କ୍ୟାମେରା ଲେନ୍ସରେ ଉତ୍ତଳିତ ପ୍ରାକୃତିକ ବିପର୍ଯୟ ଅତୁଲ୍ୟଙ୍କ ଫଟୋଚିତ୍ର ପ୍ରଦର୍ଶନୀ
filter: 0; fileterIntensity: 0.0; filterMask: 0; hdrForward: 0; highlight: false; module: photo;hw-remosaic: false;touch: (-1.0, -1.0);sceneMode: 3145728;cct_value: 0;AI_Scene: (-1, -1);aec_lux: 0.0;aec_lux_index: 0;HdrStatus: auto;albedo: ;confidence: ;motionLevel: -1;weatherinfo: null;temperature: 42;
ଭୁବନେଶ୍ୱର :ପ୍ରାକୃତିକ ବିପର୍ଯୟ ଓଡ଼ିଶାର ମେରୁଦଣ୍ଡ ଭାଙ୍ଗିଦେଉଛି. ବାତ୍ୟା ଓ ବନ୍ୟାରେ ବ୍ୟାପକ କ୍ଷତି ଘଟୁଛି.ବାତ୍ୟା ନାଁ ଶୁଣିଲେ ଜୀବନକୁ ଭରସା ଆସୁନାହିଁ। ଆଖିରେ ନିଦ ହେଉନାହିଁ। ମନେ ପଡୁଛି ସେହି ପ୍ରଳୟର ପଦଧ୍ୱନୀ। ୧୯୯୯ ଅକ୍ଟୋବର ୨୯। ମହାବାତ୍ୟାର ପ୍ରକୋପରେ ଉପକୂଳ ଅଞ୍ଚଳରେ ମାଡ଼ିଆସିଥିଲା ମୃତ୍ୟୁର ଜୁଆର। ଭାଙ୍ଗିଯାଇଥିବା ମନ୍ଦିର ହେଉଛି ଏକ ନିଶ୍ଚିହ୍ନ ହୋଇଯାଇଥିବା ଗାଁର ମୂକସାକ୍ଷୀ। ଭଙ୍ଗା ଇଟା କାନ୍ଥ, ପରିତ୍ୟକ୍ତ ଦେବୀପୀଠ ଆଉ ଚାରଣଭୂମି ପାଲଟିଥିବା ଭିଟାମାଟି ଆଜି ବି ମନେ ପକାଇଦିଏ ୯୯ ମହାବାତ୍ୟାର ସେହି ଭୟଙ୍କର ରାତିକୁ। ହେଲେ ଏସବୁକୁ ଖାତିର ନକରି ଯେଉଁମାନେ କ୍ୟାମେରାରେ ଚିତ୍ର ଉତ୍ତଳନ କରି ସ୍ମୁତିକୁ ଏବର ପୀଢ଼ି ଓ ମହାବାତ୍ୟା କଣ, ଦେଖିନଥିବା ଲୋକଙ୍କୁ ଅବଗତ ଆଜି କରାଇ ପାରୁଛନ୍ତି,

ସେମାନଙ୍କ ମଧ୍ୟରେ ଅନ୍ୟତମ ଫଟୋ ସାମ୍ବାଦିକ ଅତୁଲ୍ୟ ମାହାନ୍ତି. ଶ୍ରୀ ମାହାନ୍ତି ଦୀର୍ଘ ଚାରି ବର୍ଷ ହେଲା ତାଙ୍କ କ୍ୟାମେରାରେ ତୋଳି ଧରିଥିବା ଓଡ଼ିଶାର ବାତ୍ୟା ଓ ବନ୍ୟାର ପ୍ରମୁଖ ଫଟୋକୁ ଜୟଦେବ ଭବନ ପ୍ରଦର୍ଶନୀ ହଲରେ ଜନସାଧାରଣଙ୍କ ପାଇଁ ପ୍ରଦର୍ଶିତ କରି ଆସୁଛନ୍ତି. ଚଳିତ ଥର ମଧ୍ୟ 28ଓ 29ତାରିଖ ଦୁଇଦିନ ଫଟୋ ପ୍ରଦର୍ଶନୀ କରିଥିଲେ. ନେତାଙ୍କ ଠାରୁ ଆରମ୍ଭ କରି ଛାତ୍ର ଛାତ୍ରୀ ବୁଦ୍ଧିଜୀବୀ ପ୍ରମୁଖ ପ୍ରଦର୍ଶନୀ ଦେଖି ଅନେକ କିଛି ସ୍ମୁତି ସାଉଁଟି ଥିଲେ. ଏକାମ୍ର ବିଧାୟକ ବାବୁ ସିଂଙ୍କ ଠାରୁ ଆରମ୍ଭ କରି ଗବେଷକ ଅନିଲ ଧୀର, ବିଜେଡି ନେତା ସଂଗ୍ରାମ ପାଇକରାୟ, ପୂର୍ବତନ ମୁଖ୍ୟ ଶାସନ ସଚିବ ବିଜୟ ପଟ୍ଟନାୟକ, ସମୟ ନିର୍ଦ୍ଧେଶିକା ଅନିତା ମାହାନ୍ତି, ଓକିଲ ଋତୁପୂର୍ଣ୍ଣା ମାହାନ୍ତି ପ୍ରମୁଖ ଫଟୋ ପ୍ରଦର୍ଶନୀକୁ ବୁଲି ଦେଖିଥିଲେ. ଏହି ପ୍ରଦର୍ଶନୀରେ 120ରୁ ଉର୍ଦ୍ଧ ଫଟୋ ସ୍ଥାନ ପାଇଥିଲା.
