July 28, 2025
Home » ସୁରକ୍ଷା ବାଡ଼ ନଥିବାରୁ ଅସୁରକ୍ଷିତ ଅବସ୍ଥାରେ ଭୁଦୋବର ସ୍କୁଲ

ସୁରକ୍ଷା ବାଡ଼ ନଥିବାରୁ ଅସୁରକ୍ଷିତ ଅବସ୍ଥାରେ ଭୁଦୋବର ସ୍କୁଲ

0
WhatsApp Image 2024-11-07 at 2.43.48 PM

ସୁବର୍ଣ୍ଣପୁର– ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଉପଖଣ୍ଡ ଅନ୍ତର୍ଗତ ଉଲୁଣ୍ଡା ବ୍ଲକ ମହଦା ଗ୍ରାମପଞ୍ଚାୟତ ର ଭୁଦୋବର ଗ୍ରାମରେ ଥିବା ପ୍ରାଇମେରୀ ସ୍କୁଲ ଏବେ ରକ୍ଷଣାବେକ୍ଷଣ ଅଭାବରୁ ବିପଦସଙ୍କୁଳ ଅବସ୍ଥା ରେ ରହିଛି। ସୋନପୁର ରେଢ଼ାଖୋଲ ମୁଖ୍ୟ ରାସ୍ତା ପାର୍ଶ୍ଵରେ ଥିବା ଏହି ସ୍କୁଲ ସାମ୍ନାରେ ପ୍ରତିଦିନ ଜିଲ୍ଲା ପ୍ରଶାସନର ଅଧିକାରୀ, ମନ୍ତ୍ରୀ,ଯନ୍ତ୍ରୀ ମାନେ ଯାତାୟାତ କରୁଥିଲେ ମଧ୍ୟ କାହା ନଜରରେ ଏହା ଆସୁନାହିଁ। ସ୍କୁଲ ପରିସର ଭିତରେ ୨ଟି ଅଙ୍ଗନବାଡ଼ି କେନ୍ଦ୍ର ଥିବା ଦ୍ଵାରା ଉକ୍ତ ପରିସରକୁ ପ୍ରତିଦିନ ୬୦ରୁ ଅଧିକ କୋମଳମତି ଛାତ୍ରଛାତ୍ରୀ ଙ୍କ ଗତାଗତ ରହିଛି ହେଲେ ରାସ୍ତାକଡରେ ଥିବା ଏହି ସ୍କୁଲରେ ସୁରକ୍ଷା ବାଡ଼ ନଥିବା ହେତୁ ସ୍କୁଲ ର ଛାତ୍ର ଛାତ୍ରୀମାନେ ଯିବାଆସିବା ସମୟରେ ସ୍କୁଲ ର ଶିକ୍ଷୟିତ୍ରୀ ଦୁଇଜଣ ମଧ୍ୟ ପିଲାଙ୍କୁ ରାସ୍ତା ପାର୍ କରାଇବାରେ ବହୁ ଅସୁବିଧାର ସମ୍ମୁଖୀନ ହେଉଥିବା ଦେଖାଯାଉଛି।ଏ ସବୁର ସ୍ଥାୟୀ ସମାଧାନ ପାଇଁ ବିଭିନ୍ନ ସମୟରେ ସେ ଅଞ୍ଚଳର ଅଧିବାସୀ ଓ ସ୍କୁଲ ପରିଚାଳନା କମିଟି ପକ୍ଷରୁ ବିଭିନ୍ନ ସମୟରେ ଉଚ୍ଚକର୍ତ୍ତୃପକ୍ଷ ଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ କେହି କର୍ଣ୍ଣପାତ କରୁନଥିବା ଅତ୍ୟନ୍ତ କ୍ଷୋଭ ର ସହ କହିଛନ୍ତିି ଗ୍ରାମବାସୀ। ତେଣେ ସ୍କୁଲ ରେ ପ୍ରାଚୀର ନଥିବା ହେତୁ ସଂଧ୍ୟା ହେଲେ ସ୍କୁଲ ବାରଣ୍ଡା ଅସାମାଜିକ ଯୁବକ ଙ୍କ ଆଡ୍ଡା ହେବାସହ ମଦ୍ୟପାନ ର ଆସର ଜମୁଛି। ଏପରିକି ସକାଳୁ ସେଠାରେ ପଡିଥିବା ମଦ ପାଉଚ ଜରି ,ମଦବୋତଲ ଖାଲିପାଣିବୋତଲ ସବୁ ପଡ଼ିଥିବା ଦେଖି କୋମଳ ମତି ଛାତ୍ରଛାତ୍ରୀ ମାନଙ୍କ ମନସ୍ତାତ୍ତ୍ୱିକ ରେ ଏକ ଖରାପ ପ୍ରଭାବ ପଡ଼ୁଥିବା ଦେଖାଯାଉଛି । ଏପରିକି ସ୍କୁଲ ଚାଲିଥିବା ସମୟରେ ନଳକୂପ ରେ କିଛି ଲୋକ ଗାଧୁଆ ପାଇଁ ବ୍ୟବହାର କରୁଥିବା ବେଳେ ଲୁଗାପଟା ମଧ୍ୟ ସଫା କରୁଥିବା ଦେଖାଯାଉଛି । ସ୍କୁଲ ରେ ଛାତ୍ରଛାତ୍ରୀ ଙ୍କ ପାଇଁ ଉଦ୍ଦିଷ୍ଟ ଶୈଚାଳୟ ମଧ୍ୟ ଭାଙ୍ଗିଯାଇ ଆଉ ବ୍ୟବହାର ଉପଯୋଗୀ ହୋଇ ରହିନାହିଁ।କ୍ରମାଗତ ଭାବରେ ଉକ୍ତ ସ୍କୁଲ କୁ ସିଆରସି,ବିଆରସି ଙ୍କ ନିୟମିତ ଗସ୍ତ ସତ୍ତ୍ୱେ ଏ ସବୁ ମୋୖଳିକ ଅସୁବିଧା ସବୁ କେମିତି କାହାର ଦୃଷ୍ଟି ଗୋଚର ହେଉନାହିଁ ତାହା ସମସ୍ତ ଙ୍କୁ ଚକିତ କରିଛି। ଏସଂପର୍କରେ ଜିଲ୍ଲା ଶିକ୍ଷା ଅଧିକାରୀ ଲକ୍ଷ୍ମଣ ଭୋଇ ଙ୍କ ମତାମତ ନେବାରୁ ପ୍ରାଚୀର ନିର୍ମାଣ ପାଇଁ ସମସ୍ତ ପ୍ରକ୍ରିୟା ସରିଛି।ବିଡ଼ିଓ ଟେଣ୍ଡର କରିବାକଥା ବର୍ତ୍ତମାନ କେଉଁ ସ୍ଥିତିରେ ରହିଛି ମୁଁ ବୁଝିବି ବୋଲି ସେ ତାଙ୍କ ପ୍ରତିକ୍ରିୟାରେ ପ୍ରକାଶ କରିଥିଲେ l

ସୁବର୍ଣପୁର ଇପିଏ ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )

Leave a Reply

Your email address will not be published. Required fields are marked *