October 31, 2026
Home » ପୋଖରୀପୁଟରେ ଗଜଲକ୍ଷ୍ମୀ ପୂଜା ଉଦଯାପିତ

ପୋଖରୀପୁଟରେ ଗଜଲକ୍ଷ୍ମୀ ପୂଜା ଉଦଯାପିତ

0
WhatsApp Image 2026-10-31 at 4.42.24 PM

 

ଭୁବନେଶ୍ବର:- ସ୍ଥାନୀୟ ପୋଖରୀପୁଟ ମା’ ଭୁଆସୁଣୀ ୟୁଥ୍ ଟ୍ରଷ୍ଟ୍ ଆନୁକୁଲ୍ୟରେ ପୂର୍ବବର୍ଷ ମାନଙ୍କ ପରି ଆୟୋଜିତ ବାର୍ଷିକ ଗଜଲକ୍ଷ୍ମୀ ପୂଜା ବହୁ ଶ୍ରଦ୍ଧାଳୁଙ୍କ ସମାବେଶ ଓ ପୂଜାର୍ଚ୍ଚନା ସହିତ ଯଥାବିଧି ଅନୁଷ୍ଠିତ ହୋଇଯାଇଛି l ଅନୁଷ୍ଠାନ ତରଫରୁ ଆୟୋଜିତ ଉକ୍ତ ସପ୍ତାହବ୍ୟାପୀ କାର୍ଯ୍ୟକ୍ରମରେ ପ୍ରତିଦିନ ସଂଧ୍ୟାରେ ଭଜନ କୀର୍ତ୍ତନ ଓ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇ ଥିଲା lଏହି ଅବସରରେ କୋକିଳା ଡ୍ୟାନ୍ସ ଏଣ୍ଡ ମ୍ୟୁଜିକ୍ ଏକାଡେମୀ ପକ୍ଷରୁ ସନ୍ଧ୍ୟାରେ ଦୁଇଦିନ ଧରି ନୃତ୍ୟ ସଙ୍ଗୀତ ଓ ମେଲୋଡି କାର୍ଯ୍ୟକ୍ରମ ଅନୁଷ୍ଠାନର ବରିଷ୍ଠ ତଥା କନିଷ୍ଠ କଳାକାରମାନଙ୍କ ଦ୍ଵାରା ପରିବେଷଣ କରାଯାଇଥିଲା l ଉକ୍ତ କାର୍ଯ୍ୟକ୍ରମକୁ ସ୍ଥାନୀୟ କର୍ପୋରେଟର ଶ୍ରୀମତୀ ଚାରୁଲତା ସାମନ୍ତରାୟ ଉଦଘାଟନ କରିଥିଲେ l ଏକାଡେମୀର ଅଧ୍ୟକ୍ଷା ଗୁରୁ ଶ୍ରୀମତୀ ମୋନାଲିସା ସାମନ୍ତରାୟ , ସମାଜସେବୀ ହୃଦୟ ବଲ୍ଳଭ ସାମନ୍ତରାୟ ,ଗୁରୁ ଗୌତମ ଭଟ୍ଟାଚାର୍ଯ୍ୟଙ୍କ ସହଯୋଗରେ ମହା ଆଡ଼ମ୍ବରରେ ସମ୍ପାଦିତ ହୋଇଥିଲା l ଏକାଡେମୀ ପକ୍ଷରୁ ବିଶିଷ୍ଟ କଳାକାର ସାଇ ସ୍ଵରୂପ ମିଶ୍ରଙ୍କୁ ପୁଷ୍ପ ଗୁଚ୍ଛ,ଉପଢୌକନ ଓ ମାନପତ୍ର ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା l ଶିଶୁ କଳାକାର ମାନଙ୍କ ଅଭିଭାବକ ତଥା ବହୁ ସଂଖ୍ୟାରେ ଉପସ୍ଥିତ ଦର୍ଶକ ମାନଙ୍କ ଯୋଗଦାନ ଓ ଅକୁଣ୍ଠିତ ସହଯୋଗ ନିମନ୍ତେ ଅଧ୍ୟକ୍ଷା ଶ୍ରୀମତୀ ସାମନ୍ତରାୟ କୃତଜ୍ଞତା ଜଣାଇଥିଲେ l ଉଦ୍ଘୋଷକ ଡଃ ଶ୍ରୀନିବାସ ଘଟୁଆରୀ ମଞ୍ଚ ପରିଚାଳନା କରିଥିଲେ l ଅନ୍ୟ ମାନଙ୍କ ମଧ୍ୟରେ ସ୍ତମ୍ଭକାର ନିର୍ମଳ ଚନ୍ଦ୍ର ସାମଲ, ଗୀତିକାର ଓ କବି ମାନଗୋବିନ୍ଦ ବାରିକ୍ ଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ବିଶେଷ, ସ୍ଥାନୀୟ ଜନସାଧାରଣ ଯୋଗ ଦେଇଥିଲେ l ଶେଷରେ ଗୁରୁ ଗୌତମ ଭଟ୍ଟାଚାର୍ଯ୍ୟ ଧନ୍ୟବାଦ ଅର୍ପଣ କରିଥିଲେ l

Leave a Reply

Your email address will not be published. Required fields are marked *