November 11, 2026
Home » ନୟାଗଡ ଜିଲ୍ଲା କେନ୍ଦ୍ର ସମବାୟ ବ୍ୟାଙ୍କର ୬୭ ତମ ସାଧାରଣ ସଭା ଦୀର୍ଘ ଦୁଇବର୍ଷ ପରେ ଅନୁଷ୍ଠିତ

ନୟାଗଡ ଜିଲ୍ଲା କେନ୍ଦ୍ର ସମବାୟ ବ୍ୟାଙ୍କର ୬୭ ତମ ସାଧାରଣ ସଭା ଦୀର୍ଘ ଦୁଇବର୍ଷ ପରେ ଅନୁଷ୍ଠିତ

0
1001375983

filter: 0; fileterIntensity: 0.0; filterMask: 0; module: photo; hw-remosaic: false; touch: (-1.0, -1.0); modeInfo: ; sceneMode: 8; cct_value: 4522; AI_Scene: (-1, -1); aec_lux: 258.26486; aec_lux_index: 0; hist255: 0.0; hist252~255: 0.0; hist0~15: 0.0; albedo: ; confidence: ; motionLevel: 0; weatherinfo: null; temperature: 34;

    “କାର୍ଯ୍ୟ କାଳ ଶେଷ ସମୟକୁ ଚେତା ପଶିଲା !”
ନୟାଗଡ : ( ଇପିଏ ) ନୟାଗଡ ଜିଲ୍ଲା କେନ୍ଦ୍ର ସମବାୟ ବ୍ୟାଙ୍କର ଦୀର୍ଘ ଦୁଇ ବର୍ଷ ପରେ ହୋଇଥିବା ୬୭ ତମ ସାଧାରଣ ସଭାକୁ, ଜିଲ୍ଲାପାଳ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଉଦ୍ଘାଟନ କରିଥିବା ବେଳେ, ବ୍ୟାଙ୍କର ସଭାପତି ରବୀନ୍ଦ୍ର କୁମାର ସାହୁଙ୍କ ସଭାପତିତ୍ବରେ, ସମ୍ମାନିତ ଅତିଥି ଜିଲ୍ଲାପରିଷଦ ସଭାପତି ଇଞ୍ଜିନିୟର ଦେବାଶିଷ ପଟ୍ଟନାୟକ ଯୋଗଦେଇଥିଲେ । ଏହି ସଭାରେ ସମବାୟ ସମିତି ସମୂହ ନବନ୍ଧକ ପ୍ରାର୍ଥନା ପ୍ରିୟଦର୍ଶିନୀ, ଯୁଗ୍ମ ନିବନ୍ଧକ ଅଳକା ନନ୍ଦ ଜେନା, ସୁପ୍ରିୟା ସ୍ବାଇଁ, ଉପସଭାପତି ମୌସୁମୀ ସାହୁ, ପରିଚାଳନା ପରିଷଦର ସଭ୍ୟ ବୃନ୍ଦ ଓ ସମ୍ପାଦକ କରୁଣାକର ସାହୁ ମଞ୍ଚାସିନ ଥାଇ ନିଜର ବକ୍ତବ୍ୟ ପ୍ରଦାନ କର୍ଥିଲେ ।
                ରାଜନୈତିକ ଇଚ୍ଛା ଶକ୍ତି ଓ ପ୍ରଶାସନିକ ଇଚ୍ଛା ଶକ୍ତି ଅଭାବରୁ ଦୀର୍ଘ ଦିନ ହେଲା ସାଧାରଣ ସଭା ହୋଇପାରି ନଥିଲା କାହାକୁ ଅଛପା ନାହିଁ । ଏଥି ପାଇଁ ଚାଷୀ, ଜନସାଧାରଣ ତଥା ବ୍ୟାଙ୍କର ଉପଭୋକ୍ତାମାନଙ୍କ ପାଖରେ ନିର୍ବାଚିତ ପ୍ରତିନିଧି ଓ ପ୍ରସାନିକ ଅଧିକାରୀମାନେ ସମ୍ପୂର୍ଣ ଭାବରେ ଅଳ୍ପେ ବହୁତେ ଉତ୍ତରଦାୟୀ । ଯାହାହେଉ ବୋର୍ଡର କାର୍ଯ୍ୟକାଳ ଶେଷ ବେଳକୁ ସମସ୍ତଙ୍କ ଚେତା ପଶିଲା, ନୟାଗଡରେ ଚର୍ଚ୍ଚା ଚାଲିଛି ।
