ଖଲିଆପାଲି ଠାରେ ୨ୟ ଅଭିଭାବକ ଓ ଶିକ୍ଷକ ଶିକ୍ଷୟିତ୍ରୀ ଙ୍କ ବୈଠକ
ସୁବର୍ଣ୍ଣପୁର: ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଖଲିଆପାଲି ଠାରେ ପ୍ରଧାନ ଶିକ୍ଷକ ଶ୍ରୀ ଲୋକନାଥ ଦାଶ ଙ୍କ ଅଧ୍ୟକ୍ଷତାରେ ଦିନ ୧୧ଘ . ସମୟରେ ୨ୟ ଅଭିଭାବକ ଓ ଶିକ୍ଷକ ଶିକ୍ଷୟିତ୍ରୀ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ ଲୋକନାଥ ଦାଶ ପ୍ରଥମେ ସମସ୍ତ ଅଭିଭାବକମାନଙ୍କୁ ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିଲେ। ନୂତନ ଭାବେ ଗଠିତ ବିଦ୍ୟାଳୟ ପରିଚାଳନା କମିଟିର ସଦସ୍ୟ ମାନଙ୍କୁ ଶିକ୍ଷା ଓ ସରକାରଙ୍କ ଦ୍ଵାରା ଉପଲବ୍ଧ ହେଉଥିବା ସୁବିଧା ସୁଯୋଗ ଅଭିଭାବକ ମାନଙ୍କ ସହିତ ଆଲୋଚନା କରାଯାଇଥିଲା। ସମାପ୍ତି ସୂଚକ ଆକଳନ _୧ରେ ଛାତ୍ରଛାତ୍ରୀ ମାନଙ୍କ ଉପଲବ୍ଧୀକୁ ଅଭିଭାବକଙ୍କ ନିକଟରେ ଉପସ୍ଥାପନ କରାଯାଇଥିଲା। ବିଦ୍ୟାଳୟରେ ଛାତ୍ରଛାତ୍ରୀମାନଙ୍କର ସୁରକ୍ଷା ଓ ନିରାପତ୍ତା ବିଷୟରେ ଆଲୋଚନା କରାଯାଇଥିଲା।

ଶିଶୁ ଶ୍ରମିକ ମୁକ୍ତ ଗ୍ରାମ ପଞ୍ଚାୟତ ଗଠନରେ ଅଭିଭାବକ ମାନଙ୍କ ଭୂମିକା ବିଷୟରେ ଆଲୋଚନା କରାଯାଇଥିଲା। ନିଶାମୁକ୍ତ ଭାରତ ଅଭିଯାନ, ବିକଶିତ ଭାରତର ପରିଚୟ ବିଷୟରେ ଆଲୋଚନା କରାଯାଇଥିଲା। କୈଶୋର ଛାତ୍ରୀମାନଙ୍କ ପାଇଁ ଇନସିନେରେଟର ଓ ଭେଣ୍ଡି ମେସିନର ପରିଷ୍କାର ଓ ପରିଚ୍ଛନ୍ନତା ବିଷୟରେ ଆଲୋଚନା କରାଯାଇଥିଲା। ତାପରେ ଅଭିଭାବକ ମାନଙ୍କ ଠାରୁ ବିଦ୍ୟାଳୟ ଶିକ୍ଷାର ସର୍ବାଙ୍ଗୀନ ଉନ୍ନତି ପାଇଁ ଗଠନ ମୂଳକ ପ୍ରସ୍ତାବ ଦେବାକୁ କୁହାଯାଇଥିଲା। ପରିଶେଷରେ ସମସ୍ତଙ୍କୁ ଧନ୍ୟବାଦ ଦେଇ ସଭା ସାଙ୍ଗ କରାଯାଇଥିଲା। ଏହି କାର୍ଯ୍ୟକ୍ରମକୁ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ସହଯୋଗ କରିଥିଲେ।
ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ…
