ସୁବର୍ଣ୍ଣପୁର ଜିଲ୍ଲାସ୍ତରୀୟ ଯୁବ ସଂସଦ ୨୦୨୬-୨୭ ଅନୁଷ୍ଠିତ
ନିଶାମୁକ୍ତ ଯୁବ ସମାଜ ଗଠନ ଓ ବିକଶିତ ଭାରତ ନିର୍ମାଣ ଉପରେ ଗୁରୁତ୍ୱ l
ସୁବର୍ଣ୍ଣପୁର:ନିଶାମୁକ୍ତ ଭାରତ ସଂକଳ୍ପକୁ ନେଇ ଭାରତ ସରକାରଙ୍କ ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରଣାଳୟ ପକ୍ଷରୁ ସୁବର୍ଣ୍ଣପୁର ଜିଲ୍ଲାସ୍ତରୀୟ ଯୁବ ସଂସଦ ୨୦୨୬-୨୭ କାର୍ଯ୍ୟକ୍ରମ ବିଜୁ ପଟ୍ଟନାୟକ ମହିଳା ମହାବିଦ୍ୟାଳୟ, ସୋନପୁରଠାରେ ଅନୁଷ୍ଠିତ ହୋଇଯାଇଛି। ମେରା ଯୁବା ଭାରତ, ସୁବର୍ଣ୍ଣପୁର ଜିଲ୍ଲା ଶାଖାର ଜିଲ୍ଲା ଯୁବ ଅଧିକାରୀ ପ୍ରସନ୍ନ ମେହେରଙ୍କ ସଂଯୋଜନାରେ ବିକଶିତ ଭାରତ @ ୨୦୪୭ ଲକ୍ଷ୍ୟ ଆଧାରରେ ‘ନିଶାମୁକ୍ତ ଯୁବା ପାଇଁ ବିକଶିତ ଭାରତ’ ଶୀର୍ଷକରେ ବକ୍ତୃତା ଓ ବିତର୍କ ପ୍ରତିଯୋଗିତା ଆୟୋଜିତ ହୋଇଥିଲା। ଏଥିରେ ଜିଲ୍ଲାର ବିଭିନ୍ନ ମହାବିଦ୍ୟାଳୟରୁ ୩୫ ଜଣ ଯୁବ ପ୍ରତିଯୋଗୀ ଅଂଶଗ୍ରହଣ କରି ନିଜର ମତାମତ ଉପସ୍ଥାପନ କରିଥିଲେ।
କାର୍ଯ୍ୟକ୍ରମରେ ବିଜୁ ପଟ୍ଟନାୟକ ମହିଳା ମହାବିଦ୍ୟାଳୟର ଅଧ୍ୟକ୍ଷା ରୀତାରାଣୀ ପୂଜାହାରୀ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବାବେଳେ MY Bharatର ଅବସରପ୍ରାପ୍ତ APA ବିପିନ ବିହାରୀ ଜେନା,ବିଚାରକ ମଣ୍ଡଳୀ ଭାବେ ଅଦିତି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ଡ. ଜ୍ୟୋତିରଞ୍ଜନ ବୋହିଦାର, ସାହାରା ଟ୍ରଷ୍ଟ ହାଇସ୍କୁଲର ପ୍ରଧାନଶିକ୍ଷକ ଗୋତି କୃଷ୍ଣ ମିଶ୍ର, ଓଏଭି ପିପିଲିପାଲିର ଅଧ୍ୟକ୍ଷ ଅରୁଣ ମହାକୁର, ପିଏମ୍ ଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟ, ସୋନପୁରର ଦିଗନ୍ତ କୁମାର ମହାପାତ୍ର, ସୋନପୁର କଲେଜର NSS DPO ଧୀରେନ୍ଦ୍ର ମିଶ୍ର, ମଡେଲ ଡିଗ୍ରୀ କଲେଜର ଓଡ଼ିଆ ବିଭାଗର ଅଧ୍ୟାପକ ତଥା NSS ଅଧିକାରୀ ଡ. ସନ୍ତୋଷ ଭୋଇ ଏବଂ ବିଜୁ ପଟ୍ଟନାୟକ ମହିଳା ମହାବିଦ୍ୟାଳୟର ଇଂରାଜୀ ଅଧ୍ୟାପକ ମଦନ ସୁନ୍ଦର ଖେତୀ ପ୍ରମୁଖ ଯୋଗଦେଇଥିଲେ।
ଯୁବପିଢ଼ିଙ୍କ ମଧ୍ୟରେ ଗଣତାନ୍ତ୍ରିକ ମୂଲ୍ୟବୋଧ, ସଂସଦୀୟ ପରମ୍ପରା, ନେତୃତ୍ୱ ଦକ୍ଷତା ଏବଂ ରାଷ୍ଟ୍ର ନିର୍ମାଣ ପ୍ରତି ଦାୟିତ୍ୱବୋଧ ସୃଷ୍ଟି ଉପରେ ଅତିଥିମାନେ ଗୁରୁତ୍ୱାରୋପ କରିଥିଲେ। ଏକ ସୁସ୍ଥ, ସଶକ୍ତ ଓ ନିଶାମୁକ୍ତ ଯୁବସମାଜ ଗଠନ ବିନା ବିକଶିତ ଭାରତର ସ୍ୱପ୍ନ ସାକାର ହେବା ଅସମ୍ଭବ ବୋଲି ମତ ପ୍ରକାଶ ପାଇଥିଲା।
ବିତର୍କ ପ୍ରତିଯୋଗିତାରେ ସୋନପୁର କଲେଜର ରଜନନ୍ଦିନୀ ଭୁତା ପ୍ରଥମ, ବିଶ୍ୱରୂପା ସାହୁ ଦ୍ୱିତୀୟ ଏବଂ ମଡେଲ ଡିଗ୍ରୀ କଲେଜ, ସୋନପୁରର ନମାମି ତେଜସ୍ୱିନୀ ପଣ୍ଡା ତୃତୀୟ ସ୍ଥାନ ଅଧିକାର କରିଥିଲେ।
କାର୍ଯ୍ୟକ୍ରମ ପରିଚାଳନାରେ MY Bharat ସ୍ୱେଚ୍ଛାସେବୀ ଦେବେନ୍ଦ୍ର ପୋଢ଼, ଆଜାଦ ଭୋଇ, ଲକ୍ଷ୍ମଣ ବାରିକ, ଦୀପକ ଭୋଇ, ସୁନୀଲ କୁମାର ପ୍ରଧାନ, ଦେବାଶିଷ କମ୍ପ, ଆଲୋକ ରଞ୍ଜନ ନାଏକ, ସୁଜ୍ଞାନୀ ବାରିକ, ସୁପର୍ଣ୍ଣା ମିଶ୍ର, ନଚିକେତା ଦନ୍ତା, ସାଗରିକା କର୍ଣ୍ଣ ଓ ସନ୍ତୋଷିନୀ ସାହୁ ସହଯୋଗ କରିଥିଲେ। ଏଥିସହ କୃପାସିନ୍ଧୁ ସା ଓ ରାଜେଶ ମହଲା ଉପସ୍ଥିତ ଥିଲେ।ଏହି ଯୁବ ସଂସଦ କାର୍ଯ୍ୟକ୍ରମ ଯୁବପିଢ଼ିଙ୍କ ମଧ୍ୟରେ ଆତ୍ମବିଶ୍ୱାସ, ବିଚାର ପ୍ରକାଶ କରିବାର ଦକ୍ଷତା ଓ ସାମାଜିକ ଦାୟିତ୍ୱବୋଧ ବୃଦ୍ଧି କରିବା ସହ ଏକ ସଚେତନ ଓ ଦାୟିତ୍ୱବାନ ନାଗରିକ ସମାଜ ଗଠନରେ ସହାୟକ ହେବ ବୋଲି ଅତିଥିମାନେ ମତ ଦେଇଥିଲେ। ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ….
