ଗାନ୍ଧି ଜୟନ୍ତୀ ଉପଲକ୍ଷେ ସେବା ଦଳ ପକ୍ଷରୁ କୁଇଜ୍ ପ୍ରତିଯୋଗୀତା
ନୟାଗଡ: ( ଇପିଏ ) ନୟାଗଡ ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀ ଉପଲକ୍ଷେ ଓଡିଶା ପ୍ରଦେଶ କଂଗ୍ରେସ ସେବାଦଳ ଅଧକ୍ଷ ସୂଭେନ୍ଦୁ ମହାନ୍ତିଙ୍କ ନିର୍ଦେଶ କର୍ମେ ନୟାଗଡ଼ ଜିଲ୍ଲା ଇଟାମାଟିରେ କଂଗ୍ରେସ ସେବାଦଳ ତରଫରୁ ଭବ୍ୟ କୁଇଜ୍ ପ୍ରତିଯୋଗିତା ଅନୁଷ୍ଠିତ ହୋଇଅଛି ।
ପୂଜ୍ୟ ବାପୁଙ୍କ ଜୀବନୀ, ଆଦର୍ଶ ଓ ସ୍ୱାଧୀନତା ସଂଗ୍ରାମ ଉପରେ ଆଧାରିତ ଏହି ପ୍ରତିଯୋଗିତାରେ ଅଞ୍ଚଳର ୨୦ଟି ହାଇସ୍କୁଲ ସ୍କୁଲ୍ ଏବଂ୧୦ ଟି କଲେଜରୁ ୫୦୦ରୁ ଊର୍ଦ୍ଧ୍ୱ ଛାତ୍ରଛାତ୍ରୀ ଅତ୍ୟନ୍ତ ଉତ୍ସାହର ସହିତ ଭାଗ ନେଇଥିଲେ। ଏହି କାର୍ଯ୍ୟକ୍ରମ ସେବାଦଳ ଓଡ଼ିଶାର ସାଧାରଣ ସମ୍ପାଦକ ମନୋଜ ସାହୁଙ୍କ ପ୍ରତ୍ୟକ୍ଷ ନେତୃତ୍ୱରେ ପରିଚାଳିତ ହୋଇଥିଲା। ଗାନ୍ଧିଜୀଙ୍କର ‘ଅହିଂସା’ ଓ ‘ସତ୍ୟ’ର ବାର୍ତ୍ତାକୁ ଯୁବପିଢ଼ିଙ୍କ ମଧ୍ୟରେ ପହଞ୍ଚାଇବା ଏବଂ ସେମାନଙ୍କ ବୌଦ୍ଧିକ ବିକାଶ କରିବା ଏହି ଆୟୋଜନର ମୁଖ୍ୟ ଲକ୍ଷ୍ୟ ଥିଲା।


ଏହି ସମାରୋହରେ ପ୍ରମୁଖ ନେତୃବୃନ୍ଦ ଓ ସଦସ୍ୟଙ୍କ ମଧ୍ୟରେ, ସତ୍ୟପ୍ରକାଶ ନାୟକ, ଉମେଶ ଚନ୍ଦ୍ର ପଟ୍ଟନାୟକ, ଦିଗାମ୍ବର ବେହେରା, ଦାମୋଦର ସାହୁ, ନାରାୟଣ ସାହୁ, ପବିତ୍ର ଇନ୍ଦ୍ରଜିତ, ଧ୍ରୁବ ଚରଣ ପରିଡ଼ା, ବୈଜୟନ୍ତୀମାଳା ମହାନ୍ତି, ଆନ୍ତର୍ଜାମୀ ସାହୁ, ଶଶିକାନ୍ତ ସାହୁ, ସୂର୍ଯ୍ୟମଣି ସାହୁ, ଅଶୋକ ସାହୁ, କୁଶ ମହାରଣା,ପ୍ରଫୁଲ୍ଲ କୁମାର ମିଶ୍ର ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସୁଚାରୁରୂପେ ପରିଚାଳନା କରିବା ସହ ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ। ପ୍ରତିଯୋଗିତା ଶେଷରେ କୃତୀ ପ୍ରତିଯୋଗୀମାନଙ୍କୁ ଯୋଗଦାନ ପ୍ରମାଣ ପତ୍ର ଦିଆଯାଇଥିଲା। ଗାନ୍ଧୀ ଜୟନ୍ତୀ ଅବସରରେ ସେବାଦଳର ଏଭଳି ସାମାଜିକ ଓ ଶୈକ୍ଷିକ ପ୍ରଚେଷ୍ଟାକୁ ସ୍ଥାନୀୟ ବୁଦ୍ଧିଜୀବୀ ଓ ଜନସାଧାରଣ ଆକୁଣ୍ଠ ପ୍ରଶଂସା କରିଛନ୍ତି।
ଇ ପି ଏ ରୁ ଗୋକୁଳ କୁମାର ଷଡ଼ଙ୍ଗୀ ଜିଲ୍ଲା ପ୍ରତିନିଧି ନୟାଗଡ଼ ।
