October 9, 2026
Home » ବିନିକାରେ 12 ଘଣ୍ଟିଆ ବନ୍ଦ ପାଳନ ସମ୍ପୂର୍ଣ୍ଣ ସଫଳ

ବିନିକାରେ 12 ଘଣ୍ଟିଆ ବନ୍ଦ ପାଳନ ସମ୍ପୂର୍ଣ୍ଣ ସଫଳ

0
WhatsApp Image 2026-10-08 at 7.02.35 PM

 

ସୁବର୍ଣ୍ଣପୁର —ଇଣ୍ଡିଆ ମେଣ୍ଟ ତରଫରୁ ଦିଆଯାଇଥିବା ଓଡ଼ିଶା ବନ୍ଦ ଡାକରା ପରିପ୍ରେକ୍ଷୀରେ ସୁବର୍ଣ୍ଣପୁର ଜିଲ୍ଲା ବିନିକା ଅଞ୍ଚଳରେ କଂଗ୍ରେସ ପକ୍ଷରୁ ଗୁରୁବାର 12 ଘଣ୍ଟିଆ ବନ୍ଦ ପାଳନ ସମ୍ପୂର୍ଣ୍ଣ ଭାବେ ସଫଳ ହୋଇଥିବା ଜଣାପଡ଼ିଛି ।ବ୍ଲକ କଂଗ୍ରେସ କମିଟି ସଭାପତି ଓ ନଗର କଂଗ୍ରେସ କମିଟି ସଭାପତିଙ୍କ ନେତୃତ୍ୱରେ ଅନୁଷ୍ଟିତ ଏହି ବନ୍ଦ ପାଳନରେ ଶତାଧିକ କଂଗ୍ରେସ କର୍ମୀ ସାମିଲ ହୋଇଥିଲେ।କଂଗ୍ରେସ କର୍ମୀ ମାନେ ବିଭିନ୍ନ ଛକ ସମେତ ରାସ୍ତାରେ ପିକେଟିଙ୍ଗ କରି ବିଜେପି ସରକାର ବିରୋଧରେ ନାରାବାଜି ଦେଇଥିଲେ ।ସେମାନେ ଦାବୀ କରିଥିଲେ ଯେ ଭୋଟ ବଞ୍ଚାଅ,ସମ୍ବିଧାନ ବଞ୍ଚାଅ,ଦେଶ ବଞ୍ଚାଅ,MMDR ବିଲକୁ ତୁରନ୍ତ ପ୍ରତ୍ୟାହାର କର,ଇଲେକ୍ସନ କମିଶନ ଜ୍ଞାନେସ କୁମାରଙ୍କ ଇସ୍ତଫା,ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ଇସ୍ତଫା ଆଦି ଦାବୀକୁ ଜୋରଦାର କରାଯାଇଥିଲା l ସେହିପରି ବନ୍ୟାରେ କ୍ଷତିଗ୍ରସ୍ତ ହୋଇଥିବା ପରିବାରଙ୍କୁ ତୁରନ୍ତ କ୍ଷତି ପୂରଣ ଦେବାକୁ ଦାବୀ କରିଥିଲେ।କଂଗ୍ରେସ ନେତାଙ୍କ ନାରାବାଜିରେ ସାରା ସହର ପ୍ରକମ୍ପିତ ହୋଇ ଉଠିଥିଲା । ସକାଳ 6 ଟା ରୁ ସନ୍ଧ୍ୟା 6 ଟା ପର୍ଯ୍ୟନ୍ତ 12 ଘଣ୍ଟା ଧରି ବିନିକା ଅଞ୍ଚଳ ସଂପୂର୍ଣ୍ଣ ବନ୍ଦ ରହିଥିଲା।କେବଲ ଜରୁରୀ କାଳୀନ ସେବାରେ ନିୟୋଜିତ ଗାଡ଼ି ଯିବା ଆସିବା କରୁଥିବା ବେଳେ ଅନ୍ୟ ସବୁ ଗାଡ଼ିର ଅଖ ଚକ ଠପ ହୋଇ ଯାଇଥିବାରୁ ଯାନବାହନ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ରହିଥିଲା ।କଂଗ୍ରେସର ଏହି ବନ୍ଦ ଡାକରାକୁ ଅଞ୍ଚଳର ଜନସାଧାରଣ ମଧ୍ୟ ସ୍ୱତଃପ୍ରବୃତ୍ତ ଭାବେ ସମର୍ଥନ ଦେଇଥିବା ଦେଖିବାକୁ ମିଳିଥିଲା। ସହରରେ ଥିବା ସମସ୍ତ ସରକାରୀ କାର୍ଯ୍ୟାଳୟ,ବ୍ୟାଙ୍କ,ସ୍କୁଲ,କଲେଜ,ବ୍ୟବସାୟିକ ପ୍ରତିଷ୍ଠାନ ସମ୍ପୂର୍ଣ୍ଣ ବନ୍ଦ ରହିଥିଲା। ସେହିପରି ବନ୍ଦର ପ୍ରଭାବ ଗାଁ ଗହଳିରେ ପଡ଼ିଥିଲା l କେତେକ ସ୍ଥାନରେ ଲୋକେ ଯଥାର୍ଥ ଦାବୀ ଭାବି ବନ୍ଦ ପାଳନକୁ ସମର୍ଥନ ଦେଇଥିବା ଦେଖିବାକୁ ମିଳିଥିଲା।ତେବେ ସାରା ବିନିକା ଅଞ୍ଚଳରେ କଂଗ୍ରେସ ଦଳର ବନ୍ଦ ପାଳନ ସମ୍ପୂର୍ଣ୍ଣ ସଫଳ ହୋଇଥିବା ଜଣାପଡ଼ିଛି l

 

ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ..

Leave a Reply

Your email address will not be published. Required fields are marked *