November 28, 2026
Home » ଶ୍ରୀଲିଙ୍ଗରାଜ ମହାପ୍ରଭୁଙ୍କ ପାଇଁ ସ୍ୱତନ୍ତ୍ର ଆଇନ କେବେ?

ଶ୍ରୀଲିଙ୍ଗରାଜ ମହାପ୍ରଭୁଙ୍କ ପାଇଁ ସ୍ୱତନ୍ତ୍ର ଆଇନ କେବେ?

0
WhatsApp Image 2026-11-28 at 2.48.54 PM

ଭୁବନେଶ୍ୱର : ଶ୍ରୀଲିଙ୍ଗରାଜ ମହାପ୍ରଭୁଙ୍କ ପାଇଁ ସ୍ୱତନ୍ତ୍ର ଆଇନ ପ୍ରଣୟନ ଓ ୨୦୨୦ରେ ପ୍ରସ୍ତୁତ ଆଇନର କାର୍ଯ୍ୟକାରିତା ଦାବି ନେଇ ଏକାଠି ହୋଇଛନ୍ତି ବିଭିନ୍ନ ସଂଗଠନ। ଶ୍ରୀଲିଙ୍ଗରାଜ ମହାପ୍ରଭୁଙ୍କ ପାଇଁ ଏକ ସ୍ୱତନ୍ତ୍ର ଆଇନ ପ୍ରଣୟନ କରାଯାଇ ତୁରନ୍ତ କାର୍ଯ୍ୟକାରୀ କରିବା ଓ ମନ୍ଦିର ପରିଚାଳନାକୁ ସୁବ୍ୟବସ୍ଥିତ କରିବା ଦାବିରେ ବିଭିନ୍ନ ସାମାଜିକ ଓ ସାଂସ୍କୃତିକ ସଂଗଠନ ପକ୍ଷରୁ କୁହାଯାଇଛି ଯେ,ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ମନ୍ଦିର ପାଇଁ ଯେଉଁଭଳି ଏକ ସ୍ୱତନ୍ତ୍ର ଆଇନ ରହିଛି, ସେହିଭଳି ଶ୍ରୀଲିଙ୍ଗରାଜ ମହାପ୍ରଭୁଙ୍କ ମନ୍ଦିର ପାଇଁ ମଧ୍ୟ ଏକ ସ୍ୱତନ୍ତ୍ର ଆଇନ ରହିବା ଆବଶ୍ୟକ।ଏହି ଆଇନ ମାଧ୍ୟମରେ ମନ୍ଦିରର ସମସ୍ତ ନୀତିକାନ୍ତି, ପରମ୍ପରା, ପୂଜାପଦ୍ଧତି, ରାଜସ୍ୱ ଆଦାୟ, ସମ୍ପତ୍ତିର ସୁରକ୍ଷା ଓ ପ୍ରଶାସନିକ ପରିଚାଳନା ସ୍ୱତନ୍ତ୍ର ନିୟମ ଅନୁଯାୟୀ ପରିଚାଳିତ ହୋଇପାରିବ। ଏଥିସହିତ ମନ୍ଦିର ପାଇଁ ଏକ ସ୍ୱତନ୍ତ୍ର ପ୍ରଶାସନିକ କାର୍ଯ୍ୟାଳୟ ଓ ସୁଦୃଢ଼ ପରିଚାଳନା ବ୍ୟବସ୍ଥା ଗଠନ ହେବା ଉଚିତ ବୋଲି ମତ ପ୍ରକାଶ ପାଇଛି।ସେହିପରି ୨୦୨୦ ମସିହାରେ ପୂର୍ବ ସରକାର ଶ୍ରୀଲିଙ୍ଗରାଜ ମନ୍ଦିର ପାଇଁ ଯେଉଁ ସ୍ୱତନ୍ତ୍ର ଆଇନ ପ୍ରସ୍ତୁତ କରିଥିଲେ, ତାହାକୁ ବାସ୍ତବ ରୂପ ଦେବା ସହ ତୁରନ୍ତ କାର୍ଯ୍ୟକାରୀ କରାଯାଉ ବୋଲି ଏକାମ୍ର ବିକାଶ ମଞ୍ଚ ଅଧ୍ୟାକ୍ଷା ରଶ୍ମି ମହାପାତ୍ର କହିଥିଲେ। ଏଥିସହ ସେ କହିଥିଲେଯେ,ଏହି ଦାବି ସମ୍ପର୍କରେ ଆମେ ପୂର୍ବରୁ ଆଇନ ମନ୍ତ୍ରୀଙ୍କୁ ଅବଗତ କରାଇଛୁ ଏବଂ ସାଂସଦଙ୍କ ସହ ମଧ୍ୟ ଏହି ପ୍ରସଙ୍ଗ ଉଠାଇଛୁ। ସରକାରଙ୍କୁ ନିବେଦନ ଶ୍ରୀଲିଙ୍ଗରାଜ ମହାପ୍ରଭୁ ହେଉଛନ୍ତି ଏକାମ୍ର କ୍ଷେତ୍ରର ଆରାଧ୍ୟ ଦେବତା। ତାଙ୍କର ଧାର୍ମିକ, ସାଂସ୍କୃତିକ ଓ ଐତିହାସିକ ମହତ୍ତ୍ୱ ଅତୁଳନୀୟ। ତେଣୁ ମହାପ୍ରଭୁଙ୍କ ମନ୍ଦିରର ପରମ୍ପରା, ସେବାପୂଜା ଓ ସମ୍ପତ୍ତିର ସୁରକ୍ଷା ପାଇଁ ଏକ ସ୍ୱତନ୍ତ୍ର ଆଇନର ଆବଶ୍ୟକତା ରହିଛି। ଆଇନକୁ ତୁରନ୍ତ କାର୍ଯ୍ୟକାରୀ କରି ମହାପ୍ରଭୁଙ୍କ ମନ୍ଦିରର ସ୍ୱତନ୍ତ୍ର ପରିଚାଳନା ବ୍ୟବସ୍ଥା ସୁନିଶ୍ଚିତ କରନ୍ତୁ।ଆମର ଏହି ଲଢ଼େଇ କୌଣସି ବ୍ୟକ୍ତି ବା ସଂଗଠନବିରୋଧରେ ନୁହେଁ; ଏହା ହେଉଛି ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ଐତିହ୍ୟ, ପରମ୍ପରା, ସ୍ୱାଭିମାନ ଓ ମନ୍ଦିରର ସୁରକ୍ଷା ପାଇଁ ଏକ ସାମୂହିକ ପ୍ରୟାସ। ଆୟୋଜିତ ଏହି କାର୍ଯ୍ୟକ୍ରମରେବ୍ରାହ୍ମଣ ନିଯୋଗର ସଭାପତି ନାରାୟଣ ମହାପାତ୍ର,କ୍ଷେତ୍ରବାସୀ ନିଯୋଗର ସଭାପତି ସରୋଜ ମିଶ୍ରସତ୍ୟମ୍ ଶିବମ୍ ସୁନ୍ଦରମ୍‌ର ସମ୍ପାଦକ ଜିତେନ୍ ରାଉତରାୟ
ଭୁବନେଶ୍ୱର ମଠମନ୍ଦିର ସୁରକ୍ଷା କମିଟିର ପ୍ରତିନିଧି,ଭୁବନେଶ୍ୱର ହିନ୍ଦୁ ସଂସ୍କୃତି ବଞ୍ଚାଅ ସଂଗଠନର ପ୍ରତିନିଧି,ବଡ଼ୁ ନିଯୋଗ ଓ ସମର୍ଥା ନିଯୋଗର ସଦସ୍ୟମାନେ ସାମିଲ ହୋଇଥିଲେ।

Leave a Reply

Your email address will not be published. Required fields are marked *