ପ୍ରସିଦ୍ଧ ‘ରାବଣ ଦରବାର’ ଉଦ୍ଯାପିତ : ମହାପ୍ରଭୁ ରାମଙ୍କ ଦ୍ୱାରା ରାବଣ ବଧ
ସାଗରପାଲି ଠାରେ ଦୁର୍ଗାପୂଜା ଓ ବିଜୟାଦଶମୀ ଅବସରରେ ଆୟୋଜିତ
ସୁବର୍ଣ୍ଣପୁର:ସୁବର୍ଣ୍ଣପୁର ଜ଼ିଲ୍ଲା ସୋନପୁର ବ୍ଲକ ମଲ୍ଲିକମୁଣ୍ଡା ପଞ୍ଚାୟତ ଅନ୍ତର୍ଗତ ସାଗରପାଲି ଗ୍ରାମ ରେ ଶାରଦୀୟ ଦୁର୍ଗାପୂଜା ଉପଲକ୍ଷେ ଚାଲିଥିଲା ରାବଣ ଦରବାର ପଞ୍ଚମ ତଥା ଅନ୍ତିମ ସନ୍ଧ୍ୟା ରେ ରାବଣ ମହାରାଜ ନଗର ପରିଭ୍ରମଣ କରି ଦରବାର କୁ ପହଞ୍ଚି ତାଙ୍କ ଆରାଧ୍ୟ ମହାଦେବ ଙ୍କୁ ବନ୍ଦନା କରି ରାଜସଭା କାର୍ଯ୍ୟ ଆରମ୍ଭ କରିଥିଲେ l ପଞ୍ଚମ ସନ୍ଧ୍ୟାରେ ବିଭୀଷଣ ସରଣା ପନ୍ନ,କୁମ୍ଭ କର୍ଣ୍ଣ ବଧ,ଇନ୍ଦ୍ରଜୀତ ବଧ,ବିଭୀଷଣଙ୍କ ଦ୍ୱାରା ରାବଣ ମୃତ୍ୟୁ ରହସ୍ୟ ପ୍ରକଟ,ପ୍ରଭୁ ରାମଙ୍କ ଦ୍ୱାରା ରାବଣଙ୍କ ବଧ ଏବଂ ରାବଣର ମୃତ୍ୟୁ ଖବର ପାଇ ସାରା ଲଙ୍କା ନଗରୀ ଓ ତାଙ୍କ ରାଜଦରବାର ସ୍ତବ୍ଧ ହୋଇଯାଇଥିଲା ଆଦି ଚିତ୍ତାକର୍ଷକ ଦୃଶ୍ୟ ଦେଖି ଦର୍ଶକ ବିଭୋର ହୋଇ ପଡ଼ିଥିଲେ l

ଦରବାର ରେ ବିଭିନ୍ନ ନୃତ୍ୟ ପରିବେଷଣ କରାଯାଇଥିଲା l ମୁଖ୍ୟ ରାଜ ଅତିଥି ଭାବେ ପ୍ରତୀକ କର ସୋନପୁର ବ୍ଲକ ଗୋଷ୍ଠୀ ଉନୟନ ଅଧିକାରୀ ,ସମ୍ମାନିତ ଅତିଥି ଭାବେ ସାନନ୍ଦ କୁମାର ମେହେର ସାଂସଦ ପ୍ରତିନିଧି,ରମଣୀ ଦନ୍ତା ଯୁବ ସମାଜ ସେବୀ ବରଗଡ,ଆକାଶ ନାଏକ ଯୁବ ବିଜେପି ରାଜ୍ୟ ସମ୍ପାଦକ,ସରୋଜ ଦାନୀ WEO ସୋନପୁର,ମଣୀନ୍ଦ୍ର ମେହେର ମୟୂରଉଡାଣ ସମିତି ସଭ୍ୟ, ପ୍ରଦୀପ ବାଘ ସରପଞ୍ଚ ରେଙ୍ଗାଲି, କୁଶଳେଶ୍ୱର ମେହେର ପ୍ରମୁଖ ମଞ୍ଚାସିନ ଥିଲେ l କାହ୍ନ ମୋବାଇଲ ଦ୍ଵାରା ଏକ ଲୋଟେରୀ ଡ୍ର ଉଠାଣ କରାଯାଇଥିଲା l ମୀନାବଜାର ରେ ଲୋକଙ୍କ ପ୍ରବଳ ଭିଡ ଦେଖିବାକୁ ମିଳିଥିଲା l ଏହି କାର୍ଯ୍ୟକ୍ରମ ରେ ସାଗରପାଲି ଦୁର୍ଗାପୂଜା କମିଟି ର ସମସ୍ତ ସଦସ୍ୟ ଉପସ୍ଥିତ ରହି ସମସ୍ତ କାର୍ଯ୍ୟରେ ସହଯୋଗ କରିଥିଲେ l ଆଗାମୀ ବର୍ଷକୁ ଆଉ ଭବ୍ୟ ଭାବରେ ଆୟୋଜନ ହେବା ନେଇ କମିଟି ପକ୍ଷରୁ ସୂଚନା ମିଳିଛି l
ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ
