October 10, 2026
Home » ଡମ୍ବରୁଗଡ଼ ସିଦ୍ଧଗୁରୁ ମଠରେ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ଅବସରରେ ବୈଦ୍ୟଶାଳା ତରଫରୁ ଆୟୁର୍ବେଦିକ ଓ ପ୍ରାକୃତିକ ଚିକିତ୍ସା ଶିବିର

ଡମ୍ବରୁଗଡ଼ ସିଦ୍ଧଗୁରୁ ମଠରେ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ଅବସରରେ ବୈଦ୍ୟଶାଳା ତରଫରୁ ଆୟୁର୍ବେଦିକ ଓ ପ୍ରାକୃତିକ ଚିକିତ୍ସା ଶିବିର

0
WhatsApp Image 2026-10-10 at 2.21.54 PM

ସୁବର୍ଣ୍ଣପୁର: ବୌଦ୍ଧ ଜିଲ୍ଲା ସଦର ବ୍ଲକ ତାଳସରଡ଼ା ପଂଚାୟତ ସିଦ୍ଧଗୁରୁ ମଠ, ଡମ୍ବରୁଗଡ଼ ଠାରେ ପଶ୍ଚିମ ଓଡିଶା ପ୍ରସିଦ୍ଧ ଆଧ୍ୟାତ୍ମିକ ଅନୁଷ୍ଠିତ ଶ୍ରୀକୃଷ୍ଣ ଚୈତନ୍ୟ ଭ୍ରlମ୍ୟମାଣ ସତସଙ୍ଗ ଦ୍ୱାରା ଆୟୋଜିତ ସତସଙ୍ଗ କାର୍ଯ୍ୟକ୍ରମକୁ ଡ଼ମ୍ବରୁଗଡ଼ ମଠର ମହନ୍ତ ତ୍ୟାଗୀ ସର୍ବେଶ୍ୱର ଦାସ ମହାରାଜ ଉଦଘାଟନ କରିଥିବାବେଳେ ମୁଖ୍ୟ ପୂଜକ ଭାବେ ବଳରାମ ପାଢ଼ୀ, ପୁରାଣ ବ୍ୟାସ ଭାବେ ଶ୍ରୀରାମ ପଣ୍ଡା, ଭ୍ରାମ୍ୟମାଣ ସତସଙ୍ଗ କଥା ବ୍ୟାସ ମନରଞ୍ଜନ ଦାସ ଯୋଗଦେଇ କାର୍ଯ୍ୟକ୍ରମ ତୁଲାଇଥିଲେ l ଭ୍ରାମ୍ୟମାଣ ସତସଙ୍ଗ ଅନୁଷ୍ଠାନର ସଭାପତି ତ୍ରିଲୋଚନ କର୍ଣ୍ଣଙ୍କ ବଳିଷ୍ଠ ତତ୍ୱାବଧାନରେ କାର୍ଯ୍ୟକ୍ରମ ପରିଚାଳନା ହୋଇଥିବା ବେଳେ ଡମ୍ବରୁଗଡ଼ ମଠ ପରିଚାଳନା କମିଟି ସଭାପତି ପୋୟଧର ମହାକୁଳ, ସମ୍ପାଦକ ମନୋଜ ମହାକୁଡ଼,ସହ ସମ୍ପାଦକ ଶ୍ରୀପତି ମହାକୁଡ଼,କୋଷାଧ୍ୟକ୍ଷ ମୟସେନ ରଣା, ସଦସ୍ୟ ଶିବ କର୍ମୀ, ପ୍ରମୁଖ କାର୍ଯ୍ୟକ୍ରମକୁ ସହଯୋଗ କରିଥିଲେ l ଏହି ଅବସରରେ ବୈଦ୍ୟଶାଳା, ଛତ୍ରପୁର, ଗଞ୍ଜାମ ତରଫରୁ ଓ ଗ୍ରାମ୍ୟ ବିକାଶ ପରିଷଦ, ଆମଠାପଡା, ମାହେଶ୍ୱରୀ ଗୋଶାଳା ଓ ଜରା ଆଶ୍ରମ, ଦନ୍ତାପାଲି, ମା ମାହେଶ୍ୱରୀ ସେନା ଓ ନମ୍ରତା ଫାଉଣ୍ଡେସନ, ବାଉଁଶ଼ୁଣୀ ମିଳିତ ସହଯୋଗରେ ଆୟୁର୍ବେଦିକ ଓ ପ୍ରାକୃତିକ ଚିକିତ୍ସା ଶିବିର ଆୟୋଜିତ ହୋଇଥିଲା l ଏଥିରେ ମୁଖ୍ୟ ପରାମର୍ଶଦାତା ଭାବେ ଡା.ନିରାକାର ବେହେରା ଯୋଗଦେଇ ପରାମର୍ଶ ଦେଇଥିଲେ l ବୈଦ୍ୟଶlଳା କାର୍ଯ୍ୟକ୍ରମକୁ ସାମାଜିକକର୍ମୀ କୃତ୍ତିବାସ ପଲିଆ, ଗିରିଶଚନ୍ଦ୍ର ବଘାର, ମହେନ୍ଦ୍ର ମହାକୁଡ଼ ପ୍ରମୁଖ ସହଯୋଗ କରିଥିଲେ l

ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ…

Leave a Reply

Your email address will not be published. Required fields are marked *