November 2, 2026
Home » ପାରାଦୀପ ବନ୍ଦର ଦ୍ୱାରା ରାଷ୍ଠ୍ରୀୟ ଏକତା ଦିବସ ପାଳିତ

ପାରାଦୀପ ବନ୍ଦର ଦ୍ୱାରା ରାଷ୍ଠ୍ରୀୟ ଏକତା ଦିବସ ପାଳିତ

0
WhatsApp Image 2026-11-02 at 2.22.31 PM

ଏକତା ପାଇଁ ଗଣଦୌଡ ପାରାଦୀପ ବନ୍ଦର ପକ୍ଷରୁ ରାଷ୍ଟ୍ରୀୟ ଏକତା ଦିବସ ପାଳିତ ହୋଇଯାଇଛି । ଲୌହମାନବ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଜନ୍ମବାର୍ଷିକକୁ ମନେ ପକେଇ ତାଙ୍କ ତ୍ୟାଗ ଦେଶବାସୀଙ୍କ ମଧ୍ୟରେ ଜାଗ୍ରତ କରିବା ପାଇଁ ସମଗ୍ର ଦେଶବାସୀ ଗର୍ବର ସହିତ ଏହି ଦିବସକୁ ପାଳନ କରିଥାନ୍ତି । ପାରାଦୀପ ବନ୍ଦର ପକ୍ଷରୁ ଏହି ଅବସରରେ ଏକତା ପାଇଁ ଗଣଦୌଡ ଆୟୋଜିତ ହୋଇଥିଲା । ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ବନ୍ଦର ଉପାଧ୍ୟକ୍ଷ ଟି.ଭେନୁ ଗୋପାଲ ଯୋଗ ଦେଇ ଆଧୁନିକ ଭାରତ ଗଠନ ପାଇଁ ବିଭିନ୍ନ ରାଜ୍ୟଗୁଡିକୁ ଏକତ୍ର କରିବା ପାଇଁ ଲୌହମାନବ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଅବଦାନ ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ । ଏହା ପରେ ଏକତା ପାଇଁ ଗଣଦୌଡକୁ ଆନୁଷ୍ଟାନିକ ଭାବେ ଶୁଭାରମ୍ଭ କରିଥିଲେ । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅର୍ଥପରାମର୍ଶଦାତା ଅଶୋକ କୁମାର ସାହୁ, ବିଭିନ୍ନ ବିଭାଗୀୟମୁଖ୍ୟ, ଅଧିକାରୀ, କର୍ମଚାରୀ, ସିଆଇଏସଏଫ କର୍ମଚାରୀ ଏକତା ଦିବସର ଶପଥ ପାଠ କରିଥିଲେ ।

 

prasanta dash nka report

Leave a Reply

Your email address will not be published. Required fields are marked *