October 18, 2026
Home » ବିଧାୟକ ତଥା ସରକାରୀ ମୁଖ୍ୟ ସଚେତକ ଙ୍କ ସହିତ ରାଜ୍ୟ ଅଣଗେଜେଟେଡ଼ କର୍ମଚାରୀ ସମନ୍ୱୟ ସମିତି ର ଆଲୋଚନା

ବିଧାୟକ ତଥା ସରକାରୀ ମୁଖ୍ୟ ସଚେତକ ଙ୍କ ସହିତ ରାଜ୍ୟ ଅଣଗେଜେଟେଡ଼ କର୍ମଚାରୀ ସମନ୍ୱୟ ସମିତି ର ଆଲୋଚନା

0
WhatsApp Image 2026-10-18 at 3.44.49 PM

ସୁବର୍ଣ୍ଣପୁର —–ଓଡିଶା ରାଜ୍ୟ ଅଣଗେଜେଟେଡ଼ କର୍ମଚାରୀ ସମନ୍ୱୟ ସମିତି ବୌଦ୍ଧ ଜିଲ୍ଲା ଶାଖା ତରଫରୁ ସରକାରୀ ମୁଖ୍ୟ ସଚେତକ ତଥା ବୌଦ୍ଧ ବିଧାୟକ ସରୋଜ କୁମାର ପ୍ରଧାନଙ୍କ ସହିତ ସମିତିର କର୍ମଚାରୀ ଭବନଠାରେ ଆଲୋଚନା ଅନୁଷ୍ଠିତ ହୋଇଯାଇଛି l ଜିଲ୍ଲାର ଜଙ୍ଗଲ, ସ୍ୱାସ୍ଥ୍ୟ, ଶିକ୍ଷା, କୃଷି ରେଭନ୍ୟୁ ଆଦି ବିଭିନ୍ନ ବିଭାଗର ସମସ୍ୟା ଗୁଡିକ ବିଧାୟକଙ୍କ ନିକଟରେ ଉପସ୍ଥାପନ କରାଯାଇଥିଲା l ଏକ ଷ୍ଟାଣ୍ଡିଙ୍ଗ କମିଟି ବସାଇ ଜିଲ୍ଲାର ବିଭିନ୍ନ ବିଭାଗର ସମସ୍ୟା ସମାଧାନ ପାଇଁ ଜିଲ୍ଲାପାଳ ମୋହଦୟଙ୍କ ସହିତ ଆଲୋଚନା କରାଯାଇଛି ବୋଲି ବିଧାୟକଙ୍କୁ ଅବଗତ କରାଯାଇଥିଲା l ବିଧାୟକ ଶ୍ରୀ ପ୍ରଧାନ ଜିଲ୍ଲାର ସମସ୍ତ ବିଭାଗର କର୍ମଚାରୀ ମାନଙ୍କ ଅସୁବିଧା ଗୁଡିକ ଆଲୋଚନା କରିଥିଲେ ଏବଂ ତାର ସମାଧାନ କରିବାକୁ ପ୍ରତିଶୃତି ଦେଇଥିଲେ l କର୍ମଚାରୀ ଭବନ ବୁଲି ଦେଖିବା ସହିତ ତାର ମରାମତି କରିବା ଏବଂ ଉପର ଘର କରିବାକୁ ବିଧାୟକ ପାଣ୍ଠିରୁ ପ୍ରଥମ ପର୍ଯ୍ୟାୟରେ ପାଞ୍ଚ ଲକ୍ଷ ପାଣ୍ଠି ଯୋଗାଇଦେବାକୁ କଥା ରଖିଥିଲେ l ଉକ୍ତ ଆଲୋଚନାରେ ସମିତିର ସଭାପତି ଶମ୍ଭୁ ଗିରି, ଅଧ୍ୟକ୍ଷ ସଂଜୀବ କୁମାର ପଣ୍ଡା, ମୁଖ୍ୟ ଉପଦେଷ୍ଟା ଜିତେନ୍ଦ୍ର କୁମାର ମିଶ୍ର, ଉପଦେଷ୍ଟା ବିରେନ ଦାସିଆ, କାର୍ଯ୍ୟକାରୀ ସଭାପତି ପ୍ରକାଶ ଚନ୍ଦ୍ର ପ୍ରଧାନ, ସମ୍ପାଦକ ଅନିଲ କୁମାର ପ୍ରଧାନ, କୋଷାଧ୍ୟକ୍ଷ ସଂସାର ଅମାତ, ଉପସଭାପତି ଶତ୍ରୁଜିତ ମହାପାତ୍ର, ସୁଭାଶିଷ ଶତପଥି,ଯୁଗ୍ମସମ୍ପାଦକ ନବ ଦୀପ,କାର୍ଯ୍ୟକାରୀ ସଦସ୍ୟ ରାଜକୁମାର ପ୍ରଧାନ, ସୁବ୍ରତ କୁମାର ପ୍ରଧାନ,କର୍ମକର୍ତ୍ତା ବୈଦ୍ୟନାଥ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ l ଯୁଗ୍ମ ସମ୍ପାଦକ ନବ ଦୀପ ଧନ୍ୟବାଦ ଦେଇଥିଲେ l

ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ…

Leave a Reply

Your email address will not be published. Required fields are marked *