July 6, 2025
Home » ସାମାଜିକ ସମୀକ୍ଷା ଅନୁଷ୍ଠିତ

ସାମାଜିକ ସମୀକ୍ଷା ଅନୁଷ୍ଠିତ

0
WhatsApp Image 2024-11-19 at 12.05.02 PM

l ସୁବର୍ଣ୍ଣପୁର — ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ଓ ଓଡିଶା ରାଜ୍ୟ ସାମାଜିକ ସମୀକ୍ଷା, ଉତ୍ତରଦାୟିତ୍ୱ ଓ ସ୍ୱଛତା ସମିତି ତରଫରୁ ଆଜି ଚତୁର୍ଥ ପର୍ଯ୍ୟାୟ ରେ ସୋନପୁର ବ୍ଲକ ଖରଝୁରା ,ବିଶିମୁଣ୍ଡା ଓ ମଲ୍ଲିକମୁଣ୍ଡା ଗ୍ରାମ ପଂଚାୟତ ରେ ମହାତ୍ମା ଗାନ୍ଧୀ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ରେ ଗତ ଛଅ ମାସ ରେ ହୋଇଥିବା ପ୍ରକଳ୍ପ ର ସାମାଜିକ ସମୀକ୍ଷା ଅନୁଷ୍ଠିତ ହୋଇଯାଇଛି l ଗ୍ରାମ ପଂଚାୟତ ତଥା ଉଦ୍ୟାନ ବିଭାଗ, ବନ ବିଭାଗ ତରଫରୁ ହାତକୁ ନିଆଯାଇଥିବା ପ୍ରକଳ୍ପ ଗୁଡିକ ର କାର୍ଯ୍ୟସ୍ଥଳ ପରିଦର୍ଶନ ସହ ନଥିପତ୍ର ଯାଞ୍ଚ କରାଯାଇଥିଲା l ଏଥିରେ ଗ୍ରାମ ସ୍ତରରେ କାର୍ଯ୍ୟରତ ଗ୍ରାମ ସମ୍ବଳ କର୍ମୀ (ଭି ଆର ପି )ସାତ ଦିନ ପର୍ଯ୍ୟନ୍ତ ବିଭିନ୍ନ ଗ୍ରାମ କୁ ଯାଇ ଅଣକୁଶଳୀ ଶ୍ରମିକ ମାନଙ୍କୁ ଭେଟିବା ସହ ବିଭିନ୍ନ ପ୍ରକାର ଅଭିଯୋଗ ସଂଗ୍ରହ କରିଥିଲେ l ଆଜି ଗ୍ରାମସଭା ବୈଠକ ରେ ତାହା ଉପସ୍ଥାପନା କରିଥିଲେ l ଏହି ସାମାଜିକ ସମୀକ୍ଷା ରେ ମଲ୍ଲିକମୁଣ୍ଡା ପଂଚାୟତ ର ଗ୍ରାମ ରୋଜଗାର ସେବକ ,କାର୍ଯ୍ୟ ନିର୍ବାହୀ ଅଧିକାରୀ ସୁଶାନ୍ତ କାମଳିଆ,ଅମିତ କୁମାର ପଧାନ ବ୍ଲକ ସାମାଜିକ ସମୀକ୍ଷକ ସୁଦାମ ଗାଈଗରିଆ, ଭି ଆର ପି ,ସବିତା କର୍ମୀ, ସସ୍ମିତା ବାରିକ, ଭାରତୀ ମେହେର, ରାଜେଶ୍ୱରୀ ନାଏକ, କାଞ୍ଚନ ମିଶ୍ର, କେତକୀ ଭୋଇ ଜ୍ୟୋସ୍ନା ମେହେର ଓ ସୁଷମା ମେହେର ଯୋଗ ଦେଇଥିଲେ

lରିପୋର୍ଟ – ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର

Leave a Reply

Your email address will not be published. Required fields are marked *