        ନିର୍ବାଚିତ ପ୍ରତିନିଧି ମାନଙ୍କର ( ବୋର୍ଡର ) କାର୍ଯ୍ୟକାଳ ଶେଷ ହେବାକୁ ଅଳ୍ପ କେତେ ମାସ ଥିବାବେଳେ, ଜିଲ୍ଲା ସମବାୟ ବ୍ୟାଙ୍କରେ ନୂତନ ଭାବରେ ଯୋଗଦେଇଥିବା ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ କରୁଣାକର ସାହୁ ( ସମ୍ପାଦକ ) ଙ୍କ ପ୍ରଚେଷ୍ଟାରେ ଜିଲ୍ଲାପାଳ ମଧୁମିତା ରଥଙ୍କ ପରାମର୍ଶରେ ସଭାପତି ରବୀନ୍ଦ୍ର ନାଥ ସାହୁ ଓ ବୋର୍ଡ ସଭ୍ୟମାନଙ୍କ ସମ୍ମିଳିତ ଆଲୋଚନା ମାଧ୍ୟମରେ, ଚାଷୀଙ୍କର ତଥା ବ୍ୟାଙ୍କର ଉନ୍ନତି ପାଇଁ ୬୭ ତମ ସାଧାରଣ ସଭା ଅନୁଷ୍ଠିତ ହୋଇପାରୁଥିବାରୁ ସମସ୍ତେ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ସାହୁଙ୍କୁ ଧନ୍ୟବାଦ ଦେବା ଦେଖିବାକୁ ମିଳିଥିଲା ।
                 ଜିଲ୍ଲାପାଳ ମଧୁମିତା ରଥ ପ୍ରଥମେ ବକ୍ତବ୍ୟରେ କହିଥିଲେ, ଦୀର୍ଘ ଦିନ ହେଲା ବ୍ୟାଙ୍କର ସାଧାରଣ ସଭା ହୋଇ ନାହିଁ । ଆଜି ସଭା ହେଉଥିବାରୁ ମୁଁ ଖୁସି ଓ ସମସ୍ତଙ୍କୁ ସ୍ଵାଗତ କରୁଛି । ସମସ୍ତେ ମିଶି ଜନସାଧାରଣ ଓ ବ୍ୟାଙ୍କର ଉନ୍ନତି କରିବା ଆମର ମୁଖ୍ୟ କର୍ତ୍ତବ୍ୟ ।ଆମକୁ ଜନସାଧାରଣ ନିର୍ବାଚିତ କରି ପଠାଇଛନ୍ତି ସେବାକରିବାକୁ, ଆମେ ସମସ୍ତେ ମିଶି ସମବାୟ ଆନ୍ଦୋଳନକୁ ଆଗକୁ ନେଇ ନୟାଗଡ ଜିଲ୍ଲାକୁ ଆଗକୁନେବା । ଜନଶୁଣାଣୀ ଥିବାରୁ ମୁଁ ଯାଉଛି, ଆପଣମାନେ ଶୃଙ୍ଖଳାର ସହିତ ଆଲୋଚନା ମାଧ୍ୟମରେ ସଭାକୁ ସଫଳ କରିବେ ।
                   ଜିଲ୍ଲା ପରିଷଦ ସଭାପତି ବକ୍ତବ୍ୟ ଦେବାକୁ ଯାଇ କହିଥିଲେ କିଏ ଖରାପ ଭାବିବେ ନାହିଁ । ମୋର ଅନୁଭୂତିରୁ କହୁଛି, ନୟାଗଡ ଜିଲ୍ଲା ସମବାୟ ବ୍ୟାଙ୍କର ଉନ୍ନତି ସମସ୍ତଙ୍କର କାମ୍ୟ ।କିନ୍ତୁ ଆମେ କଣ କରିଛେ ? ନିଜେ ନିଜକୁ ପ୍ରଶ୍ନ କରନ୍ତୁ ଆମର ଆଉ କେତେ ଦିନ ରହିଲା କାର୍ଯ୍ୟକାଳ । ଆମକୁ ଲୋକମାନେ କଣ ପାଇଁ ନିର୍ବାଚିତ କରି ପଠାଇଥିଲେ । ଯଦି ଆମେମାନେ କିଛି କରିନାହେଁ, ସମାଜ କେବେ କ୍ଷମା ଦେବନାହିଁ ।ତେଣୁ ଯାହା ଯାଇଛି ତାକୁ ଛାଡ଼ି ବର୍ତ୍ତମାନ କିପରି ଆମ ଚାଷୀ ଭାଇ ଓ ଉପଭୋକ୍ତା ମାନଙ୍କର ତଥା ବ୍ୟାଙ୍କର ଉନ୍ନତି ହେବ, ସେ ବିଷୟକୁ ଆଖିରେ ରଖି ଆଜିର ସଭାରେ ନିଷ୍ପତି ନିଅନ୍ତୁ ।
              ସଭାରେ ସରଗରମ ଆଲୋଚନା ସମୟରେ ୨୦୨୪- ୨୫ ଅଡିଟ ରିପୋର୍ଟ ଅନୁମୋଦନ ହୋଇଥିଲା ବେଳେ ୨୦୨୫- ୨୬ ଅଡିଟ ରିପୋର୍ଟକୁ ବିରୋଧ ହୋଇଥିଲା । ବିନା ବଜେଟ ଅନୁମୋଦନରେ ପୂର୍ବତନ ସମ୍ପାଦକ ଅଜୟ କୁମାର ପଟ୍ଟନାୟକ ବେନିୟମ ଭାବରେ ଖର୍ଚ୍ଚ କରିଥିବା ଅର୍ଥକୁ ତାଙ୍କଠାରୁ ଆଦାୟ କରିବାକୁ ଦାବି ଉଠିଥିଲା । ୨୦୨୬- ୨୭ ବଜେଟ ଆଜିର ସଭାରେ ଅନୁମୋଦନ କରାଯାଇଥିଲା ।
