October 9, 2026
Home » ଆଜି ଓଡିଶା ବନ୍ଦ ର ପ୍ରଭାବ : ସୁବର୍ଣ୍ଣପୁର ରେ ଶାନ୍ତିପୂର୍ଣ୍ଣ ଭାବେ ବନ୍ଦ ପାଳନ

ଆଜି ଓଡିଶା ବନ୍ଦ ର ପ୍ରଭାବ : ସୁବର୍ଣ୍ଣପୁର ରେ ଶାନ୍ତିପୂର୍ଣ୍ଣ ଭାବେ ବନ୍ଦ ପାଳନ

0
WhatsApp Image 2026-10-08 at 7.01.12 PM

 

ଆଜି ସମଗ୍ର ରାଜ୍ୟରେ ୧୨ ଘଣ୍ଟିଆ ‘ଓଡ଼ିଶା ବନ୍ଦ’ ପାଳନ କରାଯାଉଛି । ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଏହି ବନ୍ଦ ଡାକରା ଦିଆଯାଇଥିବା ବେଳେ ରାଜ୍ୟର ବିଭିନ୍ନ ରାଜନୈତିକ ଦଳ ଓ ସୁବର୍ଣ୍ଣପୁର ଜିଲ୍ଲା କଂଗ୍ରେସ ଦଳ ପକ୍ଷରୁ ଓ ବିଭିନ୍ନ ଗଣସଂଗଠନ ଏହାକୁ ପୂର୍ଣ୍ଣ ସମର୍ଥନ ଜଣାଇଛନ୍ତି । ଫଳରେ ସକାଳୁ ସନ୍ଧ୍ୟା ଯାଏଁ ସାଧାରଣ ଜୀବନଯାତ୍ରା ପ୍ରଭାବିତ ହେବା ସହ ଯାତାୟାତ ଏବଂ ବ୍ୟବସାୟ ବାଣିଜ୍ୟ ସମ୍ପୂର୍ଣ୍ଣ ଠପ୍ ହେବା ଆଶଙ୍କା ପ୍ରକାଶ ପାଉଛି । ଏହି ବନ୍ଦ ଡାକରାର ପ୍ରଭାବ ଐତିହାସିକ ସୁବର୍ଣ୍ଣପୁର ଜିଲ୍ଲାରେ ବର୍ତ୍ତମାନ ସୁଦ୍ଧା ଶାନ୍ତିପୂର୍ଣ୍ଣ ଭାବେ ଚାଲିଛି l ​ଗାଡିମୋଟର ବନ୍ଦ ରହିଥିବା ବେଳେ ଦୋକାନ ବଜାର ମଧ୍ୟ ବନ୍ଦ ରହିଥିବା ଦେଖିବାକୁ ମିଳିଛି l ​ବନ୍ଦ ପାଳନ ସମୟରେ 57 ନମ୍ବର ଜାତୀୟ ରାଜପଥରୁ ଗଳିକନ୍ଦି ଯାଏଁ ଯାନବାହନ ଚଳାଚଳ ବନ୍ଦ ରହିଛି l ସୁବର୍ଣ୍ଣପୁର ଜିଲ୍ଲା ର ​ ସହର ତଥା ଗ୍ରାମାଞ୍ଚଳର ବଜାର, ବ୍ୟବସାୟିକ ପ୍ରତିଷ୍ଠାନ, ବ୍ୟାଙ୍କ, ସ୍କୁଲ ଓ କଲେଜ ବନ୍ଦ ରହିଥିବା ଦେଖିବାକୁ ମିଳିଛି l ​ସାଧାରଣ ଲୋକଙ୍କ ସୁବିଧାକୁ ଦୃଷ୍ଟିରେ ରଖି ଅତ୍ୟାବଶ୍ୟକୀୟ ସେବାକୁ ବନ୍ଦ ଡାକରାରୁ ସମ୍ପୂର୍ଣ୍ଣ ବାଦ ଦିଆଯାଇଛି l
​ଚିକିତ୍ସା ସେବା: ଡାକ୍ତରଖାନା, ଆମ୍ବୁଲାନ୍ସ, ଔଷଧ ଦୋକାନ ସ୍ୱାଭାବିକ ଭାବେ ଚାଲିଛି l ​ପୋଲିସ ପ୍ରଶାସନ ଓ ଅଗ୍ନିଶମ ବାହିନୀ ସଜାଗ ରହିଛନ୍ତି l​ଏହି ବନ୍ଦକୁ ବିଭିନ୍ନ ରାଜନୈତିକ ଦଳ ସମର୍ଥନ କରୁଥିବାରୁ ସୁବର୍ଣ୍ଣପୁର ଜିଲ୍ଲାର ପ୍ରମୁଖ ସହର ଯଥା ସୋନପୁର, ବିନିକା,ବୀରମହାରାଜପୁର,ତରଭା, ରାମପୁର ଓ ଉଲୁଣ୍ଡାରେ ଏହାର ବିଶେଷ ଭାବେ ପ୍ରଭାବ ପଡିଛି । ଜିଲ୍ଲାର ଜାତୀୟ ଓ ରାଜ୍ୟ ରାଜପଥରେ ଯାତାୟାତ ସମ୍ପୂର୍ଣ୍ଣ ବନ୍ଦ l ରାସ୍ତା ରେ କାଁ ଭାଁ ଗାଡିମୋଟର ଦେଖିବାକୁ ମିଳିଛି l ଦୂରଦୂରାନ୍ତର ରୁ କାମଧନ୍ଦା ପାଇଁ ସହରକୁ ଆସୁଥିବା ଖଟିଖିଆ ଲୋକ ଓ ସାଧାରଣ ଯାତ୍ରୀ ଯେପରି ଅସୁବିଧାରେ ନପଡ଼ନ୍ତି, ସେଥିପାଇଁ ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି ।ଜିଲ୍ଲା ର ବିଭିନ୍ନ ଛକ ଓ ଜନଗହଳିପୂର୍ଣ୍ଣ ସ୍ଥାନ ମାନଙ୍କରେ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି l ଏହି ସମ୍ବାଦ ଲେଖା ହେବା ପର୍ଯ୍ୟନ୍ତ କୌଣସି ଅପ୍ରିତିକର ପରିସ୍ଥିତି ସୃଷ୍ଟି ହୋଇନଥିବା ସୂଚନା ମିଳିଛି l

ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ…

Leave a Reply

Your email address will not be published. Required fields are marked *