November 2, 2026
Home » ବାତ୍ୟା ‘ଅର୍ଣ୍ଣବ’ ପରବର୍ତ୍ତୀ ପରିସ୍ଥିତିରେ କ୍ଷୟକ୍ଷତିର ଅନୁଧ୍ୟାନ କଲେ ବାଣିଜ୍ୟ ଓ ପରିବହନ ଏବଂ ଇସ୍ପାତ ଓ ଖଣି ମନ୍ତ୍ରୀ ଶ୍ରୀଯୁକ୍ତ ବିଭୂତି ଭୂଷଣ ଜେନା

ବାତ୍ୟା ‘ଅର୍ଣ୍ଣବ’ ପରବର୍ତ୍ତୀ ପରିସ୍ଥିତିରେ କ୍ଷୟକ୍ଷତିର ଅନୁଧ୍ୟାନ କଲେ ବାଣିଜ୍ୟ ଓ ପରିବହନ ଏବଂ ଇସ୍ପାତ ଓ ଖଣି ମନ୍ତ୍ରୀ ଶ୍ରୀଯୁକ୍ତ ବିଭୂତି ଭୂଷଣ ଜେନା

0
WhatsApp Image 2026-11-01 at 1.11.55 PM (1)

ବାତ୍ୟା ‘ଅର୍ଣ୍ଣବ’ ପରବର୍ତ୍ତୀ ପରିସ୍ଥିତିରେ ମାନ୍ୟବର ବାଣିଜ୍ୟ ଓ ପରିବହନ ଏବଂ ଇସ୍ପାତ ଓ ଖଣି ମନ୍ତ୍ରୀ ଶ୍ରୀଯୁକ୍ତ ବିଭୂତି ଭୂଷଣ ଜେନା ସହ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ମଙ୍ଗଳପୁର ଗ୍ରାମପଞ୍ଚାୟତର ନବରତ୍ନପୁର ଗ୍ରାମ ପରିଦର୍ଶନ କରି କ୍ଷୟକ୍ଷତିର ଅନୁଧ୍ୟାନ କରିଥିଲେ। ଏହି ସମୟରେ ଗ୍ରାମରେ ୨୦ରୁ ଅଧିକ ଘର ଭାଙ୍ଗିଯାଇଥିବା

ଏବଂ ନବରତ୍ନପୁରରୁ ଆସିକାକୁ ସଂଯୋଗ କରୁଥିବା ମୁଖ୍ୟ ସେତୁ କ୍ଷତିଗ୍ରସ୍ତ ହୋଇଥିବା ଦେଖିଥିଲେ। ଗ୍ରାମର ୧୫୦୦ରୁ ଊର୍ଦ୍ଧ୍ୱ ଲୋକଙ୍କ ପାଇଁ ରନ୍ଧା ଖାଦ୍ୟ ବ୍ୟବସ୍ଥାର ମଧ୍ୟ ଅନୁଧ୍ୟାନ କରିଥିଲେ। ବିଦ୍ୟୁତ୍ ସେବା ବିଚ୍ଛିନ୍ନ ହୋଇଥିବାରୁ ଯଥାଶୀଘ୍ର ବିଦ୍ୟୁତ୍ ଯୋଗାଣ ପୁନଃସ୍ଥାପନ କରାଯିବ ବୋଲି ମନ୍ତ୍ରୀ ଆଶ୍ୱାସନା ଦେଇଥିଲେ।

Leave a Reply

Your email address will not be published. Required fields are marked *