ସହରର ବିଭିନ୍ନ ଶକ୍ତିପୀଠ ସହ ମାଆ ବିମଳା ଙ୍କ ର ଆଜି ମହାଷ୍ଟମୀ।
ପୁରୀ : ଶ୍ରୀ ମନ୍ଦିର ବେଢ଼ା ମଧ୍ୟରେ ଥିବା ମା ବିମଳାଙ୍କ ମନ୍ଦିରରେ ମହାଷ୍ଟମୀ ପାଳିତ ହେବା ସହ ସହର ମଧ୍ୟରେ ଥିବା ବିଭିନ୍ନ ଶକ୍ତିପୀଠ ତଥା ମା କାକୁଡ଼ି ଖାଇ, ଜହ୍ନି ଖାଇ, ମା ହରଚଣ୍ଡି, ମା ରାମଚଣ୍ଡି ଓ ଅନ୍ୟାନ୍ୟ ପୀଠ ଗୁଡିକରେ ମହାଷ୍ଟମୀ ମହାସମାରୋହରେ ପାଳିତ ହୋଇଯାଇଛି। ପ୍ରତ୍ୟୁଷରୁ ଦେବୀ ପୀଠ ଓ ଶକ୍ତିପୀଠ ଗୁଡିକରେ ଶ୍ରଦ୍ଧାଳୁ ମାନଙ୍କର ଦର୍ଶନ ପାଇଁ ଭିଡ଼ ଲାଗିରହିଥିଲା। ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ବିଭିନ୍ନ ସ୍ଥାନରେ ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଥିଲା। ଶ୍ରୀ କ୍ଷେତ୍ର ରେ ଆସନ୍ତା ଗୁରୁବାର ୨୨ତାରିଖ ରେ ଭଷାଣୀ ଉତ୍ସବ ଅନୁଷ୍ଠିତ ହେବ.
