ଯୁବକଂଗ୍ରେସ ତରଫରୁ ଜାତିର ପିତା ମହାତ୍ମାଗାନ୍ଧୀ ଓ ଲାଲବାହାଦୁର ଶାସ୍ତ୍ରୀ ଜୟନ୍ତୀ ପାଳିତ
ରଣପୁର: ଆଜି ପୂର୍ବାହ୍ନରେ ରଣପୁର ନିର୍ବାଚନ ମଣ୍ଡଳୀ ଯୁବକଂଗ୍ରେସ ତରଫରୁ ଜାତିର ପିତା ମହାତ୍ମାଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ଯୁବ କଂଗ୍ରେସ ସଭାପତିପ୍ରକାଶ ଚନ୍ଦ୍ର ନାୟକ ଙ୍କ ନେତୃତ୍ୱ ରେ ରଣପୁର ସ୍ଥିତ ପଞ୍ଚୁଦଳ ପଡିଆ ରଘୁଦିବାକର ମଣ୍ଡପଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ରଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ରୋଗୀଙ୍କୁ ଫଳ, ପାଉଁରୁଟି ବଣ୍ଟନ କରାଯାଇଥିଲା।


ରଘୁଦିବାକର ମଣ୍ଡପଠାରେ ଅନୁଷ୍ଠିତ ଗାନ୍ଧୀ ଜୟନ୍ତୀରେ କଂଗ୍ରେସ ନେତା ତଥା ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସାଧାରଣ ସମ୍ପାଦକ ସତ୍ୟବ୍ରତ ନାୟକ ଯୋଗଦେଇ ରୋଗୀଙ୍କୁ ଫଳ ବଣ୍ଟନ କରିବା ସହ ଜାତିର ପିତା ମହାତ୍ମାଗାନ୍ଧୀ ଓ ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲବାହାଦୁର ଶାସ୍ତ୍ରୀଙ୍କ ଫଟୋରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହ ତାଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରି ପୂଜ୍ୟ ବାପୁଜୀଙ୍କ ସତ୍ୟ, ଅହିଂସା ଓ ଶାନ୍ତିର ଆଦର୍ଶରେ ଅନୁପ୍ରାଣିତ ହୋଇ ସୁସ୍ଥ ସମାଜ ଗଢ଼ୀ ବାରେ ଯୁବପିଢ଼ି ଅନୁପ୍ରାଣିତ ହେବା ସହପୂର୍ବତନ ପ୍ରଧାନମନ୍ତ୍ରୀ ଲାଲବାହାଦୁର ଶାସ୍ତ୍ରୀ ଙ୍କ “ଜୟ ଯବାନ ଓ ଜୟ କିସାନ” ଦେଇଥିବା ଅଭୁଲା ସ୍ଲୋଗାନ ପ୍ରତ୍ୟେକ ଭାରତୀୟଙ୍କ ମନରେ ସଦା ସର୍ବଦା ରହିଵାଦରକାର ।

ତାଙ୍କର ଉଚ୍ଚ ଆଦର୍ଶ ଚିନ୍ତାଧାରା ଓ ସମସ୍ତଙ୍କ କଲ୍ୟାଣ ପାଇଁ ଏହି ପବିତ୍ର ଦିନରେ ସମସ୍ତେ ଦୃଢ଼ ସଂକଳ୍ପ ନେବା ଆବଶ୍ୟକ। ଆଜିର ଏହି ପବିତ୍ର ଦିନରେ ସମସ୍ତ ଯୁବ ବନ୍ଧୁମାନେ ସଂକଳ୍ପ ନେବା ରଣପୁର କୁ ନିଶାମୁକ୍ତ ଅଞ୍ଚଳରେ ପରିଣତ କରିବାଏହି କାର୍ଯ୍ୟକ୍ରମରେ ପୂର୍ବତନ କାଉନସିଲର ତଥା ଆଇନଜୀବୀ ସତ୍ୟରଞ୍ଜନ ମତ୍ତା , ଜିଲ୍ଲା କଂଗ୍ରେସ ଉପସଭାପତି ବାଳକୃଷ୍ଣ ଷଡ଼ଙ୍ଗୀ,ପ୍ରଭାତ ମହାନ୍ତି, ମିର ଅବୁବାକର ସିଦିକ,ସଞ୍ଜୟ ମହାନ୍ତି, ଦ୍ୱିତୀୟକୃଷ୍ଣ ସାମନ୍ତରାୟ, ଅମିତ ସାହୁ, ହୃଦାନନ୍ଦ କାଣ୍ଡି, ରାହୁଲ ପଟ୍ଟନାୟକ, ଜିତେନ୍ଦ୍ର ପ୍ରଧାନ ବହୁ, ଚକ୍ରଧର ପ୍ରଧାନ କାର୍ଯ୍ୟକର୍ତ୍ତା ଯୋଗ ଦେଇଥିଲେ।
ରଣପୁର ରୁ ବାଳକୃଷ୍ଣ ଷଢଙ୍ଗୀ
