July 1, 2025
Home » ପବିତ୍ର ଏକାଦଶୀ ତିଥି ଉପଲକ୍ଷେ ମନ୍ଦିର ପରିସରରେ କାର୍ତ୍ତିକ ମାସ ବଡ଼ ଏକାଦଶୀ ପୂଜାର୍ଚ୍ଚନା କାର୍ଯ୍ୟକ୍ରମ

ପବିତ୍ର ଏକାଦଶୀ ତିଥି ଉପଲକ୍ଷେ ମନ୍ଦିର ପରିସରରେ କାର୍ତ୍ତିକ ମାସ ବଡ଼ ଏକାଦଶୀ ପୂଜାର୍ଚ୍ଚନା କାର୍ଯ୍ୟକ୍ରମ

0
eakadasi

ବଡ଼ ବଜାର ଅଞ୍ଚଳ ସ୍ଥିତ ଖାସ୍ପା ସାହି ମହୁରୀରାଜାଙ୍କ ବଂଶଜଙ୍କ ଦ୍ଵାରା ପ୍ରତିଷ୍ଠିତ ପ୍ରସିଦ୍ଧ ଶ୍ରୀ ଶ୍ରୀ ଶ୍ରୀ ଜଗନ୍ନାଥ ସାନ ମନ୍ଦିରରେ କାର୍ତ୍ତିକ ମାସରେ ଅବସରରେ ପବିତ୍ର ଏକାଦଶୀ ତିଥି re ଉପଲକ୍ଷେ ମନ୍ଦିର ପରିସରରେ କାର୍ତ୍ତିକ ମାସ ବଡ଼ ଏକାଦଶୀ ପୂଜାର୍ଚ୍ଚନା କାର୍ଯ୍ୟକ୍ରମ ମହାଆଡମ୍ବରରେ ଅନୁଷ୍ଠିତ ହୋଇଛି। ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ମନ୍ଦିରରେ ପ୍ରାତଃ ସମୟରେ ନୀତି ନିର୍ଘଣ୍ଟ ଅନୁସାରେ ଦିନ ତମାମ ପୂଜାର୍ଚ୍ଚନା ସହ ଭକ୍ତ ମାନଙ୍କ ପାଇଁ ଭୋଗ ପ୍ରସାଦ ବଣ୍ଟନ କରାଯାଇଥିଲା।

ସେହିପରି ସନ୍ଧ୍ୟାରେ ମହା ଆଳତି ସହ ରାଜକୀୟ ବଡ଼ ଆଳତି କାର୍ଯ୍ୟ ସମ୍ପନ୍ନ ହୋଇ ଭକ୍ତ ମାନଙ୍କ ମଧ୍ୟରେ ଠାକୁରଙ୍କ ବେଢ଼ା ପରିକ୍ରମା ଓ ପ୍ରସାଦ ବଣ୍ଟନ ମଧ୍ୟ ହୋଇଥିଲା । ତେବେ ଏହି ପରମ୍ପରା ରାଜକୀୟ ଅମଳରୁ ଆରମ୍ଭ ହୋଇ ଆଜି ପର୍ଯ୍ୟନ୍ତ ଅନୁଷ୍ଠିତ ହେଉଛି ବୋଲି ମନ୍ଦିର ପକ୍ଷରୁ କୁହାଯାଇଛି। ମୁଖ୍ୟ ପରିଚାଳକ ସୁରେନ୍ଦ୍ର ସେନାପତିଙ୍କ ନେତୃତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଜି ଉମାପତି ଅଚାରି, ଏନ୍ ଶ୍ରୀନିବାସ ରାଓ, ମୁରଲୀ ସୁବୁଦ୍ଧି, ଲକ୍ଷ୍ମୀ ନାରାୟଣ ନାୟକ, ବାୟା ଭାଇ ପ୍ରମୁଖ ପରିଚାଳନା କରୁଥିବା ବେଳେ, ପୁରୋହିତ ବାପିନି ଶୁକ୍ଳାଙ୍କ ସମେତ ଅନ୍ୟ ପୂଜାରୀ ମାନେ ଉପସ୍ଥିତ ଥିଲେ। ଏହି ପୂଜାର୍ଚ୍ଚନା କାର୍ଯ୍ୟକ୍ରମରେ ଶତାଧିକ ମହିଳା ଭକ୍ତ ମାନଙ୍କ ସମେତ ବହୁ ହବିଶାଳି ମାନେ ମଧ୍ୟ ସାମିଲ ହୋଇଥିଲେ ।

ବ୍ରହ୍ମପୁର ଈପିଏରୁ ନରସିଂହ ଡାକୁଆ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )

Leave a Reply

Your email address will not be published. Required fields are marked *