October 3, 2026
Home » ସମର୍ପଣ” ବୃଦ୍ଧାଶ୍ରମରେ ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ତରଫରୁ ଆନ୍ତର୍ଜାତୀୟ ବୟସ୍କ ବ୍ଯକ୍ତି ଦିବସ ପାଳିତ

ସମର୍ପଣ” ବୃଦ୍ଧାଶ୍ରମରେ ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ତରଫରୁ ଆନ୍ତର୍ଜାତୀୟ ବୟସ୍କ ବ୍ଯକ୍ତି ଦିବସ ପାଳିତ

0
1001313523
ନୟାଗଡ଼  ( ଇପିଏ ) ନୟାଗଡ ଲେଖନପୁରସ୍ଥିତ ସମର୍ପଣ ଗୃହରେ ଆନ୍ତର୍ଜାତୀୟ ବୟସ୍କ ବ୍ଯକ୍ତି ଦିବସ ପାଳନ ହୋଇ ଯାଇଛି। ନୟାଗଡ଼ ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ସମିତି ଓ ସମର୍ପଣ ମିଳିତ ଆନୁକୂଲ୍ୟରେ ସମର୍ପଣ ଗୃହରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଆଇନ୍ ସେବା ପ୍ରାଧିକରଣ ସଚିବ ଅଞ୍ଜଳି ମଛଖଣ୍ଡ ସଭାପତିତ୍ୱ କରିଥିବା ବେଳେ ମୁଖ୍ଯ ଅତିଥି ଭାବେ ବିଶିଷ୍ଟ ସ୍ବାଧିନତା ସଂଗ୍ରାମୀ ବିରଞ୍ଚିନାରାୟଣ ଦାସ ଯୋଗଦେଇଥିଲେ। ଆଶ୍ରମର ସମସ୍ତ ଅନ୍ତେବାସୀ ମାନଙ୍କୁ ନେଇ ଏକ ସୁନ୍ଦର ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା। ବରିଷ୍ଠ ନାଗରିକ ମାନେ ଅଲୋଡା ନୁହଁନ୍ତି, ବରଂ ସେମାନଙ୍କ ଅନୁଭୂତି ଓ ଅନୁଭବ ଅନ୍ୟ ମାନଙ୍କୁ ସୁନ୍ଦର ଜୀବନ ଯାପନ କରିବାର ମାର୍ଗ ଦର୍ଶନ କରିଥାଏ ବୋଲି ଆଲୋଚନା ହୋଇଥିଲା।  ଏହି କାର୍ଯ୍ୟକ୍ରମରେ ସମର୍ପଣ ପରିଚାଳନା କମିଟିର ସଂପାଦକ ଶ୍ରୀଧର ସାହୁ ସ୍ବାଗତ ଅଭିଭାଷଣ ଦେଇଥିଲାବେଳେ ସମର୍ପଣର ବରିଷ୍ଠ ସଦସ୍ଯ ପ୍ରମୋଦ ପଟ୍ଟନାୟକ କହିଥିଲେ ଯେ,ଯେଉଁ ପୁଅବୋହୂ ମାନେ ନିଜ ବାପା ମାଆ ବା ଶାଶୁ ଶଶୁରଙ୍କୁ ସମ୍ମାନର ସହିତ ସେବା ସୁଶ୍ରୁଷା କରୁଛନ୍ତି, ସେମାନଙ୍କୁ ସମ୍ମାନିତ କରିବାର ଆବଶ୍ଯକ ଅଛି।
କାର୍ଯ୍ୟକ୍ରମ ଆରମ୍ଭରୁ ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ସମିତିର ଆଇନ ମିତ୍ର ଭାଇ ଭଉଣୀ ମାନେ ସମସ୍ତ ଅନ୍ତେବାସୀ ମଉସା ମାଉସୀ ମାନଙ୍କୁ ଫୁଲ ଚନ୍ଦନ ଦେଇ ସମ୍ବର୍ଦ୍ଧିତ କରିବା ସହିତ ଶୁଖିଲା ଖାଦ୍ୟ ବଣ୍ଟନ କରିଥିଲେ। ସମସ୍ତ ଅନ୍ତେବାସୀ ମାନଙ୍କର ସ୍ବାସ୍ଥ୍ଯ ସୁରକ୍ଷା ଓ ବାର୍ଦ୍ଧକ୍ଯ ଜନିତ ବିଭିନ୍ନ ସମସ୍ଯାର ସମାଧାନ ବିଷୟରେ ମଞ୍ଚାସୀନ ସଦସ୍ଯ ମାନେ ବହୁ ମୂଲ୍ଯବାନ ପରାମର୍ଶ ଦେଇଥିଲେ।
ଏହି କାର୍ଯ୍ୟକ୍ରମରେ ସମର୍ପଣ ମ୍ଯାନେଜର ସୀତାରାମ ପ୍ରଧାନ ଓ କର୍ମଚାରୀ ମାନସ କୁମାର ନାୟକ,ସରସ୍ବତୀ ସାହୁ,ମାମି ଡାକୁଆ,ଶୋଭାରାଣୀ ଦଳେଇ ପ୍ରତ୍ଯେକ୍ଷ ଭାବେ ଉପସ୍ଥିତ ରହି ସହଯୋଗ କରିଥିଲା ବେଳେ ସମର୍ପଣ ବୃଦ୍ଧାଶ୍ରମ ପରିଚାଳନା କମିଟିର କାର୍ଯ୍ଯକାରୀ ସଭାପତି ଅରୁଣ କୁମାର ମହାନ୍ତି ଧନ୍ଯବାଦ ଅର୍ପଣ କରିଥିଲେ।।
ଇ ପି ଏ ରୁ ଗୋକୁଳ କୁମାର ଷଡ଼ଙ୍ଗୀ ଜିଲ୍ଲା ପ୍ରତିନିଧି ନୟାଗଡ଼ ।

Leave a Reply

Your email address will not be published. Required fields are marked *