October 31, 2026
Home » ଉନ୍ନତ କୌଶଳରେ ଚାରା ପ୍ରସ୍ତୁତି ପ୍ରଶିକ୍ଷଣ

ଉନ୍ନତ କୌଶଳରେ ଚାରା ପ୍ରସ୍ତୁତି ପ୍ରଶିକ୍ଷଣ

0
WhatsApp Image 2026-10-29 at 8.49.54 PM

କେନ୍ଦୁଝର:ସ୍ଥାନୀୟ ଜୁଡ଼ିଆ ଫାର୍ମର କୃଷି ଗବେଷଣା ଓ ପ୍ରଯୁକ୍ତି ବିଦ୍ୟା ସମ୍ପ୍ରସାରଣ କେନ୍ଦ୍ର,ଓୟୁଏଟି, କେନ୍ଦୁଝର ଆନୁକୂଲ୍ୟରେ ଦୁଇ ଦିବସୀୟ, “ଉନ୍ନତ କୌଶଳରେ ଚାରା ପ୍ରସ୍ତୁତ ପ୍ରଶିକ୍ଷଣ” ଅନୁଷ୍ଠିତ ହୋଇଯାଇଛି। ଏହି ଦୁଇ ଦିନିଆ ପ୍ରଶିକ୍ଷଣରେ ଓଡିଶା ଜୀବିକା ମିଶନ ବୋଦାପଳାସା ଓ ମୈଦାନକେଲ ପଂଚାୟତ ମହାସଙ୍ଘର ଏମବିକେ, ସିଆରପି, କୃଷିମିତ୍ର, ହାତୀ ପ୍ରବଣ ଗ୍ରାମର ଏସଏଚଜିର ସଭାପତି ଓ ସମ୍ପାଦକ, କେଡ଼ି ଟ୍ରଷ୍ଟ ଅନୁଷ୍ଠାନର ବିକାଶ ଅଧିକାରୀ ମିଶି ମୋଟ ୨୦ଜଣଙ୍କୁ ଦକ୍ଷତା ବୃଦ୍ଧି ତାଲିମ ପ୍ରଦାନ କରାଯାଇଛି। ଜୁଡ଼ିଆ ଫାର୍ମର ବୈଜ୍ଞାନିକ ଡ଼ ମୋନିକା ରାୟ (ସହଯୋଗୀ ନିର୍ଦେଶିକା), ଡ଼. ପ୍ରଶାନ୍ତ କୁମାର ମାଝୀ, ଡ଼. ଶୁଭକାନ୍ତ ସାମନ୍ତରାୟ,ଡ଼ ସୁକୁମାର ଟୁଡୁ,ଶ୍ରୀ ଶୁଭ୍ରଂଶୁ କୁମାର ବଳ, ଶ୍ରୀ ନିଗମାନନ୍ଦ ବେହେରା, ଡ଼ ଅମ୍ରିତା ମହାପାତ୍ର, ଶ୍ରୀ ସିଦ୍ଧାର୍ଥ ଆଚାର୍ଯ୍ୟ, ଶ୍ରୀ ବିଶ୍ୱଜିତ ପତି ପ୍ରମୁଖ ପର୍ଯ୍ୟାୟ କ୍ରମେ ତାଲିମ ପ୍ରଦାନ କରିଥିଲେ। ପ୍ରଶିକ୍ଷଣ କାଳରେ, ଗୁଣାତ୍ମକ ଚାରା ପ୍ରସ୍ତୁତି, ଗ୍ରୀନ ହାଉସ ଓ ପଲି ହାଉସରେ ଚାରା ଉତ୍ପାଦନ, କଲମୀ ଚାରା ତିଆରି, ହାଇଟେକ ନର୍ସରୀ ପାଇଁ ଉଚ୍ଚ ମୂଲ୍ୟର ଫସଲ, ଜଳ ବାୟୁ ନିମନ୍ତ୍ରଣ ଵେବସ୍ତା, ରୋଗ ଓ କୀଟ ପତଙ୍ଗ ପରିଚାଳନା, ଉନ୍ନତ ଜଳ ସେଚନ, ଉନ୍ନତ ପ୍ରଯୁକ୍ତିବିଦ୍ୟାର ପ୍ରୟୋଗକରି ଅଧିକ ଆୟ ବୃଦ୍ଧି ବିଷୟରେ ପ୍ରଶିକ୍ଷଣ ପ୍ରଦାନ କରାଯାଇଥିଲା। କେନ୍ଦୁଝର ଡେଭଲପମେଣ୍ଟ ଟ୍ରଷ୍ଟର ସମ୍ପାଦକ ଶ୍ରୀ ଭକ୍ତ ବତ୍ସଳ ମହାନ୍ତି, ପ୍ରଶିକ୍ଷାର୍ଥୀ ଓ କୃଷି ଗବେଷଣା କେନ୍ଦ୍ର ବୈଜ୍ଞାନିକ ମଧ୍ୟରେ ପ୍ରଶିକ୍ଷଣର ସଫଳତା ପାଇଁ ସଂଯୋଜନା କରିଥିଲେ। ଓଡିଶା ଜୀବିକା ମିଶନ କେନ୍ଦୁଝର ଜିଲ୍ଲା କାର୍ଯ୍ୟକ୍ରମ ଅଧିକାରୀ ଶ୍ରୀ ପବିତ୍ର କୁମାର ବରା ଉପସ୍ଥିତରହି ପ୍ରଶିକ୍ଷାର୍ଥୀ ମାନଙ୍କୁ ଉତ୍ସାହିତ କରିଥିଲେ।

କେନ୍ଦୁଝର ରୁ ରୂପା ପିଲ୍ଲାଇଙ୍କ ରିପୋର୍ଟ (ଇପିଏ)ଇଷ୍ଟର୍ନ ପ୍ରେସ

Leave a Reply

Your email address will not be published. Required fields are marked *