November 18, 2026
Home » ତାମିଲନାଡୁରୁ ଉଦ୍ଧାର ହେଲେ ଓଡ଼ିଆ ଶ୍ରମିକ

ତାମିଲନାଡୁରୁ ଉଦ୍ଧାର ହେଲେ ଓଡ଼ିଆ ଶ୍ରମିକ

0
WhatsApp Image 2026-11-18 at 1.40.16 PM (1)

ଅଧିକ ଦରମାର ପ୍ରଲୋଭନ ଦେଖାଇ ନିର୍ଯାତନା ଅଭିଯୋଗ। ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ପରେ ସୁରକ୍ଷିତ ଫେରିଲେ ଦିନେଶ……

କଳାହାଣ୍ଡି:ପେଟ ପାଟଣା ପାଇଁ ରାଜ୍ୟ ବାହାରକୁ ଯାଇଥିଲେ ହେଲେ ସେଠାରେ ଫସିଗଲେ ଓଡ଼ିଆ ଶ୍ରମିକ, ଅଧିକ ଦରମାର ପ୍ରଲୋଭନ ଦେଖାଇ ତାମିଲନାଡୁର ଏକ କମ୍ପାନୀକୁ ପଠାଇବା ପରେ ନିର୍ଯାତନା ଓ ଟଙ୍କା ଦାବି ଅଭିଯୋଗ ଆସିଥିଲା l ଏପରିକି ମୋବାଇଲ ଫୋନ୍ ମଧ୍ୟ ଛଡ଼ାଇ ନିଆଯାଇଥିବା ପରିବାର ଲୋକେ ଅଭିଯୋଗ କରିଥିଲେ ତେବେ ସୋସିଆଲ ମିଡିଆରେ ଘଟଣା ସାମ୍ନାକୁ ଆସିବା ପରେ ସକ୍ରିୟ ହୋଇଥିଲା ପ୍ରଶାସନ l ସ୍ୱାସ୍ଥ୍ୟମନ୍ତ୍ରୀ ଡା. ମୁକେଶ ମହାଲିଙ୍ଗଙ୍କ ତ୍ୱରିତ ହସ୍ତକ୍ଷେପ ପରେ ସୁରକ୍ଷିତ ଉଦ୍ଧାର ହୋଇଛନ୍ତି l କଳାହାଣ୍ଡି ଜିଲ୍ଲା କେସିଙ୍ଗା ଅଞ୍ଚଳର ଦିନେଶ ମାଝୀ ନିଜ ଗାଁର ଅନ୍ୟ ୪ ଜଣଙ୍କ ସହ କାମ ଅନ୍ୱେଷଣରେ ତାମିଲନାଡୁର ତିରୁପୂର ଯାଇଥିଲେ l ସେଠାରେ ରାଜେଶ ନାମକ ଜଣେ ବ୍ୟକ୍ତି ଅଧିକ ଦରମାର ପ୍ରଲୋଭନ ଦେଖାଇ ଦିଣ୍ଡିଗୁଲ ଜିଲ୍ଲାର ବେଦସନ୍ଦୁର ବ୍ଲକ ନାଗମପଟ୍ଟି ଅଞ୍ଚଳର ଏକ କମ୍ପାନୀକୁ ପଠାଇଥିଲେ l ହେଲେ ସେଠାରେ ପହଞ୍ଚିବା ପରେ କମ୍ପାନୀର ପରିସ୍ଥିତି ଦେଖି କାମ କରିବାକୁ ଅମଙ୍ଗ ହୋଇଥିଲେ ଦିନେଶ l

ପରିବାର ଲୋକଙ୍କ ଅଭିଯୋଗ ଅନୁସାରେ, ତାଙ୍କୁ ମୁକ୍ତ କରିବା ପାଇଁ ୩୦ ହଜାର ଟଙ୍କା ଦାବି କରାଯାଉଥିଲା l ଏପରିକି ଧମକ ଦେବା ସହ ତାଙ୍କ ମୋବାଇଲ ଫୋନ୍ ମଧ୍ୟ ନେଇଯାଇଥିବା ଅଭିଯୋଗ ହୋଇଥିଲା l ଅନ୍ୟ ୪ ଜଣ ଶ୍ରମିକ ଖସି ଆସିଥିବାବେଳେ ଦିନେଶ ସେଠାରେ ଅଟକ ରହିଥିଲେ l ଏହି ଘଟଣା ସୋସିଆଲ ମିଡିଆରେ ଏକ୍ସ ମାଧ୍ୟମରେ ସାମ୍ନାକୁ ଆସିଥିଲା ଘଟଣା ଜାଣିବା ପରେ ତୁରନ୍ତ ହସ୍ତକ୍ଷେପ କରିଥିଲେ ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ଡା. ମୁକେଶ ମହାଲିଙ୍ଗ l କଳାହାଣ୍ଡି ଏସ୍‌ପି,ଓଡ଼ିଶା ପୋଲିସ ଏବଂ ଗୃହ ବିଭାଗ ସହ ଯୋଗାଯୋଗ କରି ଦିନେଶଙ୍କୁ ସୁରକ୍ଷିତ ଉଦ୍ଧାର ପାଇଁ ପଦକ୍ଷେପ ନେବାକୁ ଅନୁରୋଧ କରିଥିଲେ l ଶେଷରେ ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କ ସମନ୍ୱିତ ଉଦ୍ୟମରେ ଦିନେଶଙ୍କୁ ସୁରକ୍ଷିତ ଭାବେ ମୁକ୍ତ କରାଯାଇଛି l ଦିନେଶଙ୍କ ଉଦ୍ଧାର ପରେ ମନ୍ତ୍ରୀ ଡା. ମୁକେଶ ମହାଲିଙ୍ଗ ଏବଂ କଳାହାଣ୍ଡି ଏସ୍‌ପିଙ୍କ ତ୍ୱରିତ ପଦକ୍ଷେପକୁ ସାଧୁବାଦ ଜଣାଇଛି ‘ପିପୁଲ୍ସ ଭଏସ୍’ l ଅନ୍ୟପଟେ ରାଜ୍ୟ ବାହାରେ କାମ କରୁଥିବା ଓଡ଼ିଆ ଶ୍ରମିକଙ୍କ ସୁରକ୍ଷା ଓ ଅଧିକାର ରକ୍ଷା ନେଇ ସରକାର ପ୍ରତିବଦ୍ଧ ବୋଲି କୁହାଯାଇଛି l

ବିଦ୍ୟାଧର ସାହୁଙ୍କ ରିପୋର୍ଟ…..

Leave a Reply

Your email address will not be published. Required fields are marked *