October 18, 2026
Home » ମହାପ୍ରଭୁ ଙ୍କୁ ଦର୍ଶନ କଲେ ନବ ନିଯୁକ୍ତ ରାଜ୍ୟପାଳ

ମହାପ୍ରଭୁ ଙ୍କୁ ଦର୍ଶନ କଲେ ନବ ନିଯୁକ୍ତ ରାଜ୍ୟପାଳ

0
WhatsApp Image 2026-10-17 at 7.33.10 PM

ପୁରୀ : ଓଡିଶା ରାଜ୍ୟ ପାଇଁ ନବ ନିଯୁକ୍ତ ମାନ୍ୟବର ରାଜ୍ୟପାଳ ବ୍ରଜମୋହନ ରାମ ପୁରୀରେ ପହଞ୍ଚି ଶ୍ରୀ ଜୀଉ ମାନଙ୍କ ଦର୍ଶନ କରିଛନ୍ତି।ପ୍ରଥମେ ମାନ୍ୟବର ନବ ନିଯୁକ୍ତ ରାଜ୍ୟପାଳ ସସ୍ତ୍ରୀକ ଲୋକ ଭବନ ଠାରେ ପହଞ୍ଚିବା ପରେ ପୁରୀ ଲୋକସଭା ସାଂସଦ ଡା ସମ୍ବିତ ପାତ୍ର, ପିପିଲି ବିଧାୟକ ଆଶ୍ରିତ ପଟ୍ଟନାୟକ, ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡା, ଏସପି ପ୍ରତୀକ ସିଂ ପୁଷ୍ପ ଗୁଛ ଦେଇ ସ୍ବାଗତ କରିଥିଲେ।

ପରେ ନବ ନିଯୁକ୍ତ ରାଜ୍ୟପାଳ ଶ୍ରୀମନ୍ଦିର ଆସି ମହାପ୍ରଭୁଙ୍କ ଦର୍ଶନ କରି ଓଡିଶା ବାସୀଙ୍କ ମଙ୍ଗଳ କାମନା କରି ପ୍ରାର୍ଥନା କରିଥିଲେ।ମନ୍ଦିର ନିକଟରେ ମନ୍ଦିର ପ୍ରଶାସନ ପକ୍ଷରୁ ସ୍ବାଗତ କରାଯିବା ସହ ମହାପ୍ରଭୁଙ୍କ ଖଣ୍ଡୁଆ ପାଟ ପ୍ରଦାନ କରାଯାଇଥିଲା।

ଶ୍ରୀମନ୍ଦିର ନିତି ପ୍ରଶାସକ ପ୍ରିୟ ରଞ୍ଜନ ପୃଷ୍ଟି, ଅତିରିକ୍ତ ଜିଲ୍ଲାପାଳ ପ୍ରୋଟୋକଲ ନିଳମାଧବ ଭୋଇ,ଅତିରିକ୍ତ ଏସପି ସୌମ୍ୟ ରଞ୍ଜନ ମଲ୍ଲିକ ପ୍ରମୁଖ ଦର୍ଶନ ରେ ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *