July 16, 2025
Home » ଜିଲ୍ଲା ସ୍ତରୀୟ ମାଣ୍ଡିଆ ଦିବସ ପାଳିତ।

ଜିଲ୍ଲା ସ୍ତରୀୟ ମାଣ୍ଡିଆ ଦିବସ ପାଳିତ।

0
WhatsApp Image 2024-11-10 at 8.54.24 PM

ପୁରୀ ୧୦/୧୧ ଆଜି ଜିଲ୍ଲା ସ୍ତରୀୟ ମାଣ୍ଡିଆ ଦିବସ ଓ ବିସ୍ମୃତ ଖାଦ୍ୟ ପ୍ରଦର୍ଶନୀ ପୁରୀ ମୁଖ୍ୟ ଜିଲ୍ଲା କୃଷି ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ପାଳିତ ହୋଇଯାଇଛି।ଏଥିରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଶରତ ଚନ୍ଦ୍ର ବେହେରା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ।ପୁରୀ ଜିଲ୍ଲାର ବିଭିନ୍ନ ବ୍ଲକ ରୁ ଦୁଇ ଶହରୁ ଉର୍ଦ୍ଧ୍ବ ଚାଷୀ ଭାଗ ନେଇଥିଲେ।

ଜିଲ୍ଲା ମୁଖ୍ୟ ପ୍ରାଣୀ ସମ୍ପଦ ଅଧିକାରୀ , ଜିଲ୍ଲା ମୁଖ୍ୟ ମତ୍ସ୍ୟ ସମ୍ପଦ ଅଧିକାରୀ ଶରତ କୁମାର ବେହେରା, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ତନୁପ୍ରଭା ବେଉରା, କୃଷି ଜିଲ୍ଲା ଅଧିକାରୀ, ନିମାପଡ଼ା ଅତିରିକ୍ତ କୃଷି ଜିଲ୍ଲା ଅଧିକାରୀ ସତ୍ୟ ନାରାୟଣ କର,ସାର୍ଥକ ପଟ୍ଟନାୟକ, ନିର୍ବାହୀ ଯନ୍ତ୍ରୀ ଓ କୃଷି ବିଜ୍ଞାନ କେନ୍ଦ୍ର ସାକ୍ଷୀଗୋପାଳର କ୍ଷେତ୍ର ବିଶେଷଜ୍ଞ ପ୍ରମୁଖ ଯୋଗ ଦେଇ ବିଭିନ୍ନ ପ୍ରକାରର ଶ୍ରୀ ଅନ୍ନ ଓ ଏହାର ପୁଷ୍ଟି କାରକ ଗୁଣ ଓ ଚାଷ କରିବାର ଆବଶ୍ୟକତା ଉପରେ ଆଲୋଚନା କରିଥିଲେ।

ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଶ୍ରୀ ପ୍ରଦୀପ କୁମାର ଦାସ ସ୍ବାଗତ ଭାଷନ ପ୍ରଦାନ କରିଥିଲେ।ମୁଖ୍ୟ ଅତିଥି ପାଞ୍ଚଟି ଶ୍ରୀ ଅନ୍ନ ସଚେତନତା ଷ୍ଟଲ୍ ବୁଲି ଦେଖିଥିଲେ ଏବଂ ଶ୍ରୀ ଅନ୍ନ ବ୍ୟଞ୍ଜନ ରନ୍ଧନ ପ୍ରତିଯୋଗୀ, ଭୋଳନାଥ ବିଦ୍ୟାପୀଠ ର ଛାତ୍ରଛାତ୍ରୀ ଓ ଅନ୍ୟାନ୍ୟ ଶ୍ରେଷ୍ଠ ସ୍ୱୟଂ ସହାୟକ ଗୋଷ୍ଠୀ ଙ୍କୁ ପୁରସ୍କାର ପ୍ରଦାନ କରିଥିଲେ। ଇଞ୍ଜିନିୟର ଶ୍ରୀ ଶ୍ରୀକାନ୍ତ ପରିଡ଼ା ଧନ୍ୟବାଦ୍ ଅର୍ପଣ କରିଥିଲେ।

ପୁରୀ ଇପିଏ ରୁ ସୌଭାଗ୍ୟ ପଟ୍ଟନାୟକ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )

Leave a Reply

Your email address will not be published. Required fields are marked *