ଫୁଲବାଣୀ ରେ ଶାନ୍ତିଶୃଙ୍ଖଳାର ସହ ଦୁର୍ଗାପୂଜା ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ
ଟ୍ରାଫିକ ନିୟନ୍ତ୍ରଣ ଓ ସୁରକ୍ଷା ବ୍ୟବସ୍ଥା ଉପରେ ଗୁରୁତ୍ବ। ଫୁଲବାଣୀ ଇ ପି ଏ -କନ୍ଧମାଳ ଜିଲ୍ଲା ରେ ଦୁର୍ଗାପୂଜା ପାଳନ ପାଇଁ ଶାନ୍ତି ଶୃଙ୍ଖଳା ରେ ମହାଆଡମ୍ବରରେ ପାଳିତ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ତା-୧୪, ଅକ୍ଟୋବର ୨୦୨୬: ଆଗାମୀ ଶାରଦୀୟ ଦୂର୍ଗାପୂଜାକୁ ଶାନ୍ତି ଶୃଙ୍ଖଳା ଏବଂ ସୁରୁଖୁରୁରେ ସମାପନ କରିବା ଲକ୍ଷ୍ୟରେ ଜିଲ୍ଲାପାଳ ଶ୍ରୀ ବେଦ ଭୁଷଣ ଙ୍କ ଅଧ୍ୟକ୍ଷତାରେ ଏକ ଗୁରୁତ୍ବପୂର୍ଣ୍ଣ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି।ଏହି ବୈଠକରେ ଆରକ୍ଷୀ ଅଧିକ୍ଷକ ଶ୍ରୀ ରମେନ୍ଦ୍ର ପ୍ରସାଦ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ କୁଶଳ ଚନ୍ଦ୍ର ନାୟକ, ଉପ-ଜିଲ୍ଲାପାଳ ଶ୍ରୀ ଭିକାରୀ ସାହୁ, ସମସ୍ତ ବିଭାଗିୟ ଅଧିକାରୀ , ମାଁ ବରାଳ ଦେବୀ ପୂଜା କମିଟିର କର୍ମକର୍ତ୍ତା ଏବଂ ସହରର ସମସ୍ତ ୯ଟି ମେଢ଼/ ପୂଜା କମିଟିର ସଭାପତି ଓ ସମ୍ପାଦକ ଉପସ୍ଥିତ ଥିଲେ।ପୂଜା ପରିଚାଳନା ପାଇଁ ବିସ୍ତୃତ ଆଲୋଚନା ପରେ ନିମ୍ନଲିଖିତ ମୂଖ୍ୟ ନିଷ୍ପତ୍ତିମାନ ଗ୍ରହଣ କରାଯାଇଛି: ଶାନ୍ତି ଶୃଙ୍ଖଳା ଓ ସୁରକ୍ଷା ବ୍ୟବସ୍ଥା ( ପୋଲିସ ପ୍ରଶାସନ):*ଭିଡ଼ ନିୟନ୍ତ୍ରଣ, ଟ୍ରାଫିକ ପରିଚାଳନା ଓ ପ୍ରସାଦ ବଣ୍ଟନ ପାଇଁ ପୂଜା କମିଟି ଗୁଡିକ ଆବଶ୍ୟକ ସଂଖ୍ୟକ ପରିଚୟପତ୍ର (ID Card) ଧାରୀ ସ୍ବେଛାସେବୀ ନିୟୋଜିତ କରିବେ। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶାବଳୀ ଅନୁଯାୟୀ କୋୖଣସି ଡିଜେ ( DJ ) ବ୍ୟବହାର କରାଯାଇପାରିବ ନାହିଁ।କେବଳ ନିର୍ଦ୍ଧାରିତ ମାନକ ଅନୁଯାୟୀ ସାଉଣ୍ଡ ସିଷ୍ଟମ ବ୍ୟବହାର ହେବ। ବେଆଇନ ବାଣ ଫୁଟାଇବା ସମ୍ପୁର୍ଣ୍ଣ ନିଷେଧ କରାଯାଇଛି।ବାଣ ବିକ୍ରୟ ଓ ବ୍ୟବହାର ପାଇଁ ଲାଇସେନ୍ସ ବାଧ୍ୟତାମୂଳକ କରାଯାଇଛି।