           ବ୍ୟାଙ୍କର କିଛି କର୍ମଚାରୀଙ୍କ ମନମୁଖୀ କାର୍ଯ୍ୟ ସମ୍ପାଦନାରେ ସଭାରେ ଅସନ୍ତୋଷ ପ୍ରକାଶ ପାଇଥିଲା । ବ୍ୟାଙ୍କ ଅଧିକାରୀମାନେ ସୋସାଇଟିକୁ ମାନଙ୍କୁ ଯାଇ ଋଣ ଆଦାୟ ଓ ପ୍ରାଥମିକ ସମବାୟ ସମିତିର ଉନ୍ନତିରେ ସହଯୋଗ କରିବାକୁ ଓ ବଜେଟ ଅନୁମୋଦନକୁ ପ୍ରାଧାନ୍ୟ ଦେବାକୁ ସଭାରେ ସମ୍ମତି ପାଇଥିଲା । ସମିତିରେ କର୍ମଚାରୀ ଅଭାବକୁ ଶୀଘ୍ର ପୂରଣ ସହିତ ଚାଷୀ ମାନଙ୍କର ଉନ୍ନତି ପାଇଁ ଆଲୋଚନା କରାଯିବା ସହିତ ଉପସ୍ଥିତ ବିଭାଗୀୟ ଅଧିକାରୀ ଯଥାଶୀଘ୍ର ବିହିତ ପଦକ୍ଷେପ ନେବାକୁ ସମ୍ମତି ପ୍ରକାଶ କରିଥିଲେ । କୁରାଳ, ସୋଲପଟା, ସମିତିର କର୍ମଚାରୀଙ୍କ ଅନିୟମିତତା କାର୍ଯ୍ୟରେ ଆଲୋଚନା ହୋଇଥିଲା ଓ ତାହାର ବିହିତ ପଦକ୍ଷେପ ନେବାପାଇଁ ସମ୍ମତି ଦେଇଥିଲେ ଉପସ୍ଥିତ ପଦାଧିକାରୀ । ଓଡ଼ଗାଁ ଶାଖା ସ୍ଥାନାନ୍ତର ମନମୁଖୀ କାର୍ଯ୍ୟର ଘର ମାଲିକ କାଗଜାତ ସତ୍ୟତା ନଥିବା ଉପରେ ସକ୍ରିୟ ଭାବରେ ସଭ୍ୟ ସନ୍ୟାସୀ ପ୍ରଧାନ ଆଲୋକପାତ କରିଥିଲେ, ତାହାର ସଠିକ୍ ଯାଞ୍ଚ କରି ବିହିତ ପଦକ୍ଷେପ ପାଇଁ ନିଷ୍ପତି ହୋଇଥିଲା ।
               ଆଜିର ସାଧାରଣ ସଭାରେ ବ୍ୟାଙ୍କ ପକ୍ଷରୁ ନୟାଗଡ ସାମ୍ବାଦିକ ଭବନର ସଭାପତି ରଜତ କୁମାର ପଟ୍ଟନାୟକ ଓ ସମ୍ପାଦକ ଅନୱର୍ ଅଲ୍ଲୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।
             ଆଜିର ସଭା ସମ୍ପାଦକ କରୁଣାକର ସାହୁଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଅନୁଷ୍ଠିତ ହୋଇଥିଲା । ସଭାରେ ସଂଯୋଜନା କରିଥିଲେ ଏଜିଏମ୍ ସରୋଜ କୁମାର ସାହାଣୀ ଓ ଶ୍ରୀଧର ବେହେରା । ବ୍ୟାଙ୍କର ପରିଚାଳନା ପରିଷଦର ସଭ୍ୟବୃନ୍ଦ, ପ୍ରତ୍ୟେକ ପ୍ରାଥମିକ ସମବାୟ ସମିତିର ସଭାପତି, ଆଲୋଚନା ମାଧ୍ୟମରେ ନିଜର ମତ ପ୍ରକାଶ କରି ସଭାକୁ ସଫଳ କରିଥିଲା ବେଳେ, ବ୍ୟାଙ୍କର କର୍ମଚାରୀମାନେ ସଫଳ କରିବାରେ ସକ୍ରିୟ ଭୂମିକା ଗ୍ରହଣ କରିଥିଲେ ।
ଇ ପି ଏ ରୁ ଗୋକୁଳ କୁମାର ଷଡ଼ଙ୍ଗୀ ଜିଲ୍ଲା ପ୍ରତିନିଧି ନୟାଗଡ଼ ।

Leave a Reply

Your email address will not be published. Required fields are marked *