ସାମନ୍ତ ଚନ୍ଦ୍ରଶେଖର ସ୍ୱୟଂଶାସିତ ମହାବିଦ୍ୟାଳୟ ପରିସର ରେ “ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଜୟନ୍ତୀ ଉତ୍ସବ” ପାଳିତ
ସାମନ୍ତ ଚନ୍ଦ୍ରଶେଖର ସ୍ୱୟଂଶାସିତ ମହାବିଦ୍ୟାଳୟ ପରିସର ରେ ୧୯୯୪ ମସିହା ବାଣିଜ୍ୟ ସ୍ନାତକ ବିଭାଗର ପୂର୍ବତନ ଛାତ୍ର,ଛାତ୍ରୀ ଙ୍କ ଦ୍ଵାରା ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ୧୪୯ ତମ ଜନ୍ମ ଜୟନ୍ତୀ ଉତ୍ସବ ପାଳିତ ହୋଇଯାଇଛି।
ଏହି ଅବସରରେ ମହାବିଦ୍ୟାଳୟ ର ଅଧ୍ୟକ୍ଷ ଡ: ଚିତ୍ତରଞ୍ଜନ ଦ୍ୱିବେଦୀ ଉତ୍କଳମଣି ଙ୍କ ସୁସଜିତ ପ୍ରତିମର୍ତ୍ତି ରେ ମାଲ୍ୟାର୍ପଣ କରି , ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଜୀବନ , ଦେଶପ୍ରେମ , ସାହିତ୍ୟ ଓ ଉତ୍ସର୍ଗକୃତ ସେବା ବିଷୟ ରେ ଆଲୋକ ପାତ କରିଥିଲେ। ମହାବିଦ୍ୟାଳୟ ର ସମସ୍ତ ଆଧ୍ୟପକ ଓ ଅଧ୍ୟାପିକା ମାନେ ଉପସ୍ଥିତ ରହିଥିଲେ।
ପୁରାତନ ଛାତ୍ର ଶ୍ରୀ ମନୋଜ କୁମାର ତ୍ରିପାଠୀ,ଅଜୟ କୁମାର ଶାହା, ଗୋପାଳ ଯୋଶୀ, ବିଜୟ କୁମାର୍ ବ୍ରହ୍ମା, ସଂଜୀବ କୁମାର ରଥାଶର୍ମା ଓ ସତ୍ୟ ପ୍ରକାଶ ମିଶ୍ର ସମୂହ ଦୀପ ଦାନ କରି ଛାତ୍ର, ଛାତ୍ରୀ ମାନେ ଗୋପବନ୍ଧଙ୍କ ଆଦର୍ଶ ରେ ଉଦବୁଦ୍ଧ ହୋଇ ଏକ ନିଃସ୍ଵାର୍ଥ ପର ଜୀବନ ଗଢ଼ିବା ପାଇଁ ପରାମର୍ଶ ଦେଇଥିଲେ।
