ନୟାଗଡ଼ ପୌର ପରିଷଦରେ ରାଷ୍ଟ୍ରୀୟ ଏକତା ଦିବସରେ ସାମୂହିକ ଶପଥ ପାଠ ।
ନୟାଗଡ ( ଇପିଏ ) ନୟାଗଡ ଦିନ ୧୧ ଘଟିକା ସମୟରେ ପୌର ପରିଷଦର ପୁରୁଣା ସମ୍ମିଳନୀ ଗୃହରେ ରାଷ୍ଟ୍ରୀୟ ଏକତା ଦିବସ ଅବସରରେ କର୍ମଚାରୀ ମାନଙ୍କ ସାମୂହିକ ଶପଥ ପାଠ ଅନୁଷ୍ଠିତ ହୋଇଯାଇଛି ।

ଆମ ଦେଶର ପ୍ରଥମ ଗୃହ ମନ୍ତ୍ରୀ ଲୌହ ମାନବ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ଜନ୍ମ୍ ଦିବସ ଉପଲକ୍ଷେ ରାଷ୍ଟ୍ରର ଏକତା, ଅଖଣ୍ଡତା, ସୁରକ୍ଷା ଓ ଏକତାକୁ ବଜାୟ ରଖିବା ସହିତ ନଜକୁ ଦେଶ ପାଇଁ ସମର୍ପିତ ହେବାପାଇଁ ସମସ୍ତ କର୍ମଚାରୀଙ୍କୁ ଶପଥ ପାଠ କରାଇଥିଲେ ନିର୍ବାହୀ ଅଧିକାରୀ ସ୍ନେହଲତା ଆଚାର୍ଯ୍ୟ । ଦେଶୀୟ ରାଜ୍ୟ ଗୁଡିକ୍ ଭାରତରେ ମିଶାଇ ନିଜର ବିଚକ୍ଷଣ ବୁଦ୍ଧିର ପରିଚୟ ଦେଖାଇ ଥିଲେ. ଏପରି ମହାନ୍ ବ୍ୟକ୍ତିତ୍ୱ ସର୍ଦ୍ଦାର ବଲ୍ଲଭ ଭାଇଙ୍କ ପଟେଲ । ଏହି ମହାନ ବ୍ୟକ୍ତିଙ୍କ ପ୍ରତିମୂର୍ତ୍ତିରେ ଉପସ୍ଥିତ ସମସ୍ତେ ଶ୍ରଦ୍ଧା ସୁମନ ଅର୍ପଣ କରିବାପରେ ଶପଥ ପାଠ କାର୍ଯ୍ୟକ୍ରମ ସମାପ୍ତ ହୋଇଥିଲା ।
ଇ ପି ଏ ରୁ ଗୋକୁଳ କୁମାର ଷଡ଼ଙ୍ଗୀ ଜିଲ୍ଲା ପ୍ରତିନିଧି ନୟାଗଡ଼
