମ୍ଭରେ ଅତିଥି ମାନେ ଗାନ୍ଧୀଜୀ ଓ ଶାସ୍ତ୍ରୀଜୀ ଙ୍କ ଫଟୋ ଚିତ୍ର ରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ଅନୁଷ୍ଠାନର ଅନ୍ତେବାସୀ ମଇନା ସାହୁ ସ୍ବାଗତ ସଙ୍ଗୀତ ପରିବେଷଣ କରିଥିଲେ।ଗାନ୍ଧୀ ଓ ଶାସ୍ତ୍ରୀ ଜୀଙ୍କ ଜୟନ୍ତୀ ଉପଲକ୍ଷେ “ସାମ୍ପ୍ରତିକ ସ୍ଥିତି ରେ ଗାନ୍ଧୀ ନୀତି ର ଆବଶ୍ୟକତା” ବିଷୟକୁ ନେଇ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ପ୍ରବନ୍ଧ ଓ ବକୃତା ପ୍ରତିଯୋଗୀତା ଆୟୋଜିତ ହୋଇଥିଲା। ପ୍ରବନ୍ଧ ପ୍ରତିଯୋଗିତା ରେ ପ୍ରଥମ ସ୍ଥାନ ଅଧିକାର କରିଥିବା ଧର୍ମଗଡ ଏଲନିସି ସ୍କୁଲର ର ଛାତ୍ରୀ ଅର୍ଚ୍ଚିତା ନାଏକ, ସଂସ୍କାର ପବ୍ଲିକ ସ୍କୁଲ ର ଛାତ୍ର ଗଜିନ୍ଦ୍ର ଲହଜଲ ଦ୍ୱିତୀୟ ତଥା ବକୃତା ପ୍ରତିଯୋଗିତାରେ ପ୍ରଥମ ହୋଇଥିବା ଏଲନିସି ସ୍କୁଲ ର ଗୁଡଲି ଦୀପ ଓ ଏଲନିସି ସ୍କୁଲର ର ଛାତ୍ରୀ ଅର୍ଚ୍ଚିତା ନାଏକ ଦ୍ୱିତୀୟ ସ୍ଥାନ ଅଧିକାର କରିଥିବା ଛାତ୍ର ଛାତ୍ରୀଙ୍କୁ ଏହି ଅବସରରେ ପୁରସ୍କୃତ କରାଯାଇଥିଲା। ସର୍ବୋଦୟ ସମିତି ର ସଦସ୍ୟା ଗୀତା ପଟ୍ଟନାୟକ,ଶକ୍ତି ସଦନର ପରିଚାଳିକା ସସ୍ମିତା ପାତ୍ର, ରୋଜାଲିନ ନାଏକ, ଶୋଭାସିନୀ ରାଉତ,ବନ୍ଦନା ଗମାଙ୍ଗୋ, ମଇନା ସାହୁ,କାର୍ଯ୍ୟକାରୀ ସହଯୋଗୀ ଦେବରାଜ ମହାନନ୍ଦ ପ୍ରମୁଖ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।
ବ୍ୟୁରୋ ରିପୋର୍ଟ….