ସୁରକ୍ଷା ଦୃଷ୍ଟିକୋଣରୁ ସମସ୍ତ ପୂଜା ମଣ୍ଡପ ରେ ସିସିଟିଭି (CCTV ) କ୍ୟାମେରା ଲଗାଇବାକୁ ନିଦ୍ଧେର୍ଶ ଦିଆଯାଇଛି। ଟ୍ରାଫିକ ପରିଚାଳନା ଓ ଚଳାଚଳ କଟକଣା: ଅକ୍ଟୋବର ୨୦ ଏବଂ ୨୧ ତାରିଖ ରେ ପ୍ରବଳ ଜନସମାଗମକୁ ଦୃଷ୍ଟିରେ ରଖି ଗାନ୍ଧୀ ଛକରୁ ବସଷ୍ଟାଣ୍ଡ ମଧ୍ୟବର୍ତ୍ତୀ ମାର୍କେଟ ଅଞ୍ଚଳକୁ ସନ୍ଧ୍ୟା ୬ଟାରୁ ରାତି୧୦ଟା ପର୍ଯ୍ୟନ୍ତ ଚାରିଚକିଆ ଯାନ ପ୍ରବେଶ ଉପରେ କଟକଣା ଜାରି କରାଯାଇଛି। ଅକ୍ଟୋବର ୨୩ ତାରିଖ ଭସାଣି ଦିନ ଅପରାହ୍ନ ୫ଟାରୁ ରାତି ୧୦ ଟା ପର୍ଯ୍ୟନ୍ତ ବଜାର ବନ୍ଦ ରହିବା ସହ ଟ୍ରାଫିକ ଡାଇଭସନ କରାଯିବ।ମୋଳିକ ସୁବିଧା ଓ ପରିମଳ ବ୍ୟବସ୍ଥା: ସହରର ସମସ୍ତ ପେଟ୍ରୋଲ ପମ୍ପ ଗୁଡିକରେ ଶୋଚାଳୟ ପରିଷ୍କାର – ପରିଚ୍ଛନ୍ନ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି।ପୂରା ସହରରେ ସାଜସଜ୍ଜା ଆଲୋକୀକରଣ ଏବଂ ଆର.ଟି.ଓ(RTO) ଅଫିସ ସମ୍ମୁଖ ସମେତ ଅନ୍ୟାନ୍ୟ ସ୍ଥାନ ରେ ଷ୍ଟ୍ରିଟ ଲାଇଟ୍ ମରାମତି ଦାୟିତ୍ଵ ପୋରପାଳିକା ନିର୍ବାହୀ ଅଧିକାରୀ (EO) ତୁଲାଇବେ। ରାସ୍ତାଘାଟ ମରାମତି କାର୍ଯ୍ୟ ପୂର୍ତ୍ତ ବିଭାଗ (R&B) ଏବଂ ଗ୍ରାମ୍ୟ ଉନ୍ନୟନ ବିଭାଗ (RD) ଦ୍ବାରା ତୁରନ୍ତ ସମ୍ପୁର୍ଣ୍ଣ କରାଯିବ।ମାଦିକୁନ୍ଧା ଦୁର୍ଗାପୂଜା ପେଣ୍ଡାଲ ସମେତ ବିଦ୍ୟୁତ ସମସ୍ୟାର ସମାଧାନ ପାଇଁ ବିଦ୍ୟୁତ ବିଭାଗ ଏସ. ଡି. ଓ ( SDO) ଙ୍କୁ ଦାୟିତ୍ଵ ଦିଆଯାଉଛି। ସାଂସ୍କୃତିକ କାର୍ଯ୍ୟକ୍ରମ: ମାଁ ବରାଳ ଦେବୀ ପୀଠରେ ଅକ୍ଟୋବର ୧୭ ଓ ୧୮ ତାରିଖ ରେ ସଙ୍ଗୀତ କାର୍ଯ୍ୟକ୍ରମ,୧୯ ତାରିଖ ରେ ଆଦିବାସୀ ସାଂସ୍କୃତିକ କାର୍ଯ୍ୟକ୍ରମ ତଥା ପାରମ୍ପରିକ ନାଟକ ଅନୁଷ୍ଠିତ ହେବ। ଅକ୍ଟୋବର ୨୦ ତାରିଖର କାର୍ଯ୍ୟକ୍ରମ କୁ ଖଜୁରୀପଡ଼ା ଥାନା ଅଧିକାରୀ (IIC) ତଦାରଖ କରିବେ। ଅକ୍ଟୋବର ୨୩ ତାରିଖ ରେ ଭସାଣି ଉତ୍ସବ ଅନୁଷ୍ଠିତ ହେବ। ଜିଲ୍ଲାପାଳ ଶ୍ରୀ ବେଦ ଭୁଷଣ ଦୁର୍ଗାପୂଜା ଆୟୋଜନକୁ ସର ସୁନ୍ଦର କରିବା ପାଇଁ ସମସ୍ତଙ୍କ ସହଯୋଗ କାମନା କରିଥିଲେ।ଅନ୍ୟାନ୍ୟ ଅଧିକାରୀ ମାନଙ୍କ ମଧ୍ୟରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ,ଆଇ.ଆଇ.ସି ଟାଉନ ଥାନା ଉପସ୍ଥିତ ଥିଲେ।
ଇ ପି ଏ ରୁ କନ୍ଧମାଳ ଜିଲ୍ଲାପ୍ରତିନିଧି ପ୍ରମୋଦ କୁମାର ନାୟକ ଙ୍କ ରିପୋର୍ଟ ଫୁଲବାଣୀ
