December 26, 2024
Home » ସ୍ୱର୍ଗଦ୍ୱାରରେ ଘିଅ ଯୋଗାଣ ରେ ଠକେଇ

ସ୍ୱର୍ଗଦ୍ୱାରରେ ଘିଅ ଯୋଗାଣ ରେ ଠକେଇ

0

ପୁରୀ ସ୍ୱର୍ଗଦ୍ୱାରରେ ଶବଦାହ କରିବାକୁ ଆସୁଥିବା ଲୋକ ଙ୍କୁ ଘିଅ ଯୋଗାଣ ରେ ଠକେଇ କରାଯାଉଛି। ନକଲି ଘିଅ ଶବ ଦାହ ପାଇଁ ସ୍ବର୍ଗ ଦ୍ବାର ରେ ବିକ୍ରୀ ହେଉଚି। ପୁରୀ ଜିଲ୍ଲା ଆମ୍ ଆଦମୀ ପାର୍ଟି ଏହି ଅଭିଯୋଗ ଆଣିଛି। ଦଳ ପୁରୀ ରେ ଏକ ସାମ୍ବାଦିକ ସମ୍ମିଳନୀ ରେ ଏହି ଅଭିଯୋଗ ଉପସ୍ଥାପନ କରିଚି। ସ୍ବର୍ଗ ଦ୍ବାର ରେ ଶବ ଦାହ ପାଇଁ ଯେଉଁ ଘିଅ ଦିଆଯାଉଛି ସେହି ଘିଅ ଡବାରେ ମ୍ୟାନୁଫାକଚର ଡେଟ , ଏକ୍ସପାରି ଡେଟ ଓ ବ୍ୟଚ୍ ନମ୍ୱର୍ ନାହିଁ। ଯାହାକି ସମ୍ପୂର୍ଣ ବେଆଇନ। କୌଣସି ପଦାର୍ଥ ବିକ୍ରୀ ପାଇଁ ଏହି ନିୟମ ଥାଏ। ଏହା ଦ୍ବାରା ବିକ୍ରୀ ପଦାର୍ଥ ଅସଲି ବୋଲି ଜଣାଯାଏ। କିନ୍ତୁ ସ୍ବର୍ଗ ଦ୍ଵାର ରେ ଏହାକୁ ସମ୍ପୂର୍ଣ ଅଣଦେଖା କରାଯାଇଛି। ଯେଉଁ ସଂସ୍ଥା ଏହି ଘିଅ ଯୋଗାଣ ପାଇଁ ଟେଣ୍ଡର ନେଇଚି ଘିଅ ଯୋଗାଣ ନାମରେ ସ୍ବର୍ଗ ଦ୍ଵାର ରେ ନକଲି ଘିଅ ବିକ୍ରୀ କରୁଚି।

