ଓଡିଶା ସେବା ପ୍ରଥମ ନବ ସୃଜନ ଆହ୍ୱାନ କାର୍ଯ୍ୟକ୍ରମ ପ୍ରହସନ
ସୁବର୍ଣ୍ଣପୁର:ଓଡିଶା ସରକାରଙ୍କ ଷ୍ଟାଟ ଅଫ ଓଡିଶା ସହଯୋଗରେ ବୌଦ୍ଧ ଜିଲ୍ଲା ଶିଳ୍ପ କେନ୍ଦ୍ର ଆୟୋଜନକ୍ରମେ ବୌଦ୍ଧ ଟାଉନହଲ ଠାରେ ଓଡିଶା ସେବା ପ୍ରଥମ ନବ ସ୍ୱଉଜ ଆହ୍ୱାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମରେ ଶିକ୍ଷିତ ଯୁବଗୋଷ୍ଟି, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ, କୃଷକ ଉତ୍ପାଦକ ସଂଗଠନ, ଅଗ୍ରଣୀ କୃଷକ, ଯୁବ ଉଦ୍ୟାଗୀ, ସ୍ଵେଛାସେବୀ ସଂଗଠନ ମାନଙ୍କୁ ନେଇ କାର୍ଯ୍ୟକ୍ରମ ଆୟୋଜନ କରିବା କଥା କିନ୍ତୁ ଧର୍ମକୁ ଆଖିଠାର ଓ ବୌଦ୍ଧ ବାସୀଙ୍କୁ ବୁଦୁ ବନେଇ ତରବରିଆ ଭାବେ କାର୍ଯ୍ୟକ୍ରମ ଆୟୋଜନ କରିଥିବାରୁ ବୌଦ୍ଧ ଜିଲ୍ଲା କୃଷକ ଉତ୍ପାଦକ ସଂଗଠନ ମାନଙ୍କୁ ପୂର୍ବଦିନ ସନ୍ଧ୍ୟାରେ ଚିଠି କରିବାରୁ ପ୍ରାୟତଃ ଚାଷୀ ହୋଇଥିବାରୁ ଯୋଗଦେଇ ପାରିନଥିଲେ l ଏ ଅବହେଳା ଓ ଖାମଖିଆଲି ମନୋଭାବ ଯୋଗୁଁ ଜିଲ୍ଲା କୃଷକ ଉତ୍ପାଦକ ସଂଗଠନ ଫେଡେରେସନ କ୍ଷୋଭ ପ୍ରକାଶ ସହିତ ଏପରି ଭୁଲ ଆସନ୍ତା ଦିନରେ କରାଗଲେ ଜିଲ୍ଲା ପ୍ରଶାସନ ଓ ଜିଲ୍ଲାର ସମସ୍ତ କାର୍ଯ୍ୟକ୍ରମକୁ ସହଯୋଗ ନ କରି ଆନ୍ଦୋଳନ ପନ୍ଥା ଗ୍ରହଣ ସହିତ ଆଇନର ଆଶ୍ରୟ ନେବାକୁ ଚେତାବନୀ ଦେଇଛନ୍ତି l
ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ…
