October 31, 2026
Home » ଦୁର୍ନୀତି ନିବାରଣ ସଚେତନତା ସପ୍ତାହ

ଦୁର୍ନୀତି ନିବାରଣ ସଚେତନତା ସପ୍ତାହ

0
WhatsApp Image 2026-10-31 at 1.38.46 PM

ଦୁର୍ନୀତି ନିବାରଣ ସଚେତନତା ସପ୍ତାହ “ପାଳନ ଅବସରରେ ଆଜି ଓଡିଶା ବିଧାନସଭା ପରିସରରେ “ସାଧୁତା ଶପଥ ପାଠ ” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଏହି ଅବସରରେ ସମସ୍ତ ବରିଷ୍ଟ ଅଧିକାରୀ ଓ କର୍ମଚାରୀମାନେ ଦୁର୍ନୀତି ନିବାରଣ ପାଇଁ ନିଜର ନିରନ୍ତର ଉଦ୍ୟମ ଜାରି ରଖିବା ସହ ପୂର୍ଣ୍ଣ ସ୍ୱଛତା ଓ ନୈତିକତାର ସହ ନିଜର ନିଷ୍ଠାପର ସେବା ପ୍ରଦାନକୁ ଜାରି ରଖିବା ପାଇଁ ଶପଥ ଗ୍ରହଣ କରିଛନ୍ତି l
ଏହି ଅବସରରେ ବିଧାନସଭାର ସଚିବ ଶ୍ରୀ ସତ୍ୟବ୍ରତ ରାଉତ, ମୁଖ୍ୟ ନିରାପତ୍ତା ଅଧିକାରୀ ଶ୍ରୀ ଗୋପାଳ ବେହେରା, ଯୁଗ୍ମସଚିବ ଶ୍ରମତୀ କସ୍ତୁରୀ ପ୍ରଧାନ, ଶ୍ରୀ ବିଦ୍ୟାଧର ମାଝୀ ପ୍ରମୁଖ ଉପସ୍ଥିତ ଥିଲେ l

Leave a Reply

Your email address will not be published. Required fields are marked *