October 25, 2026
Home » ବାଲୁକା କଳା ନିର୍ମାଣ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜୀଙ୍କୁ ସ୍ୱାଗତ କଲେ ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ

ବାଲୁକା କଳା ନିର୍ମାଣ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜୀଙ୍କୁ ସ୍ୱାଗତ କଲେ ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ

0
Screenshot 2026-10-25 160304

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜୀଙ୍କୁ ଓଡ଼ିଶାକୁ ସ୍ୱାଗତ ଜଣାଇ ସୁଦର୍ଶନ ପଟ୍ଟନାୟକଙ୍କ ଦ୍ୱାରା ସ୍ୱତନ୍ତ୍ର ବାଲୁକା କଳା ତିଆରି ହୋଇଛି।ଅନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜୀଙ୍କ ଓଡ଼ିଶା ଗସ୍ତ ଅବସରରେ ପୁରୀ ସମୁଦ୍ରକୂଳରେ ଏକ ସ୍ୱତନ୍ତ୍ର ବାଲୁକା କଳା ନିର୍ମାଣ କରି ତାଙ୍କୁ ସ୍ୱାଗତ ଜଣାଇଛନ୍ତି।
ଏହି ସ୍ୱତନ୍ତ୍ର କଳାକୃତିରେ “WELCOME TO ODISHA, HON’BLE PM SHRI NARENDRA MODI JI” (ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜୀ, ଓଡ଼ିଶାକୁ ଆପଣଙ୍କୁ ସ୍ୱାଗତ) ବାର୍ତ୍ତା ରହିଛି।ଏହି ୮ ଫୁଟ ଉଚ୍ଚର ବାଲୁକା ଶିଳ୍ପରେ ବିଜ୍ଞାନ ଏବଂ ସଂସ୍କୃତିର ଏକ ଅନନ୍ୟ ମିଶ୍ରଣ ଦେଖିବାକୁ ମିଳିଛି, ଯେଉଁଥିରେ କୋଣାର୍କ ଚକ୍ର ସହିତ ଆରବିଆଇ (RBI) ଡାଟା ସେଣ୍ଟରର ଏକ କ୍ଷୁଦ୍ର ପ୍ରତିକୃତି ସ୍ଥାନ ପାଇଛି। ଏହି ସୃଜନଶୀଳ କଳାକୃତି ଓଡ଼ିଶାର ଗୌରବମୟ ଐତିହ୍ୟ ଏବଂ ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା ଓ ଡିଜିଟାଲ୍ ଭିତ୍ତିଭୂମି କ୍ଷେତ୍ରରେ ଭାରତର ଅଗ୍ରଗତିର ସୁନ୍ଦର ସମନ୍ୱୟକୁ ଦର୍ଶାଉଛି। ସୁଦର୍ଶନ ସ୍ୟାଣ୍ଡ ଆର୍ଟ ଇନଷ୍ଟିଚ୍ୟୁଟର ଛାତ୍ରଛାତ୍ରୀମାନେ ଏହି ସ୍ୱତନ୍ତ୍ର କଳାକୃତି ନିର୍ମାଣରେ ସହଯୋଗ କରିଥିଲେ।
ଆଜି ଭୁବନେଶ୍ୱର ନିକଟସ୍ଥ ଜଟଣୀସ୍ଥିତ ଇନଫୋ ଭ୍ୟାଲି-୨ ଠାରେ ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ର ଡାଟା ସେଣ୍ଟର ଏବଂ ସାଇବର ସୁରକ୍ଷା ତାଲିମ ପ୍ରତିଷ୍ଠାନର ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ। ଏହି ଅବସରରେ ବାଲୁକା କଳା ମାଧ୍ୟମରେ ପ୍ରଧାନମନ୍ତ୍ରୀ ଙ୍କୁ ସ୍ୱାଗତ ଜଣାଇଛନ୍ତି ସୁଦର୍ଶନ ।ଏହି କଳାକୃତି ବିଷୟରେ କହି ସୁଦର୍ଶନ ପଟ୍ଟନାୟକ କହିଛନ୍ତି, “ମୁଁ ମହାପ୍ରଭୁ ଜଗନ୍ନାଥଙ୍କ ପବିତ୍ର ଭୂମିକୁ ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜୀଙ୍କୁ ହାର୍ଦ୍ଦିକ ସ୍ୱାଗତ ଜଣାଉଛି। ମୁଁ ପ୍ରାର୍ଥନା କରୁଛି ଯେ ମହାପ୍ରଭୁ ଜଗନ୍ନାଥଙ୍କ ଦିବ୍ୟ ଆଶୀର୍ବାଦ ଓଡ଼ିଶା ଏବଂ ଆମ ଦେଶର ବିକାଶ ଓ ସମୃଦ୍ଧି ପାଇଁ ତାଙ୍କର ଉଦ୍ୟମରେ ସଦାସର୍ବଦା ମାର୍ଗଦର୍ଶନ କରୁ। ଓଡ଼ିଶା ନିଜର ଗୌରବମୟ ଐତିହ୍ୟକୁ ବଜାୟ ରଖିବା ସହ ଏକ ଉଜ୍ଜ୍ୱଳ ଓ ଅଧିକ ସମୃଦ୍ଧ ଭବିଷ୍ୟତ ଆଡ଼କୁ ଅଗ୍ରସର ହେଉ।”

Leave a Reply

Your email address will not be published. Required fields are marked *