August 21, 2026
Home » ଆଇ.ଏମ.ଟି ଫାର୍ମସୀ କଲେଜ, ପୁରୀରେ ରକ୍ତଦାନ ଶିବିର ଅନୁଷ୍ଠିତ ସଂଗୃହିତ ହେଲା ୭୯ ଇଉନିଟ ରକ୍ତ ୨୨ ଜଣ ପ୍ରଥମଥର ରକ୍ତଦ।ତା ରକ୍ତଦ।ନ କଲେ

ଆଇ.ଏମ.ଟି ଫାର୍ମସୀ କଲେଜ, ପୁରୀରେ ରକ୍ତଦାନ ଶିବିର ଅନୁଷ୍ଠିତ ସଂଗୃହିତ ହେଲା ୭୯ ଇଉନିଟ ରକ୍ତ ୨୨ ଜଣ ପ୍ରଥମଥର ରକ୍ତଦ।ତା ରକ୍ତଦ।ନ କଲେ

0
WhatsApp Image 2024-11-13 at 5.33.11 PM

ପୁରୀ ଗୋପାଳପୁର ସ୍ଥିତ ଓଡିଶାର ଅନ୍ୟତମ ପୁରାତନ ପ।ରା ମେଡିକାଲ ଶିକ୍ଷାନୁଷ୍ଠାନ ଆଇ.ଏମ.ଟି ଫାର୍ମ।ସୀ କଲେଜରେ ଏକ ରକ୍ତଦ।ନ ଶିବିର ଅନୁଷ୍ଟିତ ହୋଇଯାଇଛି । ପୁରୀ ବ୍ଲଡ ସେଣ୍ଟର ଓ କଲେଜର ଯୁବ ରେଡକ୍ରସ ଶାଖାର ମିଳିତ ଆନୁକୁଲ୍ୟରେ ଆୟୋଜିତ ଏହି ରକ୍ତଦ।ନ ଶିବିରକୁ ଅନୁଷ୍ଠାନର ପ୍ରତିଷ୍ଠ।ତା ଡାଃ ବିଶ୍ଵନାଥ ରଥ ଉଦ୍ଘାଟନ କରିଥିଲେ । ଛାତ୍ର ଛାତ୍ରୀ, ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀମାନେ ସ୍ଵେଚ୍ଛାକୃତ ଭାବରେ ରକ୍ତଦ।ନ କରିଥିଲେ । ଏହି ରକ୍ତଦ।ନ ଶିବିରରୁ ୭୯ ଇଉନିଟ ରକ୍ତ ସଂଗ୍ରହ ହୋଇଥିଲା ଏବଂ ୨୨ ଜଣ ଛାତ୍ର ଛାତ୍ରୀ ପ୍ରଥମଥର ପାଇଁ ରକ୍ତଦ।ନ କରିଥିବା ବିଷୟଟି ସମସ୍ତଙ୍କୁ ଉତ୍ସାହିତ କରିଥିଲା ।

ଅନୁଷ୍ଠ।ନର ନିର୍ଦ୍ଦେଶକ ମନୋଜ ରଥ, ଡ଼. ଅନ୍ନଦା ପ୍ରସାଦ ମହାପାତ୍ର, ଅଧ୍ୟକ୍ଷ ଅଗ୍ନିମିତ୍ର ଦିଣ୍ଡା, ନିର୍ଦ୍ଦେଶିକା ଦେବସ୍ମିତା ରଥ, ନିର୍ଦ୍ଦେଶକ ଡ଼. ପ୍ରକାଶ ଚନ୍ଦ୍ର ସେନାପତି, ଉପାଧ୍ୟକ୍ଷ ଦେବାଶିଷ ମିଶ୍ର, ଯୁବ ରେଡ଼କ୍ରସ କାଉନ୍ସିଲର ଅଧ୍ୟାପକ ଦେବଦତ୍ତ ସାହୁ, ଅଧ୍ୟାପକ ଦେବାଶିଷ ଦାସ, ଜଗନ୍ନାଥ ପ୍ରସାଦ ମିଶ୍ର, ସ୍ନେହାସିସ ତ୍ରିପାଠୀ, ଅଧ୍ୟାପିକା ଅଳକା କର, ସହାୟକ ନିରଞ୍ଜନ ନାୟକ, ଆଦିତ୍ୟ ପ୍ରଧାନ, ଲକ୍ଷ୍ମୀନାରାୟଣ ସେଠୀ ପ୍ରମୁଖ ପରିଚାଳନା କରିଥିଲେ । ପୁରୀ ବ୍ଲଡ ସେଣ୍ଟର ତରଫରୁ ବି.ବି.ଓ ଦୀପକ ସାହୁ, କାଉନ୍ସିଲର ପ୍ରୀତିରଞ୍ଜନ ନାୟକ, ଡି.ଈ.ଓ ମୋନୋରଞ୍ଜନ ଭୋଇ, ଲାବୋରେଟୋରୀ ଟେକନିସିଆନ ସସ୍ମିତା ଦାସ, ନର୍ସିଂ ଅଫିସର ମଙ୍ଗଳା ପ୍ରସାଦ ଦିକ୍ଷିତ, ଅମିତ ପାଢୀ, ଜିତେନ୍ଦ୍ର ନାୟକ, ପ୍ରବିଣ କୁମାର ନାୟକ, ପ୍ରିୟ।ନଶୁ ଭଞ୍ଜ ଉପସ୍ଥିତ ରହି ରକ୍ତ ଗ୍ରହଣ କରିଥିଲେ । ପରିଶେଷରେ ପୁରୀ ବ୍ଲଡ ସେଣ୍ଟର ତରଫରୁ ଆଇ.ଏମ.ଟି ଫାର୍ମ।ସୀ କଲେଜକୁ ଏକ ଟ୍ରଫି ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା ।

