November 8, 2026
Home » ଖରମୁଣ୍ଡା କ୍ଲଷ୍ଟରସ୍ତରୀୟ ସୁରଭି କାର୍ଯ୍ୟକ୍ରମ ୨୦୨୬

ଖରମୁଣ୍ଡା କ୍ଲଷ୍ଟରସ୍ତରୀୟ ସୁରଭି କାର୍ଯ୍ୟକ୍ରମ ୨୦୨୬

0
WhatsApp Image 2026-10-17 at 12.47.56 PM

 

ବରଗଡ଼/ବିଜେପୁର : ବରଗଡ଼ ଜିଲ୍ଲା ବିଜେପୁର ଶିକ୍ଷା କାର୍ଯ୍ୟାଳୟ ଅନ୍ତର୍ଗତ ଖରମୁଣ୍ଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଖରମୁଣ୍ଡା କ୍ଲଷ୍ଟରସ୍ତରୀୟ ସୁରଭି କାର୍ଯ୍ୟକ୍ରମ ୨୦୨୬ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଲୁକ୍କାୟିତ ପ୍ରତିଭାର ବିକାଶ, ସୃଜନଶୀଳତାର ପ୍ରସ୍ଫୁଟନ ଏବଂ ସାଂସ୍କୃତିକ ଦକ୍ଷତାର ପ୍ରଦର୍ଶନ ଉପରେ ଗୁରୁତ୍ୱ ଦିଆଯାଇଥିଲା। ଖରମୁଣ୍ଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ କଲ୍ୟାଣୀ ବିଶ୍ୱାଳ ସଭାପତିତ୍ୱ କରିଥିବା ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଖରମୁଣ୍ଡା ଗ୍ରାମ ପଞ୍ଚାୟତର ସମିତି ସଭ୍ୟ ସଞ୍ଜିବ ଗଡ଼ତିଆ ଓ ସ୍ଥାନୀୟ ଚେୟାରମ୍ୟାନ ସାନନ୍ଦ ମେହେର ସମ୍ମାନିତ ଅତିଥି ଭାବେ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀମାନେ ବିଭିନ୍ନ ପ୍ରତିଯୋଗିତାରେ ଭାଗନେଇ ନିଜ ନିଜର ପ୍ରତିଭା ପ୍ରଦର୍ଶନ କରିଥିଲେ।

ବିଶେଷକରି ସାଂସ୍କୃତିକ ନୃତ୍ୟ ପ୍ରତିଯୋଗିତାରେ ହେମରେଣୁ ମେହେର, ସୋନାଲି ଦାସ ଓ ସୁପ୍ରିୟା ଶର୍ମା ବିଚାରକ ଭାବେ ଦାୟିତ୍ୱ ତୁଲାଇଥିଲେ। ଗ୍ରାଜୁଏଟ୍ ଶିକ୍ଷୟିତ୍ରୀ ପଦ୍ମିନୀ ଛତର ଓ ସାଧୁପାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଭାଦ୍ରବ ପାଣ୍ଡେ ସୁଚାରୁ ରୂପେ ମଞ୍ଚ ପରିଚାଳନା ଦାୟିତ୍ୱ ତୁଲାଇଥିବା ବେଳେ ଆବାହକ ସ୍ଥାନୀୟ CRCC ପ୍ରଫୁଲ୍ଲ ଭୋଇ ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ ଓ ସ୍ଥାନୀୟ ଛାତ୍ରୀମାନେ ପ୍ରାରମ୍ଭିକ ସଂଗୀତ ଗାଇଥିଲେ । କାର୍ଯ୍ୟକ୍ରମରେ କ୍ଲଷ୍ଟରର ଶିକ୍ଷକ /ଶିକ୍ଷୟିତ୍ରୀ ଓ ଗ୍ରାମବାସୀ ସହଯୋଗ କରିଥିବା ବେଳେ ଶିକ୍ଷକ ଜଗଦିଶ ରଣା ଓ ପରିଚାଳନା କମିଟିa ସଦସ୍ୟ/ସଦସ୍ୟା ଅନ୍ତର୍ନିହିତ ସହଯୋଗ କରିଥିଲେ।ଏହି ସୁରଭି କାର୍ଯ୍ୟକ୍ରମ ମାଧ୍ୟମରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଥିବା ବିଭିନ୍ନ ପ୍ରତିଭାର ବିକାଶ ସହ ସେମାନଙ୍କୁ ନିଜ ଦକ୍ଷତା ପ୍ରଦର୍ଶନ ପାଇଁ ଏକ ଉପଯୁକ୍ତ ମଞ୍ଚ ମିଳିଥିଲା।

 

ଇପିଏରୁ ବରଗଡ଼ ଜିଲ୍ଲା ପ୍ରତିନିଧି କ୍ଷମା ନିଧି ବଣ୍ଡୁକିଙ୍କ ରିପୋର୍ଟ,

Leave a Reply

Your email address will not be published. Required fields are marked *