ଯାହାକି ସମ୍ପୂର୍ଣ ପରମ୍ପରା ବିରୋଧୀ। ଏହା ପଛରେ ଏକ ବଡ ଧରଣର ଦୁର୍ନୀତି ରହିଚି। ଏହାର ତଦନ୍ତ କରି କାର୍ଯ୍ୟନୁଷ୍ଠାନ ପାଇଁ ପୁରୀ ଜିଲ୍ଲା ଆମ୍ ଆଦମୀ ପାର୍ଟି ଦାବୀ କରିଚି। ପୁରୀ ଜିଲ୍ଲା ଆପ ର ଜିଲା ସଭାପତି ସଞ୍ଜୀବ ମହାନ୍ତି କହିଚନ୍ତି,ଶ୍ରୀ ମନ୍ଦିର ପରି ସ୍ୱର୍ଗଦ୍ୱାର କୁ ମଧ୍ୟ ହିନ୍ଦୁ ମାନ୍ୟତା ଅନୁସାରେ ପବିତ୍ର ବୋଲି ସାଧାରଣ ଜନତା ମାନନ୍ତି।ଏହି ସ୍ୱର୍ଗଦ୍ୱାର ରେ ପ୍ରତିଦିନ 60 ରୁ 70 ଶବ ସଂସ୍କାର କରାଯାଏ।ହରିଶ୍ଚନ୍ଦ୍ର ଯୋଜନା ରେ କିଏ ଶବ ଦାହ କରେ କି ନିଜ ହାତରୁ କରେ। ସେଇ ଅନୁସାରେ ସେଠି ସାମଗ୍ରୀ ମଧ୍ୟ ଲାଗେ।ଶବ ସଂସ୍କାର ରେ ଘିଅ ଦରକାର ହୁଏ।ଆବଶ୍ୟକ ଅନୁଯାଇ ସର୍ବନିମ୍ନ 1 kg ଘିଅ ର ଆବଶ୍ୟକତା ରହିଛି।ତେଣୁ ସେ ଘିଅ ଶୁଦ୍ଧ ବି ହେବା ଦରକାର। କିନ୍ତୁ ଆମେ ଜାଣିବାକୁ ପାଇଲୁ ଯେ ଯୋଉ ଘିଅ ଦିଆଯାଇଛି ସେ ଘିଅ କୁ ମିଶନ ଶକ୍ତି ରୁ ଦିଆଯାଇଛି ସେଥିରେ FSSAI ର sticker ରହିଛି। କିନ୍ତୁ ନା ଅଛି expiry date ନା ଅଛି mfg date.।ଏହା ଏକ ଆଶ୍ଚର୍ଯ୍ୟ ର ବିଷୟ। ଏତେ ବଡ଼ ସଂସ୍ଥା,ସେ ପୁଣି ଓଡିଶା ସରକାର ଙ୍କ ମାନ୍ୟତା ପ୍ରାପ୍ତ। ସ୍ୱର୍ଗଦ୍ୱାର କମିଟି ର ମୁଖ୍ୟ ଜିଲ୍ଲାପାଳ।ତେଣୁ କେମିତି ଏତେ ବଡ଼ ଘୋଟଲା ଚାଲିଛି ଏତେ ଦିନ ହେଲା। ବଡ଼ କଥା ହେଲା ଯୋଉ ସଂସ୍ଥା ଏହାର tender ନେଇଛି ତାଙ୍କ ଉପରେ ପୂର୍ବରୁ ଛତୁଆ ଦୁର୍ନୀତି ର ଆରୋପ ଲାଗିଛି.।ଏ ଘିଅ ର production ଉପ ମୁଖ୍ୟମନ୍ତ୍ରୀ ଙ୍କ ନିର୍ବାଚନ ମଣ୍ଡଳୀ ରେ ହଉଚି ସେଠୁ supply ହଉଚି। ସରକାର ବଦଳିଲା, ରଙ୍ଗ ବଦଳିବା ବେଳେ ଠିକାଦାର ସମାନ ରହିଗଲେ। ଏହି ଘିଅ ଅପମିଶ୍ରିତ ନୁହେଁ ବୋଲି ସରକାର କହିପାରିବେ କି।ସରକାର ଙ୍କ ଅଧିକାରୀ ମାନେ ଆଖିରେ ପୁଟୁଳି ବାନ୍ଧି ଦେଇଛନ୍ତି ବୋଲି ଜଣାପଡୁଛି। ତେବେ ଆମର ଦାବ ଏ ଘିଅ ର ଶୁଦ୍ଧତା ର ଯାଞ୍ଚ କରାଯାଉ।ଏହାର ମାନ ପରୀକ୍ଷା ନିରପେକ୍ଷ ଭାବେ କରାଯାଉ। ଏହି sticker ସତ କି ମିଛ ତାର ତଦନ୍ତ ହେବା ଆବଶ୍ୟକ।କେମିତି ବିନା batch no ବିନା date ରେ approval କରାଗଲା ସେ ଅଧିକାରୀ ଙ୍କ ବିରୁଦ୍ଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ। ormas ଓ ମିଶନ ଶକ୍ତି ଏହାର ସ୍ପଷ୍ଟୀକରଣ ଦିଅନ୍ତୁ । ଯୋଉ ସଂସ୍ଥା ନେଇଛି ଯେ ଛତୁଆ ଦୁର୍ନୀତି ର ଅଭିଯୋଗ ଥିବା ବେଳେ କେମିତି ସେ tender ପାଇଲେ।ଏ ସବୁ ଜାଣିବା ପରେ ମଧ୍ୟ ଯଦି ସରକାର ଯଦି ଚୁପ ରୁହନ୍ତି ଆଗାମୀ 7 ଦିନ ଭିତରେ କୌଣସି ପଦକ୍ଷେପ ନ ନିଅନ୍ତି ତେବେ ପୁରୀ ଆମ ଆଦମୀ ପାର୍ଟି ଉପ ଜିଲ୍ଲାପାଳ ଅଫିସ ଘେରାଉ କରିବ।

ପୁରୀ ଇପିଏ ରୁ ସୌଭାଗ୍ୟ ପଟ୍ଟନାୟକ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )

Leave a Reply

Your email address will not be published. Required fields are marked *