ନୟାଗଡ଼ କଂଗ୍ରେସ ସେବାଦଳ ପକ୍ଷରୁ ସ୍ବର୍ଗତ ଇନ୍ଦିରା ଗାନ୍ଧୀଙ୍କ ତିରୋଧାନ ଉପଲକ୍ଷେ ରକ୍ତ ଦାନ ଶିବିର
ନୟାଗଡ ( ଇପିଏ ) ନୟାଗଡ ବ୍ଲକ ଇଟାମାଟି ଆଶୀର୍ବାଦ ମଣ୍ଡପ ଠାରେ ପ୍ରଦେଶ କଂଗ୍ରେସ ସେବାଦଳର ଅଧ୍ୟକ୍ଷ ଶୁଭେନ୍ଦୁ କୁମାର ମହାନ୍ତିଙ୍କ ନିର୍ଦ୍ଦେଶରେ, ସାଧାରଣ ସମ୍ପାଦକ ମନୋଜ କୁମାର ସାହୁଙ୍କ ନେତୃତ୍ୱରେ ସ୍ବର୍ଗତ ଇନ୍ଦିରା ଗାନ୍ଧୀଙ୍କ ତିରୋଧାନ ସ୍ମୃତି ଉଦ୍ଦେଶ୍ୟରେ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି ।
୩୧ ଅକ୍ଟୋବର ୧୯୮୪ ମସିହାରେ ପୂର୍ବତନ ପ୍ରଧାନ ମନ୍ତ୍ରୀ ସ୍ବର୍ଗତ ଇନ୍ଦିରା ଗାନ୍ଧୀ ଭୁବନେଶ୍ୱର ଠାରେ ଶେଷ ଭାଷଣ ଦେଇ କହିଥିଲେ ମୁଁ ଆଜି ଏଠାରେ ଅଛି, କାଲି ହୁଏତ ନଥାଇପାରେ । ମୁଁ ରହିବିକି ନରହିବି କିଏ କହିବ ? ସେ ଚିନ୍ତା ମୋର ନାହିଁ । ମୋ ଲୋକଙ୍କ ସେବାରେ ସାରା ଜୀବନ ବିତେଇ ଥିବାରୁ ମୁଁ ଗର୍ବିତ । ମୋର ଶେଷ ନିଶ୍ୱାସ ଥିବା ପର୍ଯ୍ୟନ୍ତ ସେବା କରିବି ଏବଂ ଯେବେ ମରିବି ମୋ ରକ୍ତର ପତ୍ରଟି ବିନ୍ଦୁ ଭାରତକୁ ମଝୁଭୂତ କରିବ । ତାଙ୍କର ଏଇ ଭାଷଣକୁ ପାଥେୟ କରି କଂଗ୍ରେସ ସେବାଦଳ ୩୧ ଅକ୍ଟୋବର ତାରିଖକୁ ସହିଦ ଦିବସ ରୂପେ ପାଳନ କରୁଛି ।ଓଡିଶା. ପ୍ରଦେଶ. କଂଗ୍ରେସ. ସେଵାଦଳର. ଅଧକ୍ଷ ଶୁଭେନ୍ଦୁ କୁମାର ମହାନ୍ତିଙ୍କ ନିର୍ଦେଶରେ ଇଟାମାଟି ଆଶ୍ରିବାଦ ମଣ୍ଡପଠାରେ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି ।


ସେବାଦଳର ପର୍ଯ୍ୟବେକ୍ଷିକା ଉଷାରାଣୀ ବେହେରା ପ୍ରଦୀପ ପ୍ରଜ୍ୱଳନ କରି ସ୍ୱର୍ଗୀୟ ଇନ୍ଦିରା ଗାନ୍ଧୀଙ୍କ ପ୍ରତିଛବିରେ ପୁଷ୍ପମାଲ୍ୟ ଅର୍ପଣକରି ରକ୍ତ ଦାନ ଶିବିରକୁ ଉଦ୍ଘାଟନ କରିଥିଲେ । ଏଇ କାର୍ଯ୍ୟ କ୍ରମରେ ଜିଲ୍ଲା କଂଗ୍ରେସ. ସେବାଦଳର ସଭାପତି ଦିଗାମ୍ବରବର ବେହେରା, ସମ୍ପାଦକ ନବକିଶୋର ସାଥୁଆ, ଜିଲ୍ଲା ମହିଳା କଂଗ୍ରେସ ସଭାନେତ୍ରୀ ବୈଜୟନ୍ତିଵାଳା ମହାନ୍ତି, ନୟାଗଡ଼ ବ୍ଲକ ସଭାପତି ହସମୀ ଖାଁ, ସେବକ ଦାମୋଦର ସାହୁ, ଉମେଶ ପଟନାୟକ, ପ୍ରଫୁଲ ମିଶ୍ର, ଅନ୍ତରଜାମୀ ସାହୁ, ଅଶୋକ ସାହୁ, ସୁରେଶ ମହାରଣା, ଶଶୀ କାନ୍ତ, କାଳିଆ, ଦାମୋଦର ମହାରଣା, ଜୋତିରଞ୍ଜନ ଦାଶଙ୍କ ସକ୍ରିୟ ସହଯୋଗରେ ଏହି ମହତ ରକ୍ତଦାନ ଶିବିର କାର୍ଯ୍ୟ ସମ୍ପାଦିତ ହୋଇଥିଲା । ଏଇ କାର୍ଯ୍ୟକ୍ରମକୁ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଡା. ଶ୍ରୀଯୁକ୍ତ ଦେଵୀଦତ୍ତ ଦିବ୍ୟ ରଞ୍ଜନ ମିଶ୍ର ଓ ତାଙ୍କ ସହ ଯୋଗୀଙ୍କ ତତ୍ୱାବଧାନରେ ୧୫ ୟୁନିଟି ରକ୍ତ ସଂଗ୍ରହ କରି ସଫଳ କରିଥିଲେ ।
ଇ ପି ଏ ରୁ ଗୋକୁଳ କୁମାର ଷଡ଼ଙ୍ଗୀ ଜିଲ୍ଲା ପ୍ରତିନିଧି ନୟାଗଡ଼ ।