puri soubhagya pattanayak nka report

ସେପ୍ଟେମ୍ବର ୧୨ରେ ଖୋର୍ଦ୍ଧା ଜିଲ୍ଳାର ସମସ୍ତ ବିଚାର ବିଭାଗୀୟ ଅଦାଲତରେ ରାଷ୍ଟ୍ରୀୟ ଲୋକ ଅଦାଲତ ଭୁବନେଶ୍ୱର-ତା.୨୦.୦୮.୨୦୨୬ ଚଳିତ ବର୍ଷର ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଆସନ୍ତା ତା. ୧୨.୦୯.୨୦୨୬ ରିଖରେ ଖୋର୍ଦ୍ଧା ଜିଲ୍ଲାର ସମସ୍ତ ବିଚାର ବିଭାଗୀୟ ଅଦାଲତ/ ରାଜସ୍ୱ ଅଦାଲତ ପରିସରରେ ଅନୁଷ୍ଠିତ ହେବ ବୋଲି ଖୋର୍ଦ୍ଧା ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଭୁବନେଶ୍ୱରଙ୍କ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ଏହି ରାଷ୍ଟ୍ରୀୟ ଲୋକ ଅଦାଲତରେ ପ୍ରାୟ ସମସ୍ତ ପ୍ରକାରର ବିଚାରାଧିନ ମାମଲା ଯଥା-ଫୌଜଦାରୀ (ସାଲିସ୍‌ ଯୋଗ୍ୟ), ଚେକ୍‌ ବାଉନ୍ସ, ବ୍ୟାଙ୍କ ଋଣ, ଟ୍ରାଫିକ୍‌ ଚାଲାଣ, ରାଜସ୍ୱ, ଶ୍ରମ, ବୈବାହିକ (ଛାଡ଼ପତ୍ର ବ୍ୟତୀତ), ଜମି ଅଧିଗ୍ରହଣ, ମୋଟର ଦୁର୍ଘଟଣା, ଜମିଜମା ମୋକଦ୍ଦମା ଇତ୍ୟାଦିର ଆପୋଷ ସହମତିରେ ସମାଧାନ କରାଯାଇପାରିବ । କେବଳ ବିଚାରାଧିନ ମାମଲା ନୁହେଁ, ଅଦାଲତରେ ମାମଲା ଦାୟର ହୋଇ ନଥାଇ ମଧ୍ୟ ପ୍ରାକ୍‌ ମୋକଦ୍ଦମାସ୍ତରୀୟ ବିବାଦ ଯଥା-ବାଙ୍କ ଋଣ ଅନାଦେୟ, ଟେଲିଫୋନ୍‌, ବିଦ୍ୟୁତ, ପାନୀୟ ଜଳ ବିଲ୍‌ ଅନାଦେୟ ମାମଲା ଗୁଡିକର ମଧ୍ୟ ପ୍ରାଧିକରଣଙ୍କ କାର୍ଯ୍ୟାଳୟରେ ଆପୋଷ ସହମତି ଭିତ୍ତିରେ ସମାଧାନ ହୋଇପାରିବ । ଉକ୍ତ ମାମଲାର ସମାଧାନ ପାଇଁ କୌଣସି ଆର୍ଥିକ ଖର୍ଚ୍ଚ ହିତାଧିକାରୀମାନଙ୍କୁ ଦେବାକୁ ପଡ଼ିବ ନାହିଁ ଏବଂ ଲୋକ ଅଦାଲତର ରାୟ ଚୂଡ଼ାନ୍ତ, ବୈଧ ତଥା ଅମଳଯୋଗ୍ୟ ଅଟେ । ଯଦି କୌଣସି ବିଚାରାଧିନ ମାମଲାର ସମାଧାନ ଲୋକ ଅଦାଲତରେ ହୋଇଥାଏ ତେବେ ଆଗରୁ ପୈଠ ହୋଇଥିବା କୋର୍ଟ ଫି ଫେରସ୍ତ ହୋଇପାରିବ । ଏଣୁ ଦୀର୍ଘ ଦିନ ଧରି ଚାଲୁ ରହିଥିବା ମୋକଦ୍ଦମାର ସହଜ ଓ ସରଳ ସମାଧାନ ପାଇଁ ଓ ଆର୍ଥିକ ଖର୍ଚ୍ଚ ଓ ସମୟ ଅପଚୟରୁ ନିସ୍ତାର ପାଇଁ ଏହି ସୁଯୋଗର ସଦୁପଯୋଗ କରନ୍ତୁ ଓ ସବିଶେଷ ବିବରଣୀୟ ପାଇଁ ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଭୁବନେଶ୍ୱର କିମ୍ବା ନିକଟସ୍ଥ ଅଦାଲତ ପରିସରରେ ଥିବା ଆଇନ ସେବା କମିଟି/ ଅଦାଲତଙ୍କ ସହ ଯୋଗାଯୋଗ କରିବାକୁ ପ୍ରାଧିକରଣଙ୍କ ପକ୍ଷରୁ ଅନୁରୋଧ କରାଯାଇଛି ।

Leave a Reply

Your email address will not be published. Required fields are marked *

You may have missed