October 3, 2026
Home » ରେଶମ ସହରରେ ପ୍ରଥମଥର ପାଇଁ ଉଦଘାଟନ ହେଲା ବ୍ରହ୍ମପୁର ଫଟୋଗ୍ରାଫର୍ସ କ୍ରିକେଟ୍ ଲିଗ୍ ୨୦୨୬ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ

ରେଶମ ସହରରେ ପ୍ରଥମଥର ପାଇଁ ଉଦଘାଟନ ହେଲା ବ୍ରହ୍ମପୁର ଫଟୋଗ୍ରାଫର୍ସ କ୍ରିକେଟ୍ ଲିଗ୍ ୨୦୨୬ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ

0
WhatsApp Image 2026-10-03 at 5.29.03 PM (1)

 

ବ୍ରହ୍ମପୁର -(ନରସିଂହ ଡାକୁଆ)ଓଡ଼ିଶା ତଥା ବ୍ରହ୍ମପୁରରେ ପ୍ରଥମ ଥର ପାଇଁ ଶୁଭାରମ୍ଭ ହୋଇଯାଇଛି ବ୍ରହ୍ମପୁର ଫଟୋଗ୍ରାଫର୍ସ କ୍ରିକେଟ୍ ଲିଗ୍ ୨୦୨୬ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ । ବ୍ରହ୍ମପୁର ଫଟୋଗ୍ରାଫର ୟୁଥ କ୍ଲବ (BPYC) ତରଫରୁ ସହରର ମହାତ୍ମାଗାନ୍ଧୀ ଷ୍ଟାଡିୟମ ପରିସରରେ ଆୟୋଜିତ ଦ୍ବିଦିବସୀୟ କ୍ରିକେଟ ଟୁର୍ଣ୍ଣାମେଣ୍ଟର ଉଦଘାଟନୀ ସମାରୋହରେ ମୁଖ୍ୟ ଅତିଥି ଭାବରେ ବ୍ରହ୍ମପୁର ବିଧାୟକ କେ. ଅନିଲ କୁମାର ଙ୍କ ସମେତ ବ୍ରହ୍ମପୁର ମେୟର ସଙ୍ଘମିତ୍ର ଦଳେଇ ,ଡେପୁଟି ମେୟର ଇ.ବିବେକ ରେଡି ,ଅର୍ବାନ ବ୍ୟାଙ୍କ ସଭାପତି ଆର୍. ମୁରଲୀ ମୋହନ ଏବଂ ବ୍ରହ୍ମପୁର ଫୋଟୋଗ୍ରାଫର ଗ୍ୟାଲେରୀର କିର୍ତ୍ତିଚନ୍ଦ୍ର ବେହେରା ପ୍ରମୁଖ ଯୋଗ ଦେଇଥିଲେ । ଏହି ଅବସରରେ
ବ୍ରହ୍ମପୁର ବିଧାୟକ ନିଜର ବକ୍ତବ୍ୟରେ ବ୍ରହ୍ମପୁର ଫଟୋଗ୍ରାଫର ୟୁଥ୍ କ୍ଳବ୍ ପକ୍ଷରୁ ଯେପରି ଭାବରେ ନିଜର ବ୍ୟସ୍ତତା ମଧ୍ୟରେ ସମୟ ବାହାର କରି ଏଭଳି ଟୁର୍ଣ୍ଣାମେଣ୍ଟ କୁ ଆୟୋଜନ କରିଛନ୍ତି ତାହାକୁ ନେଇ ସାଧୁବାଦ ଜଣାଇବା ସହିତ ବର୍ତ୍ତମାନ ସମୟରେ ଏଭଳି କ୍ରିକେଟ ଟୁର୍ଣ୍ଣାମେଣ୍ଟ କରିବା ବହୁତ କଷ୍ଟ ବୋଲି କହିବା ସହିତ ଆୟୋଜକ ମାନେ ବହୁତ ସୁନ୍ଦର ଆୟୋଜନ କରିଥିବା କହିଛନ୍ତି। କାର୍ଯ୍ୟକ୍ରମରେ ବ୍ରହ୍ମପୁର ମେୟର ଶ୍ରୀମତି ଦଳେଇ ଯୋଗ ଦେଇ ଏପରି ଫୋଟୋଗ୍ରାଫର ମାନଙ୍କ ଏଭଳି ଆୟୋଜନ ନେଇ ନିଜକୁ ଗର୍ବ ଅନୁଭବ କରୁଥିବା କହିବା ସହିତ ଦୁଇ ଦିନ ଧରି ଏହା ଆୟୋଜନ ହେଉଥିବା ବେଳେ ଏପରି ଟୁର୍ଣ୍ଣାମେଣ୍ଟର ଆୟୋଜନରେ ଭାଇଚାରା ତିଆରି ହେବ ତାହା ସୁସ୍ଥ ସମାଜ ଗଠନ ପାଇଁ ସହାୟକ ହେବ ବୋଲି କହିଛନ୍ତି। ସେହିପରି କାର୍ଯ୍ୟକ୍ରମରେ ଯୋଗ ଦେଇ ଡେପୁଟି ମେୟର ମଧ୍ୟ ଏଭଳି କାର୍ଯ୍ୟକ୍ରମ ଆୟୋଜନ ଫୋଟୋଗ୍ରାଫର ଙ୍କ ମଧ୍ୟରେ ଏକତା ସୃଷ୍ଟି ର ଏକ ଉଦାହରଣ ବୋଲି କହିଥିଲେ।

ଚଳିତ ବର୍ଷର ଏହି ‘ବ୍ରହ୍ମପୁର ଫଟୋଗ୍ରାଫର୍ସ କ୍ରିକେଟ୍ ଲିଗ୍ ୨୦୨୬’ରେ ମୋଟ ୮ଟି ଦଳ ଅଂଶଗ୍ରହଣ କରିଛନ୍ତି। ଏହି ଦଳଗୁଡ଼ିକୁ ଦୁଇଟି ଗ୍ରୁପ୍‌ରେ ବିଭକ୍ତ କରାଯାଇଛି। ‘ଗ୍ରୁପ୍-ଏ’ରେ ଥିବା ଦଳଗୁଡ଼ିକ ହେଲେ- ଜେଏଚଭି ଫଟୋଗ୍ରାଫି (JHV Photography), ଚନ୍ଦନ ଭିଡିଓ (Chandan Video), କାହ୍ନୁ ଫଟୋଗ୍ରାଫି (Kanhu Photography) ଏବଂ ଷ୍ଟୋରିଜ୍ ବାଏ ସାଦି ମୁବାରକ୍ (Stories By Shaadi Mubarak)।ସେହିପରି ‘ଗ୍ରୁପ୍-ବି’ରେ ଦି ୱେଡିଂ କ୍ଲିକର (The Wedding Clicker), ଏମ୍.ଏସ୍ ଫଟୋଗ୍ରାଫି (M.S. Photography), ୨୪ ପିକ୍ସେଲ (24 Pixel) ଏବଂ ଏ.ଆର୍ ଫଟୋଗ୍ରାଫି (A.R. Photography) ନିଜର ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ପ୍ରତ୍ୟେକ ଟିମ୍ ତିନୋଟି ମ୍ୟାଚ୍ ଖେଳିବା ସହିତ ଛଅ ଓଭର ବିଶିଷ୍ଟ ଫାଟାଫାଟ ମ୍ୟାଚ୍ ଖେଳାଯିବ । ଆସନ୍ତା ଅକ୍ଟୋବର ୪ ତାରିଖ ସନ୍ଧ୍ୟାରେ ଏହି ପ୍ରତିଯୋଗିତାର ଫାଇନାଲ୍ ମ୍ୟାଚ୍ ସହ ଗ୍ରାଣ୍ଡ ଫିନାଲେ ତଥା ଉଦଯାପନୀ ଉତ୍ସବ ଅନୁଷ୍ଠିତ ହେବ।
ଏହି ଟୁର୍ଣ୍ଣାମେଣ୍ଟକୁ ବ୍ରହ୍ମପୁର ଫଟୋଗ୍ରାଫର୍ସ ୟୁଥ୍ କ୍ଲବ୍ ର କର୍ମକର୍ତ୍ତା କାହ୍ନୁଚରଣ ଚୌଧୁରୀ, ମିଥୁନ ସ୍ୱାଇଁ, ସୁମିତ କୁମାର ପଣ୍ଡା, ଏସ୍ ଅନିଲ କୁମାର ରାଓ, ସୁମିତ ଚୌଧୁରୀ ଙ୍କ ସମେତ ବହୁ ଫଟୋଗ୍ରାଫର ଏହି କାର୍ଯ୍ୟକ୍ରମକୁ ପରିଚାଳନାରେ ପ୍ରମୁଖ ସହଯୋଗ କରିଥିବା ବେଳେ କାର୍ଯ୍ୟକ୍ରମର ମିଡିଆ ସଂଯୋଜକ ଚିକୁ ପ୍ରତିନିଧି ଙ୍କ ସମେତ ସହରର ବହୁ ଗଣମାଧ୍ୟମ ପ୍ରତିନିଧି, ବିଭିନ୍ନ ବର୍ଗର ବ୍ୟକ୍ତିବିଶେଷ ଏହି ଟୁର୍ଣ୍ଣାମେଣ୍ଟରେ ଯୋଗଦାନ କରିଥିଲେ ।

Leave a Reply

Your email address will not be published. Required fields are